ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ନିର୍ବାଚନ ପ୍ରଚାରରେ ଉପଯୋଗ କରୁଛି ବିଜେଡି, ଫେରାଦ ହେଲା ବିଜେପି

ଏସଏଚଜି ମହିଳା ଓ ସରକାରୀ ଚାକିରି କରିଥିବା ବ୍ୟକ୍ତି ଶାସକ ଦଳର ପ୍ରଚାର କରୁଥିବାର ଅଭିଯୋଗ ନେଇ ପୂର୍ବରୁ ବିଜେପି ସିଇଓଙ୍କୁ ଅବଗତ କରିଥିଲା ।

BJP Leaders PhotoOR

ବିଜେପି ରାଜ୍ୟ ଉପସଭାପତି ଗୋଲକ ପ୍ରସାଦ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ।

Jitendra Garnayak
  • Published: Tuesday, 09 April 2024
  • Updated: 09 April 2024, 08:13 PM IST

Sports

Latest News

ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଶାସକ ବିଜେଡି ନିଜର ନିର୍ବାଚନ ପ୍ରଚାର ପାଇଁ ବାଧ୍ୟ କରୁଛି । ସ୍ୱୟଂ ସହାୟକ ଗୋଷ୍ଠୀ ଓ ଅଙ୍ଗନବାଡ଼ି ମା’ମାନଙ୍କୁ ଢ଼ାଲ କରି ୨୦୨୪ ସାଧାରଣ ନିର୍ବାଚନ ବୈତରଣୀ ପାର ହେବା ପାଇଁ ବିଜେଡି ହୀନ ଚକ୍ରାନ୍ତ କରୁଛି । ଖୋଲାଖୋଲି ଭାବେ ଏହା ନିର୍ବାଚନ ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ । ସେହିପରି କାହା ଚାପରେ ଗୋଟିଏ ନିର୍ଦ୍ଦିଷ୍ଟ ଏନଜିଓକୁ ରାଜ୍ୟ ଆଦିବାସୀ କଲ୍ୟାଣ ବିଭାଗ ୫୨୮କୋଟି ଟଙ୍କା ମଞ୍ଜୁର କରିଛି ବୋଲି କହି ବିଜେପି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି । ଯଦି ଏହି ଅଭିଯୋଗ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆନଗଲେ ଦଳ ଆଗାମୀ ଦିନରେ ସିଇଓ ଅଫିସ ଆଗରେ ଧାରଣା ଦିଆଯିବ ବୋଲି ବିଜେପି ଚେତାବନୀ ଦେଇଛି ।

ବିଜେପି ରାଜ୍ୟ ଉପସଭାପତି ଗୋଲକ ପ୍ରସାଦ ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି । ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ଯେ, ସ୍ୱୟଂସହାୟକ ଗୋଷ୍ଠୀ ଓ ଅଙ୍ଗନୱାଡି ମା'ମାନଙ୍କୁ ଢାଲ କରି ୨୦୨୪ ସାଧାରଣ ନିର୍ବାଚନ ବୈତରଣୀ ପାରହେବା ଲାଗି ବିଜୁ ଜନତା ଦଳ ହୀନ ଚକ୍ରାନ୍ତ କରୁଛି । ମା'ମାନଙ୍କୁ ସମ୍ମାନ ଦେବା ପରିବର୍ତ୍ତେ ତାଙ୍କୁ ନିର୍ବାଚନ ପ୍ରଚାରରେ ବିନିଯୋଗ କରି ଭୋଟରଙ୍କୁ ଟଙ୍କା ବାଂଟିବା କାର୍ଯ୍ୟରେ ବ୍ୟବହାର କରୁଛି ବିଜେଡି । ଆଜି ବି ରାଜ୍ୟରେ ମହିଳାମାନେ ଅସୁୁରକ୍ଷିତ । ନିର୍ବାଚନ ଜିତିବା ଲାଗି ପ୍ରଶାସନିକ ଅଧିକାରୀ ଓ ମିଶନଶକ୍ତିର ସିଆରପି, ଏମବିକେମାନଙ୍କୁ ନିର୍ବାଚନ ପ୍ରଚାରରେ ଲଗାଇ  ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲଘଂନ କରୁଛି । ପୂର୍ବରୁ ଆଚରଣ ବିଧି ଉଲ୍ଲଘଂନ ସମ୍ପର୍କରେ ତଥ୍ୟ ପ୍ରମାଣ ସହ ବିଜେପି ବାରମ୍ବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ କରି ଆସୁଥିଲେ ମଧ୍ୟ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ।

ସେ କହିଛନ୍ତି, ଆଶାକର୍ମୀ ଓ ଆଶାକର୍ମୀ ମହାସଂଘର ସମ୍ପାଦକ ବବିତା ରାଉତ, କେତେକ ଅଙ୍ଗନୱାଡି କର୍ମୀମାନେ ଗାମ ଜିଲ୍ଲାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ଯାହାର ଫଟୋ ଓ ଭିଡିଓ ଆଜି ତଥ୍ୟ ପ୍ରମାଣ ସହ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଦେଇଛୁ । ସେହିପରି ବିଏଲଏଫର ସଭାପତି ଶାନ୍ତିଲତା ସେଠୀଙ୍କୁ ମଧ୍ୟ ବିଜୁ ମହିଳା ଜନତା ଦଳ ଚାନ୍ଦବାଲି ବ୍ଲକର ସଭାପତି ରୂପେ ମନୋନୀତ କରିଛି ଓ ସେ ବିଜେଡି ପ୍ରାର୍ଥୀ ପାଇଁ ପ୍ରଚାର କରୁଛନ୍ତି, ଯାହାକି ବିଏଲଏଫ ଗାଇଡଲାଇନର ବିରୁଦ୍ଧାଚରଣ କରୁଛି । ଏସବୁ ତଥ୍ୟ ପ୍ରମାଣ ଆଜି ସିଇଓଙ୍କୁ ପ୍ରଦାନ କରାଯାଇଛି ।

Also Read

ପୂର୍ବରୁ ଏସଏଚଜି ମହିଳା ଓ ସରକାରୀ ଚାକିରି କରିଥିବା ବ୍ୟକ୍ତି ଶାସକ ଦଳର ପ୍ରଚାର କରୁଥିବାର ଅଭିଯୋଗ ନେଇ ବିଜେପି ସିଇଓଙ୍କୁ ଅବଗତ କରିଥିଲା । ସବୁଠୁ ବଡ଼ କଥା ହେଉଛି ନିର୍ବାଚନ ଆଚରଣ ବିଧି ଲାଗୁହେବା ପରେ ବିଜେଡି ଆଦିବାସୀ ବିକାଶ ବିଭାଗକୁ ୫୨୮କୋଟି ଟଙ୍କା ଗୋଟିଏ ଏନଜିଓକୁ ମଞ୍ଜୁର କରିଛନ୍ତି, ଯାହା ଆଇନ ବିରୋଧ । ଏହି ଏନଜିଓକୁ ନିର୍ବାଚନ ଆଚରଣ ବିଧି ଲାଗୁ ସମୟରେ କିଭଳିଭାବେ ଏତେ ଗୁଡ଼ିଏ ଟଙ୍କା ମଞ୍ଜୁର କରାଗଲା ତାହା ଆଶ୍ଚର୍ଯ୍ୟର ବିଷୟ । ଏହି ଟଙ୍କାକୁ ନେଇ ଏନଜିଓ ସଂସ୍ଥା ପରବର୍ତୀ ସମୟରେ ଶାସକ ବିଜୁ ଜନତା ଦଳ ପାଇଁ ନିର୍ବାଚନ ଜିତିବାରେ ସାହାଯ୍ୟ କରିବ । ଅର୍ଥ ବିଭାଗ କିଭଳି ଟିଡିସିସିର ଏତେ ବଡ଼ ପ୍ରୋଜେକ୍ଟକୁ ଏନଜିଓକୁ ଦେଲା ତାହା ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି। ଅର୍ଥ ସଚିବ ଟିଡିସିସିକୁ କିଭଳି ଭାବରେ ସହମତି ଦେଇଛନ୍ତି ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେଣୁ ଏହି ଏନଜିଓ ସଂସ୍ଥାକୁ ମଞ୍ଜୁର ହୋଇଥିବା ଟଙ୍କା ଉପରେ ରୋକ ଲଗାଇ ମଞ୍ଜୁର କରିଥିବା ଅଫିସରଙ୍କ ବିରୋଧରେ ଜନପ୍ରତିନିଧି ଆଇନ-୧୯୫୧ର ଧାରା ୧୨୩ ଅନୁଯାୟୀ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ମହାପାତ୍ର ଦାବି କରିଛନ୍ତି ।

ଏହି ପ୍ରତିନିଧି ଦଳରେ ବିଧାୟକ ବୁଦ୍ଧାନ ମୁର୍ମୁଙ୍କ ସମେତ କସ୍ତୁରୀ ମିଶ୍ର, ଉର୍ମିଳା ମହାପାତ୍ର, ଜୟନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story