ବିଜେପି ଗଢ଼ିଲା ୬୩ଜଣିଆ ସୋସିଆଲ ମିଡିଆ ଟିମ୍‌

ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ବିଜେପି ସୋଶାଲ ମିଡିଆ ଟିମ୍ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ଆଜି ନିଜର ଏହି ୬୩ଜଣିଆ ଟିମ୍ ଘୋଷଣା କରିଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ ପରେ ଏହି ଟିମ୍ ଘୋଷଣା ହୋଇଛି ।

representational image

  • Published: Tuesday, 31 October 2023
  • , Updated: 31 October 2023, 10:21 PM IST

ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ବିଜେପି ନିଜର ସୋଶାଲ ମିଡିଆ ଟିମକୁ ସୁଦୃଢ଼ କରିଛି । ୬୩ଜଣିଆ ସୋଶାଲ ମିଡିଆ ଟିମରେ ୨ଜଣ ରାଜ୍ୟ ସହସଂଯୋଜକ, ୧୨ଜଣ କୋରଟିମ୍ ସଦସ୍ୟ ଓ ୪୯ଜଣଙ୍କୁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସ୍ଥାନ ମିଳିଛି ।

ବିଜେପି ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟ ବିଜେପି ସୋସିଆଲ ମିଡିଆ ଟିମ୍ ମୁଖ୍ୟ ଉମାକାନ୍ତ ପଟ୍ଟନାୟକ ଆଜି ନିଜର ଏହି ୬୩ଜଣିଆ ଟିମ୍ ଘୋଷଣା କରିଛନ୍ତି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅନୁମୋଦନ ପରେ ଏହି ଟିମ୍ ଘୋଷଣା ହୋଇଛି । ରାଜ୍ୟ ବିଜେପିର ସୋସିଆଲ ମିଡିଆ ଟିମ୍ ରାଜ୍ୟ ସହସଂଯୋଜକ ଭାବେ ଚିନ୍ମୟ ପଣ୍ଡା ଓ ସୂଚରିତା ଜେନାମଣିଙ୍କୁ ସାମିଲ କରାଯାଇଛି । ୧୨ଜଣ କୋର୍ ଟିମ୍ ସଦସ୍ୟ ଭାବେ ଅର୍ଜୁନ ଜଗତ, ବବଲୁ ମହାନ୍ତିି, ବିରଂଚି ପଣ୍ଡା, ଜିତେନ୍ଦ୍ର ପଟ୍ଟନାୟକ, କୃଷ୍ଣଚନ୍ଦ୍ର ଓଝା, ମାନସୀ ମଞ୍ଜରୀ ରାୟ, ମନୋଜ କୁମାର ବେହେରା, ପ୍ରଦୀପ୍ତ ଜେନା, ପ୍ରକାଶ ଚନ୍ଦ୍ର ନାୟକ, ପ୍ରଶାନ୍ତ ନାୟକ, ଶିଳ୍ପା ଗିରିଗୋସ୍ୱାମୀ ଓ ଶ୍ରୀନିବାସ ପଣ୍ଡାଙ୍କୁ ସ୍ଥାନ ମିଳିଛି ।

ସେହିପରି ରାଜ୍ୟ ସୋଶାଲ ମିଡିଆ କାର୍ଯ୍ୟକାରିଣୀରେ ୩୬ଜଣ ଜିଲ୍ଲା ସୋଶାଲ ମିଡିଆ ପ୍ରଭାରୀଙ୍କ ସମେତ ମୋଟ ୪୯ ଜଣଙ୍କୁ ମନୋନୀତ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ନିଜର ସୋଶାଲ ମିଡିଆ ଟିମକୁ ସୁଦୃଢ଼ କରି ରାଜ୍ୟବାସୀଙ୍କ ନିକଟତର ହେବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

Related story