ବିଜେପି ଆଜି ରାଜ୍ୟରେ ବାକିଥିବା ଆଉ ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଦଳ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିଛି । ଶ୍ରୀ ମହତାବ ଗୁରୁବାର ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ।
ବିଜେପି ପକ୍ଷରୁ ଜାରି ଅଷ୍ଟମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶାର ବାକି ଥିବା ୩ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି । କନ୍ଧମାଳ ଲୋକସଭା ଆସନ ପାଇଁ ସୁକାନ୍ତ କୁମାର ପାଣିଗ୍ରାହୀ ଓ ଯାଜପୁର ସଂରକ୍ଷିତ ଆସନରୁ ଡାକ୍ତର ରବୀନ୍ଦ୍ର ନାରାୟଣ ବେହେରା ବିଜେପିର ଲୋକସଭା ପ୍ରାର୍ଥୀ ହେବେ ।
Also Read
ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ଅନୁମୋଦନ ପରେ ଏହି ପ୍ରାର୍ଥୀ ଘୋଷଣା ହୋଇଛି । ପୂର୍ବରୁ ବିଜେପି ରାଜ୍ୟର ମୋଟ ୨୧ଟି ଲୋକସଭା ଆସନରୁ ୧୮ଟି ଲୋକସଭା ଆସନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଥିଲା ।
କଟକ ଆସନରୁ ୬ଥର ବିଜେଡି ଟିକେଟରେ ବିଜୟୀ ହୋଇଥିବା ଭର୍ତ୍ତୃହରି ଚଳିତ ନିର୍ବାଚନରେ ପ୍ରଥମଥର ପାଇଁ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି । ବିଜେଡି ସେଠାରେ ସନ୍ତୃପ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି । ସେହିପରି କନ୍ଧମାଳରେ ଅଚ୍ୟୁତ ସାମନ୍ତ ଓ ଯାଜପୁରରେ ଶର୍ମିଷ୍ଠା ସେଠୀଙ୍କୁ ବିଜେଡି ପ୍ରାର୍ଥୀ କରିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Politics
୩୮୭୯ କୋଟି ଟଙ୍କାର ୧୭ଟି ପ୍ରକଳ୍ପକୁ ସିଙ୍ଗଲୱିଣ୍ଡୋ ମଞ୍ଜୁରୀ: ୧୧ ଜିଲ୍ଲାରେ ୧୦୫୮୪ ନୂଆ ନିଯୁକ୍ତି ସୁଯୋଗ
ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସିଙ୍ଗଲୱିଣ୍ଡୋ ବୈଠକରେ ପ୍ଲାଷ୍ଟିକ, ଟେକ୍ସଟାଇଲ, ଇଲୋକ୍ଟ୍ରୋନିକ୍ସ, ଫୁଡ୍ ପ୍ରୋସେସିଂ, ଅକ୍ଷୟ ଶକ୍ତି, ପର୍ଯ୍ୟଟନ, ଲଜିଷ୍ଟିକ ଓ କେମିକାଲ ଆଦି କ୍ଷେତ୍ରର ୧୭ଟି ନିବେଶ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି ।

Politics
ଏକ ବର୍ଷର ରିପୋର୍ଟ କାର୍ଡ ଦେଲେ ମୁଖ୍ୟମନ୍ତ୍ରୀ: “ଜନସେବା ପାଇଁ ୨୪ବର୍ଷ ନୁହେଁ, ୨୪ ମିନିଟ୍ ଯଥେଷ୍ଟ”
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ୨୦୨୪ ଜୁନ୍ ୧୨ ତାରିଖରେ ଶପଥ ଗ୍ରହଣ କରିଥିବା ତାଙ୍କ ସରକାର ବିଗତ ବର୍ଷକ ମଧ୍ୟରେ ଦଳ ପକ୍ଷରୁ ପ୍ରସ୍ତୁତ ସଂକଳ୍ପପତ୍ରରେ ଦେଇଥିବା ୨୧ଟି ପ୍ରତିଶ୍ରୁତି ମଧ୍ୟରୁ ୧୧ଟି ପୂରଣ ଦିଗରେ ପଦକ୍ଷେପ ନିଆଯାଇଛି । ସରକାର ନିଜର ପ୍ରଥମ କ୍ୟାବିନେଟ୍ ବୈଠକରେ ଏହି ସଂକଳ୍ପପତ୍ର ମଧ୍ୟରୁ ଯେଉଁ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ କାର୍ଯ୍ୟକାରୀ ପାଇଁ ନିଷ୍ପତ୍ତି ନେଇଥିଲେ ତାକୁ ସମ୍ପୂର୍ଣ୍ଣ ଭାବେ ପୂରଣ କରିଛନ୍ତି ।

Politics
ମାନସ ମଙ୍ଗରାଜ ହଟହଟା: ମାଡ଼ ଭୟରେ ଶଙ୍ଖଭବନରୁ ପଳାଇଲେ, ବୈଠକରେ ସାମିଲ ହେଲେନି
ଶଙ୍ଖଭବନରେ ଦଳର ଜନଜାଗରଣ ଅଭିଯାନ ତଥା ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକରେ ଯୋଗ ଦେବାକୁ ବିଜେଡିର ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ଆସିଥିଲେ । ସେ ଶଙ୍ଖଭବନ ପରିସରରେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ଦଳର ଯୁବ-ଛାତ୍ର ସଂଗଠନର ଆଗଧାଡ଼ିର କିଛି କର୍ମକର୍ତ୍ତା ସିଧାସଳଖ ତାଙ୍କ ନାଁ ନେଇ ହୋ-ହାଲ୍ଲା କରିଥିଲେ । ଦଲାଲ- ଦଲାଲ- ହାଏହାଏ- ଭଳି ଶବ୍ଦରେ ଶଙ୍ଖଭବନ ପ୍ରକମ୍ପିତ ହୋଇଥିଲା ।

Politics
ବିଜେଡିକୁ ବିଦ୍ରୋହ ଭୟ: ରାଜ୍ୟସ୍ତରୀୟ କର୍ମକର୍ତ୍ତା ବୈଠକ ଡାକିଲା, ପୁଣି ଲୁଚାଛପାରେ ପ୍ରସ୍ତୁତ ହେଲା ତାଲିକା
ରାଜ୍ୟରେ ପ୍ରଥମ ବିଜେପି ସରକାରର ବର୍ଷପୂର୍ତ୍ତି ପାଳନ ପାଇଁ ବ୍ୟାପକ ଆୟୋଜନ ଚାଲିଥିବାବେଳେ ଲୋକଲଜ୍ଜା ଭୟରେ ଓ ଅସ୍ତିତ୍ୱ ରକ୍ଷା ପାଇଁ ବିଜେଡି ନିଜର କର୍ମକର୍ତ୍ତା ସମ୍ମିଳନୀ ଡାକିଥିବା ଜଣାପଡ଼ିଛି ।

Politics
ଅମିତ ଶାହଙ୍କ ଦାବି, ୨୦୨୬ରେ ତାମିଲନାଡୁରେ ସରକାର କରିବ ବିଜେପି; ଦେଲେ ଓଡ଼ିଶା ଓ ଦିଲ୍ଲୀର ଉଦାହରଣ
ବିଜେପି ହୁଏତ ଆମେରିକାରେ ନିର୍ବାଚନ ଜିତିବାର କିଞ୍ଚିତ ସମ୍ଭାବନା ଥାଇପାରେ, କିନ୍ତୁ ତାମିଲନାଡୁରେ ଆଦୌ ନୁହେଁ: ଡିଏମ୍କେ