Advertisment

ଗୋଟିଏ ଦେଶ, ଗୋଟିଏ ନିର୍ବାଚନ: ବିଜେପି ଭୟଭୀତ ବୋଲି କହିଲେ ବିରୋଧୀ

ଆଜି କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ଯାଏ ଚାଲିବ ବୋଲି କହିଛନ୍ତି।

Opposition

Opposition

Advertisment

କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଏବେ ଭୟଭୀତ। କେନ୍ଦ୍ର ସରକାର କାହା ସହ ଆଲୋଚନା ନ କରି ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ ସଂସଦରେ ଉପସ୍ଥାପନ କରିପାରିବେ ନାହିଁ ବୋଲି ବିରୋଧୀ ଦଳଗୁଡ଼ିକ ପକ୍ଷରୁ କୁହାଯାଇଛି।

Advertisment

ଆଜି କେନ୍ଦ୍ର ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ସେପ୍ଟେମ୍ବର ୧୮ରୁ ୨୨ ଯାଏ ଚାଲିବ ବୋଲି କହିଛନ୍ତି। ଏହି ସମୟରେ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍‌, ସମାନ ନାଗରିକ ସଂହିତା ବିଲ ଓ ମହିଳା ସଂରକ୍ଷଣ ବିଲ୍‌ ଆସିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ତେବେ ବିରୋଧୀ ଗୋଟିଏ ଦେଶ, ଗୋଟିଏ ନିର୍ବାଚନକୁ ବିରୋଧ କରିଛନ୍ତି। ଶିବସେନା(ଉଦ୍ଧବ ବାଲାସାହେବ ଠାକରେ)ର ନେତ୍ରୀ ପ୍ରିୟଙ୍କା ଚର୍ତୁବେଦୀ କହିଛନ୍ତି, “କେନ୍ଦ୍ର ସରକାର କେମିତି ନିର୍ବାଚନ କମିଶନ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ସୁରକ୍ଷାକର୍ମୀ ଓ ବିରୋଧୀ ଦଳଗୁଡ଼ିକ ସହ ଆଲୋଚନା ନ କରି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ ଆଗତ କରିବେ?

Advertisment

ସରକାର କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସବୁ ଅଂଶିଦାରଙ୍କ ସହ କଥା ହେବା ଉଚିତ। ଲାଗୁଛି ସରକାର ଏବେ ଭୟଭୀତ ଓ ବ୍ୟସ୍ତ। ଶେଷ ସମୟରେ କ୍ଷମତାକୁ ଜାବୁଡ଼ି ଧରିବାକୁ ପ୍ରୟାସ ହେଉଛି। ଯଦି ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍‌କୁ ସ୍ୱତନ୍ତ୍ର ଅଧିବେଶନ ସମୟରେ ଆଣିବେ, ତା’ହେଲେ ଏହାକୁ ବିରୋଧୀ ଜୋରଦାର ବିରୋଧ କରିବେ।”

ବିରୋଧୀ ମେଣ୍ଟ ଇଣ୍ଡିଆକୁ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଡରୁଛନ୍ତି। ଏଥିପାଇଁ ସମ୍ଭବତଃ କେନ୍ଦ୍ର ପକ୍ଷରୁ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍‌ ଆଣିବାକୁ ଚେଷ୍ଟା କରାଯାଉଛି ବୋଲି ଆପ୍‌ ସାଂସଦ ସଞ୍ଜୟ ସିଂହ କହିଛନ୍ତି।

ସେ କହିଛନ୍ତି, “ଏବେ ଏହା ସ୍ପଷ୍ଟ ହେଉଛି ଯେ ବିଜେପି ଭୟଭୀତ। ସେମାନେ ୩ଟି ଯାକ ରାଜ୍ୟର ବିଧାନସଭା ନିର୍ବାଚନ ହାରିବାକୁ ଯାଉଥିବା ଆଗୁଆ ଜାଣି ସାରିଲେଣି। ଇଣ୍ଡିଆ ମେଣ୍ଟ ଗୋଟିଏ ଚ୍ୟାଲେଞ୍ଜ ସୃଷ୍ଟି କରିପାରିଛି। ତେଣୁ ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍‌ ଆସୁଛି।”

Parliament Opposition
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe