ବିଜେପି ସରକାରର ପ୍ରଥମ ନିଷ୍ପତ୍ତି: ଆସନ୍ତାକାଲି ଖୋଲିବ ଶ୍ରୀମନ୍ଦିରର ୪ ଦ୍ୱାର, ୧୦୦ଦିନରେ ମହିଳାଙ୍କୁ ଭାଉଚର ଓ ଚାଷୀଙ୍କୁ ୩୧୦୦ଟଙ୍କା ଏମଏସପି

ଆସନ୍ତାକାଲି ପୁରୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସମୟରେ ରାଜ୍ୟ କ୍ୟାବିନେଟର ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ଚାରି ଦ୍ୱାର ଖୋଲାଯିବ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ଓ ସମସ୍ତଙ୍କ ପାଇଁ ସୁବ୍ୟବସ୍ଥିତ ଦର୍ଶନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

Mohan Majhi PhotoOR

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Ordigital Desk
  • Published: Wednesday, 12 June 2024
  • Updated: 12 June 2024, 09:33 PM IST

ରାଜ୍ୟର ବିଜେପି ସରକାର ଆଜି ଶପଥ ନେବା ସହ ନିଜର ପ୍ରଥମ କ୍ୟାବିନେଟ୍ ଓ ମନ୍ତ୍ରିପରିଷଦ ବୈଠକରେ ୪ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚାରିଦ୍ୱାର ଖୋଲିବା ଓ ଶ୍ରୀମନ୍ଦିର ପରିଚାଳନା ପାଇଁ ୫୦୦କୋଟି ଟଙ୍କାର କର୍ପସ ପାଣ୍ଠି, ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା ଓ ଚାଷୀଙ୍କ ପାଇଁ ସମୃଦ୍ଧ କୃଷକ ନୀତି ଆସନ୍ତା ୧୦୦ଦିନ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ରାଜ୍ୟର ବିଜେପି ସରକାର ନିଷ୍ପତ୍ତି ନେଇଛି ।

ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ଓ ମନ୍ତ୍ରିପରିଷଦ ବୈଠକରେ ୪ଟି ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ,  ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ପୁରୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ସମୟରେ ରାଜ୍ୟ କ୍ୟାବିନେଟର ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ଚାରି ଦ୍ୱାର ଖୋଲାଯିବ । ଭକ୍ତ ଓ ଭଗବାନଙ୍କ ମଧ୍ୟରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ଓ ସମସ୍ତଙ୍କ ପାଇଁ ସୁବ୍ୟବସ୍ଥିତ ଦର୍ଶନ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି ।

ସେହିପରି ଦ୍ୱିତୀୟ ପ୍ରସ୍ତାବରେ ଶ୍ରୀମନ୍ଦିରର ସୁପରିଚାଳନା,ସୌନ୍ଦର୍ଯ୍ୟକରଣ, ମରାମତି ଓ ଭକ୍ତଙ୍କ ପାଇଁ ରହିଥିବା ସମସ୍ୟାର ସମାଧାନ ପାଇଁ ଏକ କର୍ପସ ପାଣ୍ଠି ଗଠନ କରାଯିବ । ସେଥିରେ ୫୦୦କୋଟି ଟଙ୍କା ରହିବ ଓ ବଜେଟରେ ଏଥିପାଇଁ ବ୍ୟବସ୍ଥା ରହିବ । ଅଚାନକ କୌଣସି ସମସ୍ୟା ଆସିଲେ ଏହି ଅର୍ଥରୁ ତାହା ଖର୍ଚ୍ଚ କରାଯାଇପାରିବ ।

Also Read

ତୃତୀୟ ପ୍ରସ୍ତାବରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ଟଙ୍କା କରିବା ପାଇଁ ବିଜେପି ନିଜର ସଂକଳ୍ପପତ୍ର ପ୍ରତିଶ୍ରୁତି ଦେଇଥିଲା । ରାଜ୍ୟର ନୂଆ ସରକାର ‘ସମୃଦ୍ଧ କୃଷକ ନୀତି’ ଆଣିବା ପାଇଁ ଆଜି କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ଧାନର ଏମଏସପି ୩୧୦୦ଟଙ୍କା ପ୍ରଦାନ କରାଯିବ । ଏହି ସମୃଦ୍ଧ କୃଷକ ନୀତି ପାଇଁ ବିସ୍ତୃତ ମାଗଦର୍ଶିକା ବିଭାଗକୁ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସରକାରର ୧୦୦ଦିନର କାର୍ଯ୍ୟକ୍ରମ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରାଯିବ ।

ଚତୁର୍ଥ ପ୍ରସ୍ତାବ ଭାବେ ରାଜ୍ୟରେ ମହିଳାଙ୍କ ପାଇଁ ‘ସୁଭଦ୍ରା’ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛନ୍ତି । ବିଜେପି ଏନେଇ ନିଜର ସଂକଳ୍ପ ପତ୍ରରେ ପ୍ରତିଶ୍ରୁତି ଦେଇଥିଲା । ଆଜି ରାଜ୍ୟ କ୍ୟାବିନେଟରେ ଏହି ପ୍ରସ୍ତାବକୁ ଅନୁମୋଦନ କରାଯିବା ସହ ପ୍ରତ୍ୟେକ ମହିଳା ହିତାଧିକାରୀଙ୍କୁ ୫୦ହଜାର ଟଙ୍କାର ନଗଦ ଭାଉଚର ପ୍ରଦାନ ନିମନ୍ତେ ସମ୍ପୂର୍ଣ୍ଣ ଗାଇଡଲାଇନ୍ ଓ ମାର୍ଗଦର୍ଶିକା ପ୍ରସ୍ତୁତ ପାଇଁ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ବିଜେପି ସରକାରର ପ୍ରଥମ ୧୦୦ଦିନର କାର୍ଯ୍ୟକ୍ରମରେ ସାମିଲ ହୋଇଛି ।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଓ ସମସ୍ତ ମନ୍ତ୍ରୀ ଆଜି ରାତିରେ ପୁରୀ ଯାଇ ରାତି ବିତାଇବା ସହ ଆସନ୍ତାକାଲି ସକାଳେ ମହାପ୍ରଭୁଙ୍କ ଦର୍ଶନ ସହ ମଙ୍ଗଳ ଆଳତୀବେଳେ ଉପସ୍ଥିତ ରହିବେ । ଏହି ସମୟରେ ମହାପ୍ରଭୁଙ୍କ ଚାରିଦ୍ୱାର ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story