Advertisment

ବିଜେପିର ନିର୍ବାଚନ ଇସ୍ତାହର କମିଟି: ଧର୍ମେନ୍ଦ୍ର, ଅଶ୍ୱିନୀ ଓ ଜୁଏଲ ଓରାମ ସାମିଲ

୨୦୨୪ରେ ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତା ଦଖଲ କରିବା ମୁଡରେ ରହିଛି ବିଜେପି। ଏପରି ସ୍ଥିତିରେ ନିର୍ବାଚନୀ ଇସ୍ତାହାର ବା ପ୍ରତିଶ୍ରୁତି ବେଶ ଗୁରୁତ୍ୱପୂର୍ଣ୍ଣ।

ଅଦ୍ୟତନ ହୋଇଛି
undefined

BJP

Advertisment

ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ନିର୍ବାଚନୀ ଇସ୍ତାହାର କମିଟି ଗଠନ କରିଛନ୍ତି। ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। ଏହି କମିଟି ବିଜେପି ନିର୍ବାଚନ ଜିତିବା ପରେ କ’ଣ ସବୁ କରିବ, ତା’ର ପ୍ରତିଶ୍ରୁତି ଉଲ୍ଲେଖ କରାଯିବ। ୨୦୨୪ରେ ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତା ଦଖଲ କରିବା ମୁଡରେ ରହିଛି ବିଜେପି। ଏପରି ସ୍ଥିତିରେ ନିର୍ବାଚନୀ ଇସ୍ତାହାର ବା ପ୍ରତିଶ୍ରୁତି ବେଶ ଗୁରୁତ୍ୱପୂର୍ଣ୍ଣ।

Advertisment

ନିର୍ବାଚନୀ ଇସ୍ତାହାର କମିଟିରେ ଓଡ଼ିଶାରୁ ରାଜ୍ୟସଭା ଯାଇଥିବା ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ରହିଛନ୍ତି। ସେହିପରି କମିଟିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆବାହକ ଓ ପୀୟୂଷ ଗୋଏଲ ସହ ଆବାହକ ଅଛନ୍ତି।

ମୋଟ ୨୭ ଜଣ କମିଟରେ ଅଛନ୍ତି। ରାଜନାଥ, ନିର୍ମଳା ଓ ପୀୟୂଷଙ୍କୁ ଛାଡ଼ି ଦେଲେ ବାକି ସମସ୍ତେ କମିଟିରେ ସଦସ୍ୟ ଭାବେ ରହିବେ। ସମସ୍ତଙ୍କ ମତାମତାକୁ ଗ୍ରହଣ କରି ଇସ୍ତାହାର ପ୍ରସ୍ତୁତ କରାଯିବ।

Advertisment

ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବଙ୍କ ବ୍ୟତୀତ କମିଟିରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ରାଜୀବ ଚନ୍ଦ୍ରଶେଖର, କିରଣ ରିଜିଜୁ, ଅର୍ଜୁନ ମୁଣ୍ଡା, ଅର୍ଜୁନରାମ ମେଘୱାଲ, ଭୂପେନ୍ଦ୍ର ଯାଦବ, ବିଷ୍ଣୁ ଦେଓ ସାଇ, ଭୂପେନ୍ଦ୍ର ପଟେଲ, ଶିବରାଜ ସିଂହ ଚୌହାନ, ମୋହନ ଯାଦବ, ବସୁନ୍ଧରା ରାଜେ ଓ ରବି ଶଙ୍କର ପ୍ରସାଦ ପ୍ରମୁଖ ରହିଛନ୍ତି। ସେହିପରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ମଧ୍ୟ କମିଟିରେ ସଦସ୍ୟ ଭାବେ ରଖାଯାଇଛି।

Bjp Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe