Advertisment

ବିଜେପିକୁ AIADMKର ଖୋଲା ଚ୍ୟାଲେଞ୍ଜ, କହିଲା- ସୀତାରମଣ ଓ ଜୟଶଙ୍କରଙ୍କୁ ପ୍ରାର୍ଥୀ କରିପାରିବ?

ବିଜେପି ଆଜି ପ୍ରଥମ ଦଫାରେ ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ। ଏହାପୂର୍ବରୁ AIADMKର ନେତା ମୁନୁସାମୀ ଏପରି ଚ୍ୟାଲେଞ୍ଜ ଦେଇଛନ୍ତି।

author-image
Hemant Lenka
PM Modi

PM Modi

କେନ୍ଦ୍ରରେ କ୍ଷମତାସୀନ ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛି ଦଳର ପୁରୁଣା ସହଯୋଗୀ AIADMK। ବିରୋଧୀ ମେଣ୍ଟ ଇଣ୍ଡିଆରେ AIADMK ନଥିଲେ ମଧ୍ୟ ତାମିଲନାଡୁରେ ବିଜେପିକୁ ଦଳ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି।

Advertisment

ବିଜେପିର ଯଦି ଦମ ଅଛି, ତା’ହେଲେ ଦଳ ଦୁଇ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ଏସ୍‌ ଜୟଶଙ୍କରଙ୍କୁ ତାମିଲନାଡୁର ଯେ କୌଣସି ଲୋକସଭା ନର୍ବାଚନରେ ପ୍ରାର୍ଥୀ କରୁ ବୋଲି AIADMK କହିଛି।

AIADMKର ବରିଷ୍ଠ ନେତେ କେପି ମୁନୁସାମୀ ଗୋଟିଏ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ବେଳେ ବିଜେପିକୁ ଟାର୍ଗେଟ କରିଛନ୍ତି। ବିଜେପି ସବୁବେଳେ ତାମିଲନାଡୁବାସୀଙ୍କୁ ଭୋଟ ମାଗିବା ବେଳେ ସୀତାରମଣ ଓ ଜୟଶଙ୍କରଙ୍କ ଉଦାହରଣ ଦେଉଛି।

Advertisment

ତାମିଲନାଡୁକୁ ବିଜେପି ସବୁବେଳେ ଗୁରୁତ୍ୱ ଦିଏ ବୋଲି ଦଳ କହୁଛି। ବାସ୍‌ ଏହାକୁ କାଉଣ୍ଟର କରିବା ପାଇଁ ମୁନୁସାମୀ ଆଜି ବିଜେପିକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି।

ସେ କହିଛନ୍ତି, “ଯଦି ବିଜେପିର ଜନ ସମର୍ଥନ ରାଜ୍ୟରେ ବଢ଼ିଛି, ତା’ହେଲେ ମୁଁ ସେମାନଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି। କ’ଣ ବିଜେପି ନିର୍ମଳା ସୀତାରମଣ ଓ ଏସ୍ ଜୟଶଙ୍କରଙ୍କୁ ଦଳ ଆସନ୍ତା ସାଧାରଣ ନିର୍ବାଚନରେ ତାମିଲନାଡୁର କୌଣସି ଆସନରୁ ପ୍ରାର୍ଥୀ କରିପାରିବ କି? ଯଦି ସେମାନଙ୍କର ଲୋକ ସମ୍ପର୍କ ବୃଦ୍ଧି ପାଇଛି, ତା’ହେଲେ ସେମାନେ ଏପରି ସାହାସ ଦେଖାନ୍ତୁ?”

ସୀତାରମଣ ଓ ଜୟଶଙ୍କର ଏବେ ରାଜ୍ୟସଭାର ସାଂସଦ। ସୀତାରମଣ କର୍ଣ୍ଣାଟକାରୁ ଓ ଜୟଶଙ୍କର ଗୁଜରାଟରୁ ରାଜ୍ୟସଭାକୁ ଯାଇଛନ୍ତି। ସେମାନେ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ବିଜେପି କୌଣସି ପ୍ରକାରର ସଙ୍କେତ ଦେଇନାହିଁ।

ବିଜେପି ଆଜି ପ୍ରଥମ ଦଫାରେ ୧୦୦ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ। ଏହାପୂର୍ବରୁ AIADMKର ନେତା ମୁନୁସାମୀ ଏପରି ଚ୍ୟାଲେଞ୍ଜ ଦେଇଛନ୍ତି। ଗତବର୍ଷ ସେପ୍ଟେମ୍ବର ମାସରେ AIADMK ଓ ବିଜେପି ମଧ୍ୟରେ ଥିବା ସମ୍ପର୍କଚ୍ଛିନ୍ନ ହୋଇଥିଲା।

ବିଜେପିର ରାଜ୍ୟ ସଭାପତି କେ ଆନ୍ନାମଲାଇ ରାଜ୍ୟର ପ୍ରଥମ ମୁଖ୍ୟନ୍ତ୍ରୀ ଆନ୍ନାଦୁରାଇଙ୍କ ପ୍ରତି ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବାରୁ ଏହାକୁ ନେଇ ଦୁଇ ଦଳ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଥିଲେ। AIADMK ଆନ୍ନାମଲାଇଙ୍କ କ୍ଷମା ଦାବି କରିଥିଲା। କିନ୍ତୁ ସେ କିଛି ବି ଶୁଣି ନଥିଲେ। ଫଳରେ ଦୁଇ ଦଳ ସେବେଠାରୁ ଅଲଗା ହୋଇଯାଇଛନ୍ତି।

Bjp PM Modi Tamilnadu AIADMK