Advertisment

ସରକାରଙ୍କୁ ଘେରିବାକୁ ବିଜେପିର ନୂଆ ରଣନୀତି, ପ୍ରସ୍ତୁତ କରୁଛି ୧୦୮ ଦଫା ଚାର୍ଜସିଟ

ଫାଇଭ-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ, ରାଜ୍ୟ ସରକାରଙ୍କ ବିଫଳତା, କୋଇଲା ଦୁର୍ନୀତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା ନ ଯିବା ପରି ୧୦୮ ଦଫା ନେଇ ଚାର୍ଜସିଟ୍ ପ୍ରସ୍ତୁତ କରୁଛି ବିଜେପି ।

BJP

BJP

Advertisment

ରାଜ୍ୟର ୧୦୮ଟି ପ୍ରସଙ୍ଗକୁ ନେଇ ବିଜେପି ପ୍ରସ୍ତୁତ କରୁଛି ଚାର୍ଜସିଟ୍‌ । ଫାଇଭ-ଟି ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ, ରାଜ୍ୟ ସରକାରଙ୍କ ବିଫଳତା, କୋଇଲା ଦୁର୍ନୀତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା ନ ଯିବା ପରି ୧୦୮ ଦଫା ନେଇ ଚାର୍ଜସିଟ୍ ପ୍ରସ୍ତୁତ କରୁଛି ବିଜେପି ।

Advertisment

ବିଜେପି କହିଛି, ବିଗତ ବର୍ଷମାନଙ୍କରେ ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଅନେକ ଦୁର୍ନୀତି ହୋଇଛି । ଚାର୍ଜସିଟରେ ଏସବୁକୁ ଗୁରୁତ୍ୱ ଦିଆଯିବ। ପଞ୍ଚାୟତସ୍ତରରେ ଆନ୍ଦୋଳନ ଆରମ୍ଭ ହୋଇସାରିଛି । ପଞ୍ଚାୟତ ଅଫିସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ଚାଲିଛି। ତେଣୁ ପଞ୍ଚାୟତ, ବ୍ଲକଠାରୁ ଆରମ୍ଭ କରି ଜିଲ୍ଲା ଏବଂ ରାଜ୍ୟସ୍ତରରେ ସରକାରଙ୍କ ବିରୋଧରେ ଚାର୍ଜସିଟ୍ ଦିଆଯିବ ବୋଲି ବିଜେପି କହିଛି।

ସେପଟେ କଂଗ୍ରେସ କହିଛି ଲିଫଲେଟ୍ ମାଧ୍ୟମରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଛାପି ଦଳ ଲୋକଙ୍କ ପାଖରେ ପହଞ୍ଚାଇବ କଂଗ୍ରେସ। ବିଜେଡି କହିଛି, ନିର୍ବାଚନକୁ ଆଉ ବର୍ଷେ ଅଛି, ଏଣୁ ସବୁ ବିରୋଧୀ ଦଳ ଏଭଳି ଅଭିଯୋଗ ଆଣିବେ ।

Advertisment

ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି, କୋଇଲା ଦୁର୍ନୀତିଠୁ ଆରମ୍ଭ କରି ଲୁହା ଦୁର୍ନୀତି, ପୁରୀ ରତ୍ନ ଭଣ୍ଡାରଠୁ ଆରମ୍ଭ କରି ୧୦୮ ପ୍ରସଙ୍ଗକୁ ନେଇ ଚାର୍ଜସିଟ୍‌ ପ୍ରସ୍ତୁତ କରିଛି ବିଜେପି। ଓଡ଼ିଶାର ସବୁ କାମ ତାମିଲନାଡ଼ୁ ଲୋକଙ୍କୁ ଦିଆଯାଉଛି। ୩୦ ଜିଲ୍ଲାରେ ବିଭିନ୍ନ ଦୁର୍ନୀତି ହୋଇଛି। ଯେଉଁ ଜିଲ୍ଲା, ଯେଉଁ ଅଞ୍ଚଳରେ ଯେଉଁ ଅଭିଯୋଗୁ ଗୁରୁତ୍ୱ ରହିଛି, ସେଠାରେ ତାହା ଉପରେ ଫୋକସ୍‌ କରାଯିବ ।

ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି, ଆଉ ତାଲିମ ଶାସନକୁ ବରଦାସ୍ତ କରି ପାରିବୁନି। ଗାଁକୁ ଗାଁ ପ୍ରତି ପଞ୍ଚାୟତରେ କଂଗ୍ରେସ ତରଫରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । ଘରେ ଘରେ କଂଗ୍ରେସ, ଘରେ ଘରେ ହାତ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ।

ଉଭୟ କଂଗ୍ରେସ ଓ ବିଜେପିର ସମସ୍ତ ଅଭିଯୋଗକୁ ଖଣ୍ଡନ କରି ବିଜେଡି ବିଧାୟକ ଦେବୀ ମିଶ୍ର କହିଛନ୍ତି, ସର୍ବ ଭାରତୀୟ ସ୍ତରରେ ଏପରି ବହୁ ଅଭିଯୋଗ ହୋଇଛି। ନିର୍ବାଚନ ବର୍ଷରେ କାହିଁକି ଅଭିଯୋଗ କରୁଛନ୍ତି, ଆଗରୁ ତ କରୁ ନ ଥିଲେ। କିନ୍ତୁ ଓଡ଼ିଶାରେ ବିଜେଡି ଲୋକଙ୍କ ସହ ରହିଛି। ତେଣୁ ପୁଣି ଥରେ ବିଜେଡି କ୍ଷମତାକୁ ଆସିବା ନେଇ ଦ୍ୱିମତ ନାହିଁ ବୋଲି ସେ କହିଛନ୍ତି।

Odisha BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe