ତାମିଲବାବୁଙ୍କ ପାଇଁ ବିଜେପି ଆଜି ସରକାରରେ: ପରଜଙ୍ଗ ବିଧାୟକ

ଆଜି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୩୧୭୮.୮୪ କୋଟି ଟଙ୍କାର ଖର୍ଚ୍ଚଦାବି ଉପରେ ଆଲୋଚନା ପରେ ଏହା ପାରିତ ହୋଇଛି ।

Odisha Legislative Assembly

ବିଧାନସଭା

Ordigital Desk
  • Published: Thursday, 05 September 2024
  • Updated: 05 September 2024, 10:03 PM IST

Sports

Latest News

ତାମିଲବାବୁଙ୍କ ପାଇଁ ରାଜ୍ୟରେ ବିଜେପି ଆଜି ସରକାରରେ ଅଛି । ସେଥିପାଇଁ ତାଙ୍କୁ ଧନ୍ୟବାଦ । ସିଏ ଯେତେଦିନ ପର୍ଯ୍ୟନ୍ତ ଏରୋଡ୍ରମ ଫିଲଡ୍ ଆଡ଼େ ଯାଉଥିବେ ଆମକୁ କେହି ଟ୍ରେଜେରୀ ବେଂଚରୁ ହଟାଇ ପାରିବେ ନାହିଁ । ଆଜି ଏଭଳି କିଛି ଢଙ୍ଗରେ ବିଜେଡିର ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ କରି ପରଜଙ୍ଗ ବିଜେପି ବିଧାୟକ ବିଭୂତିଭୂଷଣ ପ୍ରଧାନ କହିଛନ୍ତି । ପାଣ୍ଡିଆନ ଓ ନବୀନ ପଟ୍ଟନାୟକଙ୍କ ନାଁ ନଧରି ଆଜି ସେ ଉଭୟ ଗୃହ ଭିତରେ ଓ ବାହାରେ ଏଭଳି କଟାକ୍ଷ କରିଛନ୍ତି ।

ଆଜି ବିଧାନସଭାରେ କୃଷି ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଭାଗ ନେଇ ବିଜେପି ବିଧାୟକ ଶ୍ରୀ ପ୍ରଧାନ କହିଥିଲେ ଯେ, ପେପରରେ ପଢ଼ିଥିଲି ଢ଼ଳେଇର ସ୍ଥାୟିତ୍ୱ କୋଣାର୍କର ସିମେଂଟର ଦାୟିତ୍ୱ । ଠିକ୍ ସେମିତି ଏବେ ବିଜେପିର ସ୍ଥାୟିତ୍ୱ ତାମିଲବାବୁଙ୍କ ଦାୟିତ୍ୱ । ତେବେ ତାମିଲମାନେ ସବୁ ତାମିଲଙ୍କୁ କହୁନୁ କି ଅଣଓଡ଼ିଆ ମାନେ ସବୁ ଅଣଓଡ଼ିଆଙ୍କୁ ଆକ୍ଷେପ କରୁନାହୁଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ତାମିଲବାବୁ(ପାଣ୍ଡିଆନ) ଯେତେଦିନ ପର୍ଯ୍ୟନ୍ତ ଏରୋଡ୍ରମ ଫିଲଡ୍ (ନବୀନ ନିବାସ) ଆଡ଼େ ଯାଉଥିବେ ଆମକୁ କେହି ଟ୍ରେଜେରୀ ବେଂଚରୁ ହଟାଇପାରିବେ ନାହିଁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସେ ଆହୁରି ମଧ୍ୟ କହିଚନ୍ତି ଯେ, ବିଜେଡି ସରକାରରେ ଜଣେ ଛାୟା ଓ ଜଣେ କାୟା ମୁଖ୍ୟମନ୍ତ୍ରୀ ଥିଲେ । ଛାୟା ମୁଖ୍ୟମନ୍ତ୍ରୀ ସାଜିଥିଲେ ଜଣେ ଅଫିସର, ଯିଏ କେବେ ବିଧାନସଭା ଆସିନାହାନ୍ତି । କାୟା ମୁଖ୍ୟମନ୍ତ୍ରୀ ବି ନିଜେ ବିଧାନସଭାକୁ ଆସନ୍ତି ନାହିଁ । ଯାହା ଆମେ ତାଙ୍କୁ ଟିଭିରେ ଦେଖୁ । ଏବେ ବିଧାନସଭାରେ ଗତକିଛି ଦିନ ହେଲା ୨୪ବର୍ଷ, ତାମିଲ, ଅଣଓଡ଼ିଆ ଓ ଓଡ଼ିଆ ଅସ୍ମିତା ଭଳି ଶବ୍ଦ ବାରମ୍ବାର ଶୁଣିବାକୁ ମିଳୁଛି । ଯାହାକି ଗିନିଜ୍ ବୁକ ରେକର୍ଡରେ ବୋଧହୁଏ ସ୍ଥାନ ପାଇବ । ଆମେ ଏମିତି ଆଗକୁ ୫ବର୍ଷ ମଧ୍ୟ କହିବୁ । ତେବେ ଏଭଳି ଆକ୍ଷେପ ସବୁ ତାମିଲ କିମ୍ବା ସବୁ ଅଣଓଡ଼ିଆଙ୍କ ପାଇଁ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

Also Read

ସେହିପରି ବିଜେଡି ବିଧାୟକ ଗୌତମବୁଦ୍ଧ ଦାସଙ୍କ ବୟାନକୁ କଟାକ୍ଷ କରି ଶ୍ରୀ ପ୍ରଧାନ କହିଥିଲେ ଯେ, ଜୁନ୍ ୫ତାରିଖରେ ବିଜେଡି ହାରିଲା ପରେ ତାମିଲବାବୁଙ୍କୁ ଏରୋଡ୍ରମ ଫିଲଡରେ ଦେଖି ବିରୋଧୀ ଦଳ ନେତା ବୋଧହୁଏ ଏହି ଗୀତ ଗାଇଥିବେ । “ହୃଦୟର ଏଇ ଶୂନ୍ୟତାକୁ ଯଦି ଆଜି ପଚାରି ମୁଁ ଯେବେ ଶୁଣେ, ପ୍ରତାରଣା କିଏ କାହାକୁ ଦେଇଛି ପ୍ରତିଧ୍ୱନି କୁହେ ତୁମେ ତୁମେ.... ।” ବୋଲି ଶ୍ରୀ ପ୍ରଧାନ କଟାକ୍ଷ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଆଜି ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୧୩୧୭୮.୮୪ କୋଟି ଟଙ୍କାର ଖର୍ଚ୍ଚଦାବି ଉପରେ ଆଲୋଚନା ପରେ ଏହା ପାରିତ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story