୧୩ ରିଟାର୍ଡ ଅଫିସରଙ୍କୁ ଥଇଥାନ: ସପ୍ତାହେ ପୁରିଲାନି, ବିଜେଡି ସରକାରଙ୍କ ରଦ୍ଦ ‘ସଂକଳ୍ପ’ର ସର୍ତ୍ତାବଳୀରେ ଦେଲେ ପୁନଃନିଯୁକ୍ତି

ରାଜ୍ୟ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ୧୩ଜଣ ଅଫିସରଙ୍କୁ ପୁନଃ ନିଯୁକ୍ତି ମିଳିଛି । ଏହି ୧୩ଜଣ ଅଫିସରଙ୍କ ମଧ୍ୟରୁ ୧୨ଜଣ ଅଫିସରଙ୍କୁ ଏକବର୍ଷ ପାଇଁ ପୁନଃନିଯୁକ୍ତି ମିଳିଥିବାବେଳେ ଜଣେ ଅଫିସରଙ୍କୁ ୨୦୨୫ ମେ’ ୨୬ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି।

Mohan Majhi

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Ordigital Desk
  • Published: Monday, 23 September 2024
  • Updated: 23 September 2024, 10:41 PM IST

Sports

Latest News

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ସରକାର ୧୩ ଜଣ ଅବସରପ୍ରାପ୍ତ ସରକାରୀ ଅଫିସରଙ୍କୁ ପୁଣି ଥରେ ଥଇଥାନ କରିଛନ୍ତି ।  ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ଅଙ୍କୁଶ ଜାରି କରିବା ନିଷ୍ପତ୍ତିକୁ ୭ଦିନ ନପୁରୁଣୁ ତାକୁ ଖୋଲା ଉଲ୍ଲଘଂନ କରିଛନ୍ତି । ଏପରିକି ନବୀନ ପଟ୍ଟନାୟକ ସରକାରଙ୍କ ଯେଉଁ ସଂକଳ୍ପ ‘୨୦୧୪ ଅଗଷ୍ଟ ୨୭’କୁ ବର୍ତ୍ତମାନର ମୋହନ ସରକାର ରଦ୍ଦ କରିଥିଲେ, ସେହି ‘ସଂକଳ୍ପ’ର ସର୍ତ୍ତାବଳୀ ଆଧାରରେ ୧୩ ଜଣ ଅଫିସରଙ୍କୁ ପୁଣି ଥରେ ନିଯୁକ୍ତି ଦିଆଯାଇଛି।

ତେବେ ରାଜ୍ୟ ସରକାର ସେପ୍ଟେମ୍ବର ୧୨ ତାରିଖରେ ଯେଉଁ ‘ସଂକଳ୍ପ’ ଜାରି କରି ଅବସରପ୍ରାପ୍ତ କର୍ମଚାରୀଙ୍କ ନିଯୁକ୍ତି ଉପରେ ଅଙ୍କୁଶ ଜାରି କରିବା ସହ ପୁନଃନିଯୁକ୍ତିର ନିୟମକୁ କଡ଼ାକଡ଼ି କରିଥିଲେ ଏବଂ ନବୀନ ସରକାରଙ୍କ ଏସଂକ୍ରାନ୍ତ ‘ସଂକଳ୍ପ’କୁ ସମ୍ପୂର୍ଣ୍ଣ ରଦ୍ଦ କରିଥିଲେ ଏବେ ସେହି ସଂକଳ୍ପକୁ ଆଧାର କରି ରାଜ୍ୟ ପୁଲିସ ମୁଖ୍ୟାଳୟରେ ୧୩ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ କିଭଳି ପୁନଃ ଥଇଥାନ କରାଗଲା ତାକୁ ନେଇ ପ୍ରଶ୍ନ ଉଠିଛି ।

ରାଜ୍ୟ ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ ୧୩ଜଣ ଅଫିସରଙ୍କୁ ପୁନଃ ନିଯୁକ୍ତି ମିଳିଛି । ଏହି ୧୩ଜଣ ଅଫିସରଙ୍କ ମଧ୍ୟରୁ ୧୨ଜଣ ଅଫିସରଙ୍କୁ ଏକବର୍ଷ ପାଇଁ ପୁନଃନିଯୁକ୍ତି ମିଳିଥିବାବେଳେ ଜଣେ ଅଫିସରଙ୍କୁ ୨୦୨୫ ମେ’ ୨୬ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି। ଆଶ୍ଚର୍ଯ୍ୟର କଥା, ଚଳିତମାସ ଅର୍ଥାତ୍ ସେପ୍ଟେମ୍ବର ୧୨ତାରିଖରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଯେଉଁ ୨୦୧୪ ଅଗଷ୍ଟ ୨୭ତାରିଖର ‘ସଂକଳ୍ପ’କୁ ରଦ୍ଦ ଘୋଷଣା କରିଥିଲେ ସେହି ‘ସଂକଳ୍ପ’ର ସର୍ତ୍ତାବଳୀ ଆଧାରରେ ଏହି ସମସ୍ତ ଅଫିସରଙ୍କୁ ପୁନଃନିଯୁକ୍ତି ମିଳିଛି । ସେମାନଙ୍କୁ ଆବଶ୍ୟକ ପାରିଶ୍ରମିକ ମଧ୍ୟ ଅର୍ଥ ବିଭାଗର ୨୦୨୨ ସେପ୍ଟେମ୍ବର ୨୯ତାରିଖର ନିର୍ଦ୍ଦେଶନାମା ଅନୁସାରେ ମିଳିବ । ଏହି ସମସ୍ତ ଅଫିସର ରାଜ୍ୟ ପୁଲିସ ମୁଖ୍ୟାଳୟରେ ‘ଓଏସଡି’ ଭାବେ କାର୍ଯ୍ୟ ତୁଲାଇବେ । ନିୟମିତ ପ୍ରକ୍ରିୟାରେ ମୂଳ ପଦବୀ ପୂରଣ ହେବା ପର୍ଯ୍ୟନ୍ତ ଅବା ସେମାନଙ୍କ କାର୍ଯ୍ୟକାଳ ଶେଷ ହେବାପର୍ଯ୍ୟନ୍ତ ଏହି ‘ଓଏସଡି’ ଭାବେ ସେମାନଙ୍କୁ କାର୍ଯ୍ୟ କରିବାକୁ ସରକାର ଅନୁମତି ଦେଇଛନ୍ତି ।

Also Read

ଯେଉଁ ଅବସରପ୍ରାପ୍ତ ମିନିଷ୍ଟ୍ରିଆଲ ଅଫିସରମାନଙ୍କୁ ‘ଓଏସଡି’ ଭାବେ ପୁନଃ ଥଇଥାନ ପାଇଁ ରାଜ୍ୟ ସରକାର ଚଳିତମାସ ୧୮ତାରିଖରେ ଅନୁମତି ଦେଇଛନ୍ତି ସେମାନେ ହେଲେ ଖଗେଶ୍ୱର ବେହେରା, ବସନ୍ତ କୁମାର ସାହୁ, ଟି.ରାଜୁ, ଅନନ୍ତ କିଶୋର ଜେନା, ବସନ୍ତ କୁମାର ଜେନା, ପ୍ରମିଳା ମହାନ୍ତି, ଗୋବିନ୍ଦ ଚନ୍ଦ୍ର ମଲ୍ଲିକ,ଅମୂଲ୍ୟ କୁମାର ପ୍ରଧାନ, ବିଜୟ କୁମାର ସାମନ୍ତସିଂହାର, ଭାବଗ୍ରାହୀ ସାହୁ, ଦେବୀପ୍ରସାଦ ମିଶ୍ର,ସୁନାକର ନାୟକ ଓ ମାନସ ରଞ୍ଜନ ମହାନ୍ତି । ଏମାନଙ୍କ ମଧ୍ୟରୁ କେବଳ ଖଗେଶ୍ୱର ବେହେରାଙ୍କୁ ୨୦୨୫ ମେ’ ୨୬ତାରିଖ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଅନୁମତି ଥିବାବେଳେ ଅନ୍ୟ ୧୨ଜଣଙ୍କୁ ଏକବର୍ଷ ପାଇଁ କାର୍ଯ୍ୟ କରିବାର ଅନୁମତି ଦିଆଯାଇଛି ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ଅବସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ ଅଙ୍କୁଶ ଜାରି ପାଇଁ ଚଳିତମାସ ୧୨ତାରିଖରେ ଯେଉଁ ସଂକଳ୍ପ ଜାରି କରିଥିଲେ ତାକୁ ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ଗୃହ ବିଭାଗ କିଭଳି ଭୁଲିଗଲା । ନବୀନ ପଟ୍ଟନାୟକ ସରକାରଙ୍କ ୨୦୧୪ ଅଗଷ୍ଟ ୨୭ର ‘ସଂକଳ୍ପ’କୁ ମୋହନ ସରକାର ରଦ୍ଦ କରିଥିଲେ ମଧ୍ୟ ସେହି ‘ସଂକଳ୍ପ’ର ସର୍ତ୍ତାବଳୀ ଆଧାରରେ ଚଳିତମାସ ୧୮ତାରିଖରେ ଏହି ୧୩ଜଣ ଅଫିସରଙ୍କୁ ପୁନଃନିଯୁକ୍ତି ଦେବାକୁ କିଏ ଅନୁମତି ଦେଇଛନ୍ତି । ଏହି ଅଫିସରମାନଙ୍କୁ ‘ଓଏସଡି’ ଭାବେ ନିଯୁକ୍ତି ଦେବା ପାଇଁ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସୁପାରିଶ କରିଛି କି, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ନିଯୁକ୍ତିକୁ ଅନୁମୋଦନ କରିଛନ୍ତି କି? ଏହି ପଦବୀଗୁଡ଼ିକ ପାଇଁ ଖୋଲା ବିଜ୍ଞାପନ ଦିଆଯାଇଥିଲା କି?

ଉଲ୍ଲେଖଯୋଗ୍ୟ, ବିଭିନ୍ନ ମହଲରୁ ଚାପ ପଡ଼ିବା ପରେ ରାଜ୍ୟର ମୋହନ ମାଝୀ ସରକାର ଅସରପ୍ରାପ୍ତ କର୍ମଚାରୀଙ୍କ ପୁନଃନିଯୁକ୍ତି ଉପରେ କଟକଣା ଜାରି କରିଥିଲେ । ଏପରିକି ବିଜେଡି ସରକାରଙ୍କ ସଂକଳ୍ପକୁ ରଦ୍ଦ କରି କଡ଼ା ନିୟମ ଆଣିଥିଲେ । ମାତ୍ର ନିଜେ ଆଣିଥିବା ‘ସଂକଳ୍ପ’କୁ ସପ୍ତାହେ ନପୁରୁଣୁ ବିଜେଡି ସରକାରର ସଂକଳ୍ପ(ରଦ୍ଦ) ଆଧାରରେ ୧୩ଜଣ ଅଫିସରଙ୍କୁ ପୁନଃନିଯୁକ୍ତି ଦେବା ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story