Advertisment

ଲୋକଙ୍କ ପାଇଁ ଏ ସରକାର ଦିନ ରାତି ଏକ କରିଦେବ: ସୁରେଶ ପୂଜାରୀ

ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ଶପଥ ଗ୍ରହଣ ଉତ୍ସବ ପରେ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିବା ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ କହିଛନ୍ତି, ଆଜି ବସିବାକୁ ଯାଉଥିବା କ୍ୟାବିନେଟ୍‌ ପରେ ସବୁକିଛି ଜଣାଇବୁ।

BJP

Suresh Pujari

Advertisment

ଲୋକଙ୍କ ପାଇଁ ଏ ସରକାର ଦିନ ରାତି ଏକ କରିଦେବ। ଓଡ଼ିଶାରେ ମନ୍ତ୍ରିମଣ୍ଡଳ ଗଠନ ପରେ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିବା ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ସୁରେଶ ପୂଜାରୀ ଆଜି ଏପରି କହିଛନ୍ତି। ସେ ଆହୁରି କହିଛନ୍ତି, ଓଡ଼ିଶାବାସୀ ବିଜେପି ସରକାର କେବେ ହେଲେ ନିରାଶ କରିବ ନାହିଁ।

Advertisment

ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ଚରଣ ମାଝୀ। ଶପଥ ଗ୍ରହଣ ଉତ୍ସବ ପରେ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ମନ୍ତ୍ରୀ ହୋଇଥିବା ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ କହିଛନ୍ତି, ଆଜି ବସିବାକୁ ଯାଉଥିବା କ୍ୟାବିନେଟ୍‌ ପରେ ସବୁକିଛି ଜଣାଇବୁ। ହେଲେ ଗୋଟିଏ କଥା ସତ ଯେ ବିଜେପି କେବେ ହେଲେ ଓଡ଼ିଶାବାସୀଙ୍କୁ ନିରାଶ କରିବନି। ଓଡ଼ିଶାର ଅସ୍ମିତା, ଅଭିମାନ ଓ ଓଡ଼ିଶାର ପରିଚୟ ଉପରେ ହେଉଥିବା କୋଠାରାଘାତ ଆଉ କରିବାକୁ ଦିଆଯିବନି। ଓଡ଼ିଶାକୁ ବିଶ୍ୱ ଦରବାରରେ ପହଞ୍ଚାଇବୁ। ଓଡ଼ିଶାକୁ ଏକ ସମୃଦ୍ଧଶାଳୀ ଓଡ଼ିଶାରେ ପରିଣତ କରାଇବୁ। ବିକଶିତ ଓଡ଼ିଶା, ସମୃଦ୍ଧ ଓଡ଼ିଶା, ଆତ୍ମନିର୍ଭର ଓଡ଼ିଶା, କ୍ଷୁଦାମୁକ୍ତ ଓଡ଼ିଶା, ବେକାରୀ ମୁକ୍ତ ଓଡ଼ିଶା ଗଠନ କରିବୁ। ଲୋକଙ୍କ ପାଇଁ ଏ ସରକାର ଦିନ ରାତି ଏକ କରିଦେବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ସେ ଆହୁରି କହିଛନ୍ତି, ବିଜେପି ପ୍ରତିଷ୍ଠା ହେବା ଦିନଠାରୁ ପ୍ରାୟ ୪୫ ବର୍ଷ ପରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଶାସନ କ୍ଷମତାକୁ ଆସିଲୁ। ଆଉ ଲୋକଙ୍କ ଆଶୀର୍ବାଦ ପାଇଲୁ। ସେଥିପାଇଁ ଆଜି ଦିନଟି ହେଉଛି ଐତିହାସିକ ଦିନ। ଆଜିର ଏହି ଐତିହାସିକ ଦିନରେ ମୋ ପରି ଜଣେ ସାଧାରଣ କାର୍ଯ୍ୟକର୍ତ୍ତା ସରକାରଙ୍କ କ୍ୟାବିନେଟ୍‌ ମନ୍ତ୍ରୀ ଶପଥ ନେବାର ସୁଯୋଗ ନେଇଛି। ତାହା ପୁଣି ପ୍ରଧାନମନ୍ତ୍ରୀ, ସ୍ୱରାଷ୍ଟ୍ର ଓ ଅନେକ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ। ତେଣୁ ଇଏ ଅନୁଭୂତି ନିଆରା ବୋଲି ଶ୍ରୀ ପୂଜାରୀ କହିଛନ୍ତି।

Advertisment

କେଉଁ ବିଭାଗ ମିଳିବ ପ୍ରଶ୍ନରେ ସୁରେଶ ପୂଜାରୀ କହିଛନ୍ତି, କେଉଁ ବିଭାଗ ମିଳିବ, ତାହା ଉପରେ ମୋର କୌଣସି ମତଲବ ନାହିଁ। ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବାରୁ ମୋ ପାଇଁ ଗୌରବର ବିଷୟ। ଆମ ପଛରେ କାମ କରୁଥିବା ହଜାର ହଜାର କର୍ମକର୍ତ୍ତାଙ୍କ ତପସ୍ୟା ବଳରେ ଆଜି ମୁଁ ଏ ସ୍ଥାନରେ ପହଞ୍ଚିଛି। ସେଥିପାଇଁ ଓଡ଼ିଶାବାସୀ ଓ ମୋ କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଦେଉଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି।

Bjp Suresh Pujari
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe