Advertisment

ପୁଣି ଫେରାଦ ହେଲା ବିଜେପି: କାର୍ଯ୍ୟାନୁଷ୍ଠାନ ପରେ ବି ସୁଧୁରୁନାହାନ୍ତି ଡିଆଇଜି ଆଶୀଷ ସିଂ,ରାଜ୍ୟ ବାହାରକୁ ବଦଳି ଦାବି

ଡିଆଇଜି ଆଶୀଷ ସିଂହଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି

undefined

DIG Ashish Singh

Advertisment

ପୁଲିସ ଡିଆଇଜି ଆଶୀଷ ସିଂଙ୍କ ବିରୁଦ୍ଧରେ ନିର୍ବାଚନ କମିଶନ କାର୍ଯ୍ୟାନୁଷ୍ଠାନ ନେବା ସତ୍ତ୍ୱେ ସେ ତାଙ୍କର ଆଭ୍ୟସ ଛାଡ଼ୁନାହାନ୍ତି । ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲା ଉଲ୍ଲଘଂନ କରି ବିଜେଡିର ନଗଦ କଳାଟଙ୍କାକୁ ରାଜ୍ୟରେ ବିଭିନ୍ନ ସ୍ଥାନରେ ପହଂଚାଇବା ଓ ନାନାଦି ଲୋକଙ୍କୁ ଧମକଚମକ ଦେବା ଭଳି କାର୍ଯ୍ୟ ଜାରି ରଖିଛନ୍ତି । ଆଜି ଏଭଳି ସଙ୍ଗୀନ ଅଭିଯୋଗ ଆଣି ଆଶୀଷ ସିଂଙ୍କୁ ତୁରନ୍ତ ରାଜ୍ୟ ବାହାରକୁ ବଦଳି ପାଇଁ ଦାବି କରିଛି ବିଜେପି।

Advertisment

ବିଜେପି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡାଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଡିଆଇଜି ଆଶୀଷ ସିଂହଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ବିଜେପି ଅଭିଯୋଗ କରିଛି ଯେ, ନିର୍ବାଚନ ହାରିଯିବାର ଭୟ ବିଜେଡିକୁ ଘାରିଛି । ନୀତିନିୟମକୁ ମୋଡ଼ିମକଚି ପ୍ରଶାସନିକ ଅଧିକାରୀମାନଙ୍କୁ ନିର୍ବାଚନ କାର୍ଯ୍ୟରେ ଲଗାଇବା ବିଜେଡିର ଚିରାଚରିତ ଢ଼ଙ୍ଗ ।"ଅଙ୍ଗାରକୁ କ୍ଷୀରରେ ଯେତେ ଧୋଇଲେ ତାର ମଳିନତା ଯାଏ ନାହିଁ’ । ଠିକ୍ ସେମିତି ବିଜେଡି ବିରୋଧରେ ଆଦର୍ଶ ଆଚରଣ ବିଧି ଉଲଘଂନର ଯେତେ ପ୍ରମାଣ ସାମ୍ନାକୁ ଆସିଲେ ମଧ୍ୟ ଏହି ଦଳ ପୁରୁଣା ଅଭ୍ୟାସକୁ ପରିବର୍ତନ କରିପାରୁନାହିଁ ।

ଆଦର୍ଶ ଆଚରଣ ବିଧିକୁ ଉଲ୍ଲଘଂନ କରିବା ଯୋଗୁ ଆଇପିଏସ୍ ଅଫିସର ଆଶିଷ ସିଂହଙ୍କୁ ତାଙ୍କ ପୂର୍ବ ପଦବୀରୁ ହଟାଇ ଦେଇଥିଲେ କେନ୍ଦ୍ରୀୟ ନିର୍ବାଚନ କମିଶନ। ତଥାପି ଶ୍ରୀ ସିଂହ ସଧୁରିଲେ ନାହିଁ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନାକ ତଳେ ଭୁବନେଶ୍ୱରସ୍ଥିତ ଅର୍ଥନୈତିକ ଅପରାଧ ଶାଖା କାର୍ଯ୍ୟାଳୟର ଷଷ୍ଠ ମହଲାରେ ବସି ନିଜର ରାଜନୈତିକ କାର୍ଯ୍ୟକଳାପ ଜାରି ରଖିଛନ୍ତି । ନିର୍ବାଚନକୁ ପ୍ରଭାବିତ କରିବା ପାଇଁ ଉର୍ଦ୍ଦିଷ୍ଟ ବିଜେଡିର ନଗଦ କଳାଟଙ୍କା ରାଜ୍ୟର ବିଭିନ୍ନ ସ୍ଥାନରେ ପହଂଚାଇବା ନିମନ୍ତେ ପୁଲିସ କଳର ଦୂରୁପଯୋଗ ତାଙ୍କ ହେପାଜତରେ ଚାଲିଛି । ଟେଲିଫୋନ ଯୋଗେ ପ୍ରତିପକ୍ଷଙ୍କୁ ଧମକ ଚମକ ଅଭିଯୋଗ ମଧ୍ୟ ଶ୍ରୀ ସିଂହଙ୍କ ବିରୋଧରେ ଅଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଶ୍ରୀ ସିଂହ କାର୍ଯ୍ୟରତ ଥିଲାବେଳେ ରାଜନୈତିକ ହତ୍ୟାକାଣ୍ଡ ଓ ବିରୋଧୀ ଦଳ ନେତାଙ୍କ ବିରୋଧରେ ଦମନମୂଳକ କାର୍ଯ୍ୟାନୁଷ୍ଠାନ ଏକ ନିୟମିତ ଘଟଣାରେ ପରିଣତ ହୋଇଥିଲା । ଦୁର୍ଭାଗ୍ୟଜନକ ଭାବେ ନବୀନ ବାବୁ ଓ ବିଜେଡି ନେତୃତ୍ୱରେ ସମ୍ବିଧାନ ନିର୍ଦ୍ଧାରିତ "ଷ୍ଟିଲ୍ ଫ୍ରେମ୍ ବ୍ୟୁରୋକ୍ରାସି’ ଦୁର୍ବଳ ହୋଇଯାଇଛି।

Advertisment

ମୁଷ୍ଟିମେୟ ଅଣଓଡ଼ିଆ ସର୍ବଭାରତୀୟ ସେବା ଅଧିକାରୀମାନେ ସମ୍ବିଧାନ ଅପେକ୍ଷା ନିଜର ରାଜନୈତିକ ମୁନିବଙ୍କର ବଚସ୍କର ହେବାକୁ ଶ୍ରେୟସ୍କର ମଣୁଛନ୍ତି । ଏହା ଦେଶର ଗଣତନ୍ତ୍ର ବିରୋଧରେ ଏକ ଜଘଂନ୍ୟ ଷଡ଼ଯନ୍ତ୍ର । ଏଭଳି ପରିସ୍ଥିତିରେ ଶ୍ରୀ ସିଂହଙ୍କ ଫୋନକୁ ଜବତ କରି ନିର୍ବାଚନରେ ତାଙ୍କ ସଂପୃକ୍ତିର ବିଧିବଦ୍ଧ ତଦନ୍ତ ପାଇଁ ବିଜେପି ଦାବି କରିଛି । ଏହାସହିତ ରାଜ୍ୟରେ ଅବାଧ,ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ତାଙ୍କୁ ତୁରନ୍ତ ରାଜ୍ୟ ବାହାରକୁ ବଦଳି ନିମନ୍ତେ ପ୍ରତିନିଧି ଦଳ ଦାବି କରିଛନ୍ତି।

ଏହି ପ୍ରତିନିଧି ଦଳରେ ବିଜେପି ନେତ୍ରୀ କସ୍ତୁରୀ ମିଶ୍ର, ଦିଲୀପ ମଲ୍ଲିକ, ଅନିଲ ବିଶ୍ୱାଳ, ସୁଜିତ୍ କୁମାର ଦାସ, ନିୟତି ଗିରି ଓ ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ ।

Ips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe