Advertisment

ମିଶନ ମୋଡରେ କାମ କରିବ ବିଜେପି ଏସ୍‌ଟି ମୋର୍ଚ୍ଚା

୨୦୧୯ ନିର୍ବାଚନ ଅପେକ୍ଷା ୨୦୨୪ରେ ବିଜେପି ପ୍ରତି ବଢିଛି ଆଦିବାସୀଙ୍କ ସମର୍ଥନ। ବିଧାନସଭାରେ ସଂରକ୍ଷିତ ଥିବା ୩୩ ଆସନ ମଧ୍ୟରୁ ବିଜେପି ୨୦୧୯ରେ ୧୧ ଟି ଜିତିଥିବା ବେଳେ ୨୦୨୪ରେ ୧୮ରେ ପହଞ୍ଚିଛି।

BJP

BJP

Advertisment

ସରକାରକୁ ଆସିବା ପରେ ସଂଗଠନକୁ ମଜଭୁତ କରିବା ପାଇଁ ବିଜେପିର ପ୍ରୟାସ ଆରମ୍ଭ କରିଛି। ଖାସ୍‌ କରି ହାରିଥିବା ସିଟ୍‌ ଉପରେ ଫୋକସ୍‌ କରିଛି ବିଜେପି। ମିଶନ ମୋଡରେ କାମ କରିବ ବିଜେପି ଏସ୍‌ଟି ମୋର୍ଚ୍ଚା। ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ସବୁ ଆସନ ଜିତିବାକୁ ପ୍ରସ୍ତୁତ ହେଲା ଖସଡ଼ା। ବିଧାନସଭାରେ ୩୩ରୁ ୩୩ ଓ ଲୋକସଭାରେ ୫ ରୁ ୫ ଆସନ ଜିତିବା ଲକ୍ଷ୍ୟରେ କର୍ମୀଙ୍କୁ ଟାସ୍କ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଥିବାରୁ ଆଜି ବିଜେପି ଏସ୍‌ଟି ମୋର୍ଚ୍ଚା ପକ୍ଷରୁ ଆୟୋଜିତ ହୋଇଥିଲା ସ୍ୱାଗତ ସମ୍ବର୍ଦ୍ଧନା ସଭା। ଏଥିରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଆଦିବାସୀ ମୋର୍ଚ୍ଚାର ଦାବି ପୂରଣ କରିବା ମୋହନ ସରକାରଙ୍କ ପ୍ରାଥମିକତା।

ଅନ୍ୟପଟେ ମନ୍ତ୍ରୀ ରବି ନାୟକ ମଧ୍ୟ ଆଦିବାସୀଙ୍କ ସମସ୍ୟାକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ସେ କହିଥିଲେ, ଆଦିବାସୀଙ୍କ ସଂଖ୍ୟା କମିବା ଗୁରୁତର ବିଷୟ। ଏଥିପାଇଁ ନିର୍ବାଚନମଣ୍ଡଳୀକୁ କ୍ଲଷ୍ଟର କରି ସବୁ ସମସ୍ୟାର ସମାଧାନ ଏବଂ ଯୋଜନାର କାର୍ଯ୍ୟକାରିତା କରିବାକୁ ହେବ।

Advertisment

୨୦୧୯ ନିର୍ବାଚନ ଅପେକ୍ଷା ୨୦୨୪ରେ ବିଜେପି ପ୍ରତି ବଢିଛି ଆଦିବାସୀଙ୍କ ସମର୍ଥନ। ବିଧାନସଭାରେ ସଂରକ୍ଷିତ ଥିବା ୩୩ ଆସନ ମଧ୍ୟରୁ ବିଜେପି ୨୦୧୯ରେ ୧୧ ଟି ଜିତିଥିବା ବେଳେ ୨୦୨୪ରେ ୧୮ରେ ପହଞ୍ଚିଛି। ସେହିପରି ଲୋକସଭାରେ ସଂରକ୍ଷିତ ୫ ଆସନରୁ ୨୦୨୯ରେ ୨ ଆସନ ଜିତିଥିବା ବେଳେ ଏଥର ୪ ଆସନ ହାତେଇଛି ଦଳ। କିନ୍ତୁ କାହିଁକି ଅନ୍ୟ ସିଟରେ ଦଳ ହାରିଲା ତା’ର ସମୀକ୍ଷା କରି ଆକ୍ସନ ମୋଡ଼କୁ ଆସିବାକୁ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏମିତି କି ହାରିଥିବା ଆସନକୁ ଜଣେ ଜଣେ ନେତା ଆଡପ୍ଟ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ।

ସାଧାରଣ ନିର୍ବାଚନ ପୂର୍ବରୁ ମୟୂରଭଞ୍ଜ ଆଦିବାସୀ ଚେହେରା ଦ୍ରୌପଦୀ ମୁର୍ମୁଙ୍କୁ ଦେଶର ସର୍ବୋଚ୍ଚ ଆସନରେ ବସାଇ ମାଷ୍ଟର ଷ୍ଟ୍ରୋକ ଖେଳିଥିଲା ବିଜେପି। ଆଉ ଏବେ ପୁଣି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ମୋହନ ଚରଣ ମାଝୀଙ୍କୁ ଦାୟିତ୍ୱ ଓ କେନ୍ଦ୍ରରେ ଆଦିବାସୀ ବ୍ୟାପାର ମନ୍ତ୍ରୀ ଭାବେ ଆଦିବାସୀ ନେତା ଜୁଏଲ ଓରାମଙ୍କୁ ଦାୟିତ୍ୱ ବିଜେପିର ଅନୁସୂଚିତ ଜନଜାତି ଭୋଟ ବ୍ୟାଙ୍କକୁ ଆହୁରି ମଜଭୂତ କରିବ ବୋଲି କୁହାଯାଉଛି।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe