/odisha-reporter/media/post_attachments/uploadimage/library/16_9/16_9_0/UP_1732099968.jpg)
UP
ମହାରାଷ୍ଟ୍ର ଓ ଝାରଖଣ୍ଡ ବିଧାନସଭା ନିର୍ବାଚନ ସହ ଆଜି ଉତ୍ତର ପ୍ରଦେଶର ୯ଟି ବିଧାନସଭା ଆସନରେ ଉପ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହୋଇଛି। ତେବେ ଉପ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ପୁଲିସ୍ ମନଇଚ୍ଛା ଲୋକଙ୍କ ପରିଚୟପତ୍ର ଯାଞ୍ଚ କରିବା ସହ ସେମାନଙ୍କୁ ଅଧା ବାଟରକୁ ବିନା ଭୋଟିଂରେ ଘରକୁ ଫେରାଇ ଦେଇଥିବା ଅଭିଯୋଗ ହୋଇଛି। ସେହିପରି କିଛି ସ୍ଥାନରେ ପୁଲିସ୍ ପ୍ରଶାସନ ଓ ଭୋଟରଙ୍କ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିଛି। ଏସବୁ ଭିତରେ ମଧ୍ୟ ଭୋଟିଂ ଜାରି ରହିଛି।
କିନ୍ତୁ କ୍ଷମତାସୀନ ବିଜେପି ବୁର୍ଖା ପିନ୍ଧି ଭୋଟ ଦେବାକୁ ଆସିଥିବା ଲୋକଙ୍କ ଉପରେ ପ୍ରଶ୍ନ ଉଠାଇଛି। ବୁର୍ଖାରେ ଥିବା ଲୋକଙ୍କର ଭୋଟ ପରିଚୟ ଭଲ ଭାବେ ଯାଞ୍ଚ କରିବାକୁ ବିଜେପି ନିର୍ବାଚନ କମିଶନଙ୍କୁ କହିଛି।
ଉତ୍ତର ପ୍ରଦେଶ ବିଜେପିର ଅଖିଲେଶ କୁମାର ଅବସ୍ତୀ ଲେଖିଥିବା ଚିଠିରେ ଦାବି କରିଛନ୍ତି ଯେ “ମୁହଁ ଘୋଡ଼ାଇଥିବା ମହିଳାମାନେ ଏକାଧିକ ଥର ଭୋଟ ଦେବାକୁ ଚେଷ୍ଟା କରୁଥିବା ଘଟଣା ପୂର୍ବରୁ ଦେଖିବାକୁ ମିଳିଛି। ଏପିରି କି କିଛି ପୁରୁଷ ବୁର୍ଖା ପିନ୍ଧି ଭୋଟ କେନ୍ଦ୍ରରେ ପଶିବା ସହ ଭୋଟ ଦେଇଛନ୍ତି।
ଅନେକ ସମୟରେ ଏପରି ଲୋକ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଅଟକ ରହିଛନ୍ତି। ଯଦି ଏବେ ବୁର୍ଖା ପିନ୍ଧିଥିବା ମହିଳାଙ୍କ ପରିଚୟ ଯାଞ୍ଚ ନ ହେବ, ତା’ହେଲେ ନକଲି ଭୋଟିଂ ବଢ଼ିବ। କେବଳ ଉପଯୁକ୍ତ ଚେକିଂ ଦ୍ୱାରା ସ୍ୱଚ୍ଛ ଓ ନିରପେକ୍ଷ ଭୋଟ ହୋଇପାରିବ।”
अगर निर्वाचन आयोग का कोई जीता-जागता अस्तित्व है तो वो जीवंत होकर, प्रशासन के द्वारा वोटिंग को हतोत्साहित करने के लिए तुरंत सुनिश्चित करे:
- लोगों की आईडी पुलिस चेक न करे।
- रास्ते बंद न किये जाएं।
- वोटर्स के आईडी ज़ब्त न किये जाएं।
- असली आईडी को नक़ली आईडी बताकर जेल… pic.twitter.com/4Qddtlgc19— Akhilesh Yadav (@yadavakhilesh) November 20, 2024
ଅନ୍ୟପକ୍ଷରେ ବିରୋଧୀ ସମାଜବାଦୀ ପାର୍ଟି କିଛି ପୁଲିସ୍ କେମିତି ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କ ଭୋଟ ପରିଚୟପତ୍ରକୁ ଯାଞ୍ଚ କରି ସେମାନଙ୍କୁ ଭୋଟ ଦାନରୁ ଦୂରେଇ ରଖୁଛନ୍ତି, ସେକଥା କହିଛି। କଂଗ୍ରେସ ମଧ୍ୟ ପୁଲିସ୍ ଅଧିକାରୀଙ୍କ ହରକତର ଭିଡିଓ ଜାରି କରିଛି।
ସମାଜବାଦୀ ପାର୍ଟିର ମୁଖ୍ୟ ତଥା ସାଂସଦ ଅଖିଲେଶ ଯାଦବ ଶେୟାର କରିଥିବା ଭିଡିଓରେ କେମିତି ୨ ଜଣ ପୁଲିସ୍ କେମିତି ଭୋଟରଙ୍କୁ ପରିଚୟପତ୍ର ମାଗୁଛନ୍ତି, ତା’ର ଦୃଶ୍ୟ ରହିଛି। ସେ ଏହି ଘଟଣାରେ ନିର୍ବାଚନ କମିଶନଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।
उत्तरप्रदेश की ये तस्वीर देखिये:
- पुलिसवालों ने दंपत्ति को रोका
- कागज मांगे, वापिस जाने को कहा
- फिर मतदान पर्ची भी छीन ली।इस तरह शांतिपूर्ण ढंग से चुनाव सम्पन्न हुआ!
RIP Election Commission 💐 pic.twitter.com/EiWyx3cuCm
— Srinivas BV (@srinivasiyc) November 20, 2024
ଅଖିଲେଶ ଯାଦବ କହିଛନ୍ତି, “ଯଦି ନିର୍ବାଚନ କମିଶନ ରହିଛନ୍ତି, ତା’ହେଲେ ଏହା ଆଗକୁ ଆସୁ। ପୁଲିସ୍ ଯେମିତି ଆଇଡି ଚେକ ନ କରିବ, ରାସ୍ତା ବନ୍ଦ ନ ହେବ, ପରିଚୟପତ୍ର ସିଜ ନ ହେବ, ଭୋଟରଙ୍କୁ ଧମକ ନ ଦିଆଯିବ, ଭୋଟିଂ ବେଗ ଯେମିତି ଧିମା ନ ହେବ ଓ ପ୍ରଶାସନ ଯେମିତି ଶାସକ ଦଳର ପ୍ରତିନିଧି ନ ସାଜିବ, ତା’କୁ ନିଶ୍ଚିତ କରନ୍ତୁ।”
मीरापुर के ककरौली थाना क्षेत्र के SHO को चुनाव आयोग तुरंत निलंबित किया जाए, क्योंकि वो रिवॉल्वर से धमकाकर वोटर्स को वोट डालने से रोक रहे हैं। @ECISVEEP@SECUttarPradesh@rajivkumarec@spokespersonECI@ceoup#ECI#YouAreTheOne#IVoteForSure#UPPolitics#SamajwadiPartypic.twitter.com/WfiygzqO0t
— Akhilesh Yadav (@yadavakhilesh) November 20, 2024
ଅଖିଲେଶ ପୋଷ୍ଟ ଉପରେ କାନପୁର ପୁଲିସ୍ ପ୍ରତିକ୍ରିୟା ଦେଇଛି। ଭୋଟରଙ୍କୁ ପରିଚୟପତ୍ର ମାଗୁଥିବା ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବା ପୁଲିସ କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
