Advertisment

ରାହୁଲ ଗାନ୍ଧିଙ୍କ ବିରୋଧରେ ଇସିରେ ଫେରାଦ ହେଲା ବିଜେପି

ରାହୁଲ ଗାନ୍ଧି ଆହୁରି ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନା ଇଭିଏମରେ ଜିତି ପାରିବେ ନାହିଁ।

undefined

Rahul Gandhi

Advertisment

ଭାରତୀୟ ନିର୍ବାଚନ କମିଶନଙ୍କ ନିକଟରେ ଆଜି ବିଜେପି ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଗୋଟିଏ ଅଭିଯୋଗ ଦାଖଲ କରାଯାଇଛି। ଶକ୍ତି ଓ ଇଭିଏମ ସମ୍ପର୍କରେ ସେ ଦେଇଥିବା ବୟାନକୁ ବିଜେପି ବିରୋଧ କରି ଇସିଙ୍କ ନିକଟରେ ପହଞ୍ଚି ଯାଇଛି।

Advertisment

ଫେବୃଆରୀ ୧୭ରେ ମୁମ୍ବାଇ ଠାରେ ଆୟୋଜିତ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗୋଟିଏ ଜନସମାବେଶକୁ ସମ୍ବୋଧନ କରିଥିଲେ। ଏହି ସମୟରେ ସେ କହିଥିଲେ, ହିନ୍ଦୁ ଧର୍ମରେ ଗୋଟିଏ ଶବ୍ଦ ରହିଛି ଶକ୍ତି। ଆମେ ଗୋଟିଏ ଶକ୍ତି ବିରୋଧରେ ଲଢ଼େଇ କରୁଛୁ। ପ୍ରଶ୍ନ ହେଉଛି ଶକ୍ତି କ’ଣ?

ଇଭିଏମରେ ରାଜାଙ୍କର ଆତ୍ମା ରହିଛି। ଏହା ସତ୍ୟ। ଇଭିଏମରେ ରାଜାଙ୍କ ଆତ୍ମା ରହିଛି। ଦେଶର ସବୁ ସଂସ୍ଥାରେ ରାଜାଙ୍କ ଆତ୍ମା ରହିଛି। ଇଡି, ସିବିଆଇ ଓ ଆୟକର ବିଭାଗ ସବୁଥିରେ ଏହା ରହିଛି।” ରାହୁଲ ଗାନ୍ଧି ଆହୁରି ଦାବି କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିନା ଇଭିଏମରେ ଜିତି ପାରିବେ ନାହିଁ।

Advertisment

ଏହାକୁ ବିଜେପି ବିରୋଧ କରିଛି। ଆଜି ଏଥିପାଇଁ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ ଦିଲ୍ଲୀ ସ୍ଥିତ ନିର୍ବାଚନ କମିଶନଙ୍କ ମୁଖ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ସେ ୱାୟନାଡ ସାଂସଦ ରାହୁଲଙ୍କ ବିରୋଧରେ ଅଭିଯୋଗ ଦାଖଲ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

Eci Rahul Gandhi Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe