Advertisment

ରାଜ୍ୟର ସବୁ ନିଗମ ଅଧ୍ୟକ୍ଷଙ୍କୁ ହଟାଇଲେ ବିଜେପି ସରକାର

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଜେଡି ସରକାର ସମୟରେ ନିଯୁକ୍ତି ପାଇଥିବା ବିଭିନ୍ନ ନିଗମ ଅଧ୍ୟକ୍ଷମାନଙ୍କୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

author-image
Ordigital Desk
ଅଦ୍ୟତନ ହୋଇଛି
undefined

Loka Seva Bhavan

ରାଜ୍ୟରେ ବିଜେଡି ସରକାରରେ ବିଭିନ୍ନ ସରକାରୀ ଉଦ୍ୟୋଗ (ନିଗମ)ରେ ନିଯୁକ୍ତି ପାଇଥିବା ପ୍ରାୟ ୩୦ରୁ ଅଧିକ ବିଜେଡି ନେତାଙ୍କୁ ଆଜି ସେମାନଙ୍କ ଦାୟିତ୍ୱରୁ ହଟାଇ ଦିଆଯାଇଛି। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଗତକାଲି ବିଜେଡି ସରକାରର ବିଭିନ୍ନ ବିଭାଗ ଓ ଯୋଜନାର ସମସ୍ତ ଉପଦେଷ୍ଟାଙ୍କୁ ହଟାଇ ଦେଇଥିଲେ।

Advertisment

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଜେଡି ସରକାର ସମୟରେ ନିଯୁକ୍ତି ପାଇଥିବା ବିଭିନ୍ନ ନିଗମ ଅଧ୍ୟକ୍ଷମାନଙ୍କୁ ହଟାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅଧ୍ୟକ୍ଷମାନଙ୍କ ଯୋଗୁ ନିଗମଗୁଡ଼ିକର ପରିଚାଳନାରେ କୌଣସି ଗୁଣାତ୍ମକ ଉନ୍ନତି ପରିଲକ୍ଷିତ ହେଉନଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଜେଡିର ଏହି ନେତାମାନଙ୍କୁ ହଟାଇ ଦେଇଛନ୍ତି।

ରାଜ୍ୟରେ ସାଧାରଣ ନିର୍ବାଚନ ଫଳାଫଳ ଜୁନ୍ ୪ ତାରିଖରେ ପ୍ରକାଶ ପାଇବା ପରେ ବିିଭିନ୍ନ ସରକାରୀ ଉଦ୍ୟୋଗ, ବୋର୍ଡ ଓ ଉପଦେଷ୍ଟା ଭାବେ ନିଯୁକ୍ତି ପାଇଥିବା ବିଜେଡି ନେତାମାନେ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ। କିଛି ନେତା ନିଜ ପଦ ଛାଡ଼ିନଥିବାରୁ ବିଜେପି ସରକାର ଧାଡ଼ିକିଆ ନିର୍ଦ୍ଦେଶନାମା ଜାରି କରି ବିଜେଡି ସରକାରରେ ନିଯୁକ୍ତି ପାଇଥିବା ସମସ୍ତଙ୍କୁ ଦାୟିତ୍ୱମୁକ୍ତ କରିଛନ୍ତି।

Advertisment
BjD Bjp Loka Seva Bhavan