Advertisment

ମିଛ ଭିଡିଓ ପାଇଁ ପାଣ୍ଡିଆନ ଓ ପ୍ରଦୀପ ମାଝୀଙ୍କ ନାଁରେ ଏଫଆଇଆର ଦାଖଲ କଲା ବିଜେପି, ଗିରଫ ଦାବି

ବିଜେପି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ସାଇବର ଥାନାରେ ପାଣ୍ଡିଆନ ଓ ପ୍ରଦୀପ ମାଝୀଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ କରିଛନ୍ତି

BJP

BJP

Advertisment

ମିଛ ଭିଡିଓ ଦେଖାଇ ନିର୍ବାଚନୀ ସଭାରେ ଭାଷଣ ଦେଇଥିବା ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ବିରୁଦ୍ଧରେ ଆଜି ଭୁବନେଶ୍ୱରସ୍ଥିତ ସାଇବର ଥାନାରେ ଏଫଆଇଆର ଦେଇଛି ବିଜେପି। ଏହାସହିତ ଉଭୟଙ୍କୁ ତୁରନ୍ତ ଗିରଫ କରିବା ପାଇଁ ମଧ୍ୟ ବିଜେପି ଦାବି କରିଛି।

Advertisment

ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର ସାଇବର ଥାନାରେ ପାଣ୍ଡିଆନ ଓ ପ୍ରଦୀପ ମାଝୀଙ୍କ ବିରୁଦ୍ଧରେ ଏଫଆଇଆର ଦାଖଲ କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ଭୋଟବେଳେ ବିଜେଡି ସର୍ବଦା ନୂଆ ନୂଆ ବେଆଇନ କାର୍ଯ୍ୟ କରି ଆଦର୍ଶ ଆଚରଣ ବିଧିର ଖୋଲା ଉଲ୍ଲଘଂନ କରିଆସୁଛି । ବିଜେଡି ନିର୍ବାଚନ ହାରିବା ଭୟରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ବଦନାମ କରିବାକୁ ପଛାଇନାହିଁ। ଦେଶର ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ମିଥ୍ୟା ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି। ଏହି ମିଥ୍ୟା ଭିଡିଓକୁ ଆଶ୍ରା କରି ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଗୁମାସ୍ତାଙ୍କ ନିର୍ଦ୍ଦେଶରେ ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ କହିଛନ୍ତି, ଅମିତ ଶାହ ଗର୍ଜନ କରି କହୁଛନ୍ତି ରାଜ୍ୟରେ ଯେଉଁ ସଂରକ୍ଷଣ(କୋଟା) ଅଛି ତାହାକୁ କୁଆଡ଼େ ଉଠାଇଦେବେ । ଅମିତ ଶାହଙ୍କ ଏହି ଫେକ୍ ଭିଡିଓ କଂଗ୍ରେସ ତିଆରି କରିଥିଲା ଯାହାକୁ କଂଗ୍ରେସରୁ ଯାଇ ବିଜେଡିରେ ମିଶି ପ୍ରାର୍ଥୀ ହୋଇଥିବା ପ୍ରଦୀପ ମାଝୀ ପ୍ରଚାରବେଳେ ବ୍ୟବହାର କରିଛନ୍ତି । ନିଜକୁ ଆଦିବାସୀଙ୍କ ପୁଅ କହୁଥିବା ପ୍ରଦୀପ ମାଝୀ କ\'ଣ ଫେକ୍ ଭିଡିଓ ଦେଖାଇ ରାଜ୍ୟରେ ହିଂସା କରିବାକୁ ଚାହୁଁଛନ୍ତିି କି? ଯେତେବେଳେ ରାଜ୍ୟ ସରକାର ଆଦିବାସୀମାନଙ୍କ ଜମିକୁ ପୁଞ୍ଜିପତିମାନଙ୍କ ହାତରେ ବିକ୍ରି କରିଦେବା ପାଇଁ କାନୁନ ଆଣିଥିଲେ ସେତେବେଳେ ବିଜେଡିର ସାଂସଦ ପ୍ରାର୍ଥୀ ପ୍ରାଦୀପ ମାଝୀ କୁଆଡ଼େ ଯାଇଥିଲେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ବିଜେଡି ଆଦିବାସୀ, କୃଷକ, ଦଳିତ ଓ ଓବିସି ବିରୋଧୀ ବୋଲି ଓଡ଼ିଶାବାସୀ ଜାଣିଛନ୍ତି । ପୂର୍ବରୁ ବିଜେଡି ଆଦିବାସୀଙ୍କ ଜମିକୁ ପୁଞ୍ଜିପତି ମାନଙ୍କୁ ବିକ୍ରି କରିବା ପାଇଁ ଚକ୍ରାନ୍ତ କରିଥିଲା ଯାହାକୁ ନେଇ ବିଜେପି ବିଧାନସଭାରେ ସ୍ୱର ଉଠାଇଥିଲା ଓ ବିଜେଡି ସରକାର ପଛକୁ ଘୁଂଚା ଦେଇଥିଲା । ଏବେ ପୁଣି ନିର୍ବାଚନ ସମୟରେ ସରଳ ଆଦିବାସୀମାନଙ୍କ ମନରେ ବିଷ ଭରିବା ପାଇଁ ବିଜେଡି ଚାହୁଁଛି । ବିଜୁ ଜନତା ଦଳର ନବରଙ୍ଗପୁରର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ ଏକ ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ନକଲି ଭିଡିଓ ଦେଖାଇ ବିଜେପିକୁ ଭୋଟ ନଦେବା ପାଇଁ କହୁଛନ୍ତି । ଏହା କେବଳ ଆଚରଣ ବିଧିର ଖୋଲା ଉଲଘଂନ ନୁହେଁ ବରଂ ଆଦିବାସୀମାନଙ୍କୁ ହିଂସା କରିବା ପାଇଁ ଉସକାଇବାର ଅପଚେଷ୍ଟା । ଜାତୀୟ ସ୍ତରରେ କଂଗ୍ରେସ ଓ ଓଡ଼ିଶାରେ ବିଜେଡି ଏବେ ଗୋଟିଏ ଡଙ୍ଗାରେ ବସି ଗୃହମନ୍ତ୍ରୀ ଅମିତ ଶାହଙ୍କର ନକଲି ଭିଡିଓ ନେଇ ଅପପ୍ରଚାର କରୁଛନ୍ତି । ଯେଉଁମାନେ ଏଭଳି ଶସ୍ତା ଏବଂ ମନ୍ଦ ଉପାୟରେ ରାଜନୀତି କରିବାକୁ ଯାଇ ଦେଶର ବାତାବରଣ ନଷ୍ଟ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି ସେମାନଙ୍କୁ ଗିରଫ କରିବା କରାଯାଉ ବୋଲି ବିଜେପି ଦାବି କରୁଛି।

Advertisment

ଏହି ପ୍ରତିନିଧି ମଣ୍ଡଳୀରେ ବିଜେପି ନେତ୍ରୀ କସ୍ତୁରୀ ମିଶ୍ର,  ଦିଲୀପ ମଲ୍ଲିକ, ଅନିଲ ବିଶ୍ୱାଳ, ସୁଜିତ୍ କୁମାର ଦାସ, ପ୍ରଦୀପ ପଟ୍ଟନାୟକ ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe