Advertisment

ମହିଳା ସଂରକ୍ଷଣ ବିଲକୁ ନେଇ ଗର୍ଜିଲେ ବିରୋଧୀ: ବିଜେପି ଭୋଟରଙ୍କୁ ବୋକା ବନାଉଛି

ସୀମା ପୁନଃ ନିର୍ଦ୍ଧାରଣ ପରେ ହିଁ ଏଥିରେ ଥିବା ବ୍ୟବସ୍ଥା ଲାଗୁ ହେବ। ଏହାପୂର୍ବରୁ ଜନଗଣନା ଆବଶ୍ୟକ। ୨୦୨୭ ବେଳକୁ ଜନ ଗଣନା ହେବ।

women

women

Advertisment

ଲୋକସଭାରେ ଆଗତ ହୋଇଥିବା ମହିଳା ସଂରକ୍ଷଣ ବିଲ୍‌କୁ ନେଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଓ ଆପ୍‌ ସମେତ ଅନେକ ବିରୋଧୀ ଦଳର ନେତା। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଭୋଟରଙ୍କୁ ବୋକା ବନାଇବା ପାଇଁ ବିଜେପି ଏପରି ଏକ ବିଲ୍‌ ଆଣିଥିବା ସେମାନେ ଅଭିଯୋଗ କରିଛନ୍ତି।

Advertisment

ଆପ୍‌ ନେତା ଆତିଶୀ କହିଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ମହିଳା ଭୋଟରଙ୍କୁ ବୋକା ବନାଇବା ପାଇଁ ଏପରି ଏକ ବିଲ୍‌ ଅଣାଯାଇଛି। ବିଲ୍‌ରେ ଥିବା ପ୍ରାବଧାନ ୨୦୨୪ରେ ଲାଗୁ ହେବ ନାହିଁ। ମହିଳାଙ୍କ କଲ୍ୟାଣ ପାଇଁ ବିଜେପିର କୌଣସି ଇଚ୍ଛାନାହିଁ। ଏହା ମହିଳା ସଂରକ୍ଷଣ ବିଲ ନୁହେଁ, ଏହା ମହିଳାଙ୍କୁ ବୋକା ବନାଇବାର ବିଲ୍‌ ବୋଲି ସେ କହିଛନ୍ତି।

କେନ୍ଦ୍ର ସରକାର ଆଜି ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍ ଲୋକସଭାରେ ଆଗତ କରିଛନ୍ତି। ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ରଖିବାକୁ ଏଥିରେ ବ୍ୟବସ୍ଥା ହୋଇଛି। ଏହାକୁ ବିଭିନ୍ନ ରାଜନୀତିକ ଦଳ ସ୍ୱାଗତ କରିଛନ୍ତି। ହେଲେ ବିଲ୍‌ରେ ଥିବା ସୀମା ପୁନଃନିର୍ଦ୍ଧାରଣ ଓ ଜନ ଗଣନା ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠାଇଛନ୍ତି।

Advertisment

ସୀମା ପୁନଃ ନିର୍ଦ୍ଧାରଣ ପରେ ହିଁ ଏଥିରେ ଥିବା ବ୍ୟବସ୍ଥା ଲାଗୁ ହେବ। ଏହାପୂର୍ବରୁ ଜନଗଣନା ଆବଶ୍ୟକ। ୨୦୨୭ ବେଳକୁ ଜନ ଗଣନା ହେବ। ତେଣୁ ୨୦୨୯ ପୂର୍ବରୁ ଏହା ଲାଗୁ ହୋଇ ପାରିବ ନାହିଁ ବୋଲି କୁହାଯାଉଛି।

ଏହାକୁ ବିରୋଧ କରି କଂଗ୍ରେସ କହିଛି ଯେ “ଏହି ବିଲ୍‌ ଆଜି ଉପସ୍ଥାପନ ତ ହୋଇଛି। କିନ୍ତୁ ଦେଶର ମହିଳାମାନେ ଏହାର ଫାଇଦା ନିକଟ ଭିବଷ୍ୟତରେ ପାଇବେ ନାହିଁ। ଜନଗଣନା ଓ ସୀମା ପୁନଃ ନିର୍ଦ୍ଧାରଣ ପରେ ଏହି ବିଲ୍‌ର ପ୍ରାବଧାନ ଲାଗୁ ହେବ। ଜନଗଣନା କେବେ ହେବ ବିଲ୍‌ରେ କୌଣସି ପ୍ରକାରର ତଥ୍ୟ ନାହିଁ। ଏହାର ଅର୍ଥ ପ୍ରଧାନମନ୍ତ୍ରୀ ମୋଦି ଆଉ ଏକ ଭେଳିକି ନିର୍ବାଚନ ପୂର୍ବରୁ ଦେଖାଇଛନ୍ତି।”

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ କହିଛନ୍ତି ଯେ ବିଲ୍‌ରେ ଲିଙ୍ଗଗତ ନ୍ୟାୟ ଓ ସମାଜିକ ନ୍ୟାୟକୁ ସମତୁଲ କରିବାର ଥିଲା। ବିଲ୍‌ରେ ପଛୁଆ ବର୍ଗ, ଦଳିତ, ସଂଖ୍ୟାଲଘୁ ଓ ଆଦିବାସୀ(ପିଡିଏ) ମହିଳାମାନଙ୍କ ପାଇଁ କେତେ ପ୍ରତିଶତ ଯାଏ ସଂରକ୍ଷଣ ମିଳିବ, ତା’କୁ ସ୍ପଷ୍ଟ କରାଯିବା ଦରକାର ବୋଲି ସେ କହିଛନ୍ତି।

Women Empowerment Parliament
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe