BJP
ଦିଲ୍ଲୀ ବିଧାନସଭା ନିର୍ବାଚନର ଭୋଟ ଗଣତି ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଏସବୁ ଭିତିରେ ୫ଟି ଆସନର ରେଜଲ୍ଟ ପ୍ରକାଶ ପାଇଛି। ୫ଟି ଆସନ ମଧ୍ୟରୁ ବିଜେପି ୪ଟି ଓ ଆପ୍ ଗୋଟିଏରେ ବିଜୟ ହୋଇଛି। କୋଣ୍ଡଲି ଆସନରେ ଆସନରେ ଆପ୍ ପ୍ରାର୍ଥୀ କୁଲଦୀପ କୁମାର ବିଜୟୀ ହୋଇଛନ୍ତି। ୨୦୧୩, ୨୦୧୫ ଓ ୨୦୨୦ରେ ମଧ୍ୟ ଏହି ଆସନରୁ ଆପ୍ ପ୍ରାର୍ଥୀ ବିଜୟ ହୋଇଥିଲେ। ଏହା ଆପର ଗଡ଼ ଭାବେ ପରିଚିତ ଥିବା ବେଳେ କୁଲଦୀପ କୁମାର ସହଜ ବିଜୟ ହାସଲ କରିଛନ୍ତି।
ଏଠାରେ କୁଲଦୀପଙ୍କୁ ୬୨୯୩୬ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ପ୍ରିୟଙ୍କା ଗୌତମ କେବଳ ୫୪,୮୭୫ ଭୋଟ ପାଇଛନ୍ତି। କଂଗ୍ରେସର ଅକ୍ଷୟ କୁମାରଙ୍କୁ ୬୯୬୦ ଖଣ୍ଡ ଭୋଟ ମିଳିଛି।
କସ୍ତୁରବା ନଗର, ରଜୌରୀ ଗାର୍ଡେନ, ତ୍ରି ନଗର ଓ ବିଶ୍ୱାସ ନଗର ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କସ୍ତୁରବା ନଗରର ୨୦୧୩ରୁ ଆପ ପାଖରେ ରହିଥିଲା। କିନ୍ତୁ ଏଥର ବିଜେପିର ନୀରଜ ବାସୋୟା ବିଜୟୀ ହୋଇଛନ୍ତି। ରଜୌରୀ ଗାର୍ଡେନ ଆସନ ୨୦୧୩ରେ ଅକାଳୀ ଦଳ ଜିତିଥିଲା। କିନ୍ତୁ ୨୦୧୫ ଓ ୨୦୨୦ରେ ଆପ ଏଠାରେ ବାଜିମାତ କରିଥିଲା। କିନ୍ତୁ ୨୦୨୫ରେ ବିଜେପିର ବରିଷ୍ଠ ନେତା ମନଜିନ୍ଦର ସିଂହ ସିର୍ସା ଜିତିଛନ୍ତି।
୨୦୧୩ ପରେ ବିଜେପି ପୁଣିଥରେ ତ୍ରି ନଗର ଆସନରେ ପଦ୍ମ ଫୁଟାଇଛି। ଏଠାରେ ବିଜେପିର ତିଲକ ରାମ ଗୁପ୍ତା ବିଜୟୀ ହୋଇଛନ୍ତି। ୨୦୧୫ ଓ ୨୦୨୦ରେ ଏଠାରେ ଆପ ଜିତିଥିଲା।
ବିଶ୍ୱାସ ନଗର ପାରମ୍ପରିକ ଭାବେ ବିଜେପି ପାଖରେ ରହିଛି। ଲୋକମାନେ ପୁଣିଥରେ ବିଜେପି ଉପରେ ବିଶ୍ୱାସ ପ୍ରକଟ କରିଛନ୍ତି। ବିଜେପିର ଓମ ପ୍ରକାଶ ଶର୍ମା ଏଠାରୁ ପୁଣି ଜିତିଛନ୍ତି। ୨୦୧୩, ୨୦୧୫ ଓ ୨୦୨୦ରେ ମଧ୍ୟ ବିଜେପି ଏଠାରେ ଜିତିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/BJP_1738997583.jpg)