Advertisment

ମୋଦି ୩.୦କୁ ଖଡଗେଙ୍କ ସାମାଲୋଚନା, କାଉଣ୍ଟର କଲା ବିଜେପି

ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୨୪୦ ଆସନ ଜିତିଥିଲା। ଏହା ମ୍ୟାଜିକ ନମ୍ବର ୨୭୨ ଠାରୁ କମ ଥିଲେ ହେଁ ଦଳ ସହଯୋଗୀମାନଙ୍କୁ ସାଥୀ କରି ସରକାର ଗଠନ କରିଛି।

Kharge

Kharge

Advertisment

କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିଲେ ଓ କହିଥିଲେ ଯେ କେନ୍ଦ୍ରରେ ମେଣ୍ଟ ସରରକାର ଭୁଲ ବଶତଃ ଗଠନ ହୋଇଛି। ଏଥିସହ ଏହା ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ି ପଡ଼ିବ।

Advertisment

ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନରେ ବିଜେପି ଏକାକୀ ୨୪୦ ଆସନ ଜିତିଥିଲା। ଏହା ମ୍ୟାଜିକ ନମ୍ବର ୨୭୨ ଠାରୁ କମ ଥିଲେ ହେଁ ଦଳ ସହଯୋଗୀମାନଙ୍କୁ ସାଥୀ କରି ସରକାର ଗଠନ କରିଛି।

ଏହାକୁ ଦୃଷ୍ଟିରେ ରଖି ଖଡଗେ କହିଥିଲେ ଯେ “ଭୁଲରେ ଏନଡିଏ ସରକାର ଗଠନ ହୋଇଛି। ମୋଦିଙ୍କ ପାଇଁ ଜନାଦେଶ ନାହିଁ। ଏହା ଏକ ସଂଖ୍ୟାଲଘୁ ସରକାର। ଏହି ସରକାର ଯେକୌଣସି ମୁହୂର୍ତ୍ତରେ ଭୁଶୁଡ଼ି ପାରେ।

Advertisment

ଆମେ ଏହା ଚାଲୁ ରହୁ ବୋଲି ଚାହୁଁଛୁ। ଏହା ଦେଶ ପାଇଁ ଭଲ ସାବ୍ୟସ୍ତ ହେଉ। ଆମେ ସମସ୍ତେ ଦେଶକୁ ସଶକ୍ତ କରିବାକୁ ଏକାଠି କାମ କରିବା ଦରକାର। କିନ୍ତୁ ଆମ ପ୍ରଧାନମନ୍ତ୍ରୀ ସବୁବେଳେ ସବୁ କିଛି ଭଲରେ ଚାଲୁ ବୋଲି ଚାହାନ୍ତି ନାହିଁ। ତଥାପି ଦେଶକୁ ସଶକ୍ତ କରିବା ଦିଗରେ ଆମେ ଉଦ୍ୟମ କରିବୁ।”

ତାଙ୍କର ଏଭଳି ମନ୍ତବ୍ୟକୁ କଡ଼ା ଭାଷାରେ କାଉଣ୍ଟର କରିଛନ୍ତି ତାମିଲନାଡୁ ବିଜେପି ମୁଖ୍ୟ କେ ଆନ୍ନାମଲାଇ। ତାଙ୍କ କହିବା କଥା ଖଡଗେ ସମ୍ଭବତଃ ନିର୍ବୋଧମାନଙ୍କ ସ୍ୱର୍ଗରେ ରହୁଛନ୍ତି।

ସେ କହିଛନ୍ତି, “ଶପଥ ପାଠ କାର୍ଯ୍ୟକ୍ରମରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ସାମିଲ ହେବା ପରେ ଯଦି ଖଡଗେ ଭାବୁଛନ୍ତି ସରକାର ଭୁଶୁଡ଼ିବ ପଡ଼ିବ, ତା’ହେଲେ ମୁଁ ଭାବୁଛି ସେ ସମ୍ଭବତଃ ନିର୍ବୋଧଙ୍କ ଭୂସ୍ୱର୍ଗରେ ରହୁଛନ୍ତି।”

Mallikarjun Kharge K Annamalai
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe