Advertisment

ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଓ କଂଗ୍ରେସ ସଭାପତିଙ୍କୁ ହରାଇଲେ ବିଜେପି ପ୍ରାର୍ଥୀ

କେସିଆର ଓ ରେବନ୍ଥ ରେଡ୍ଡୀଙ୍କର ପୂର୍ବରୁ ରାଜନୀତିରେ ବହୁ ଅନୁଭୂତି ଥିଲେ ବି ପ୍ରଥମ ଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭେଙ୍କଟରମଣ ସେମାନଙ୍କୁ ପରାସ୍ତ କରିଛନ୍ତି।

ଅଦ୍ୟତନ ହୋଇଛି
Katipally Venkataramana Reddy

Katipally Venkataramana Reddy

Advertisment

ଭାରତ ରାଷ୍ଟ୍ର ସମିତି (ବିଆରଏସ୍‌) ମୁଖ୍ୟ ତଥା ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓ ତେଲଙ୍ଗାନା କଂଗ୍ରେସ ସଭାପତି ତଥା ମୁଖ୍ୟମନ୍ତ୍ରୀ ଆଶାୟୀ ରେବନ୍ଥ ରେଡ୍ଡୀଙ୍କୁ ଲାଗିଛି ବଡ଼ ଝଟକା। ଉଭୟଙ୍କୁ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ କଟପଲ୍ଲୀ ଭେଙ୍କଟରମଣ ରେଡ୍ଡୀ।

Advertisment

କାମାରେଡ୍ଡୀ ଆସନରୁ ଏହି ତିନି ଜଣ ପ୍ରାର୍ଥୀ ହୋଇଥିଲେ। କେସିଆର ଓ ରେବନ୍ଥ ରେଡ୍ଡୀଙ୍କର ପୂର୍ବରୁ ରାଜନୀତିରେ ବହୁ ଅନୁଭୂତି ଥିଲେ ବି ପ୍ରଥମ ଥର ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ଭେଙ୍କଟରମଣ ସେମାନଙ୍କୁ ପରାସ୍ତ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ (କେସିଆର)ଙ୍କୁ ୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।

ଭେଙ୍କଟରମଣ ୬୫,୧୯୮ ଖଣ୍ଡ ପାଇଥିବା ବେଳେ କେସିଆର ୫୯,୩୫୮ ଖଣ୍ଡ ଭୋଟ୍ ପାଇଛନ୍ତି। ଅନ୍ୟପକ୍ଷରେ ତେଲଙ୍ଗାନା କଂଗ୍ରେସ ସଭାପତି ରେବନ୍ଥ ରେଡ୍ଡୀ ୫୪,୨୯୬ ଖଣ୍ଡ ଭୋଟ୍ ପାଇଛନ୍ତି। ଏହି ଆସନରେ ମୋଟ ୧,୯୦,୨୩୯ ଖଣ୍ଡ ଭୋଟ୍ ପଡ଼ିଥିଲା।

Advertisment

ଏହି ଆସନରେ ପ୍ରଥମେ ରେବନ୍ଥ ରେଡ୍ଡୀ ଆଗୁଆ ରହିଥିଲେ। କେସିଆର ୩ ନମ୍ବରରେ ରହିଥିଲେ। କିନ୍ତୁ ପରେ ବିଜେପି ପ୍ରାର୍ଥୀ ଭେଙ୍କଟରମଣ ଆଗରେ ରହିଥିଲେ। ଅବଶ୍ୟ କେସିଆର ଓ ରେବନ୍ଥ ରେଡ୍ଡୀ ଆଉ ଗୋଟିଏ ଲେଖାଏଁ ଆସନରୁ ମଧ୍ୟ ପ୍ରାର୍ଥୀ ହୋଇଛନ୍ତି। ସେହି ଆସନରେ ସେମାନେ ଆଗୁଆ ରହିଛନ୍ତି।

କଟପଲ୍ଲୀ ଭେଙ୍କଟରମଣ ରେଡ୍ଡୀ ଜଣେ ବ୍ୟବସାୟୀ। ତାଙ୍କ ସମ୍ପତ୍ତିର ମୂଲ୍ୟ ୪୯ କୋଟି। ତାଙ୍କ ବିରୋଧରେ ୧୧ଟି ଅପରାଧିକ ମାମଲା ରହିଛି।

Bjp Congress Telengana KCR
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe