BJP
ଆଜି ଲୋକସଭାରେ ଉପସ୍ଥିତ ରହିବାକୁ ନିଜର ସମସ୍ତ ସାଂସଦଙ୍କୁ ହ୍ୱିପ ଜାରି କରିଛି ବିଜେପି। ଦଳ ପକ୍ଷରୁ ଏ ସଂକ୍ରାନ୍ତରେ ଗତକାଲି ତିନି ଲାଇନ୍ ବିଶିଷ୍ଟ ହ୍ୱିପ ଜାରି କରାଯାଇଛି।
Advertisment
ଚଳିତ ବର୍ଷ ଶୀତକାଳୀନ ଅଧିବେଶନ ଆରମ୍ଭରୁ ସଂସଦରେ ହଙ୍ଗାମା ଦେଖିବାକୁ ମିଳିଛି। ଏହା ମଧ୍ୟରେ ଶାସକ ଦଳ ଗୃହରେ ଆଜି କିଛି ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରିପାରେ। ତେଣୁ ଏହାକୁ ସମର୍ଥନ ଜଣାଇବାକୁ ଗୃହରେ ଉପସ୍ଥିତ ରହିବାକୁ ସମସ୍ତ ବିଜେପି ସାଂସଦଙ୍କୁ କୁହାଯାଇଥିବା ଚର୍ଚ୍ଚା ହେଉଛି।
ବିଲ୍ ପାସ୍ ବେଳେ କିଭଳି କେନ୍ଦ୍ର ସରକାର କୌଣସି ଅସୁବିଧାରେ ନ ପଡନ୍ତି ସେଥିପ୍ରତି ଦଳ ତରଫରୁ ସତର୍କତା ଅବଲମ୍ବନ କରାଯାଇଛି। ଏପରିକି ଦଳ ତରଫରୁ ଆଗୁଆ ପଦକ୍ଷେପ ନିଆଯାଇ ନିଜର ସମସ୍ତ ସାଂସଦଙ୍କୁ ହ୍ୱିପ୍ ଜାରି କରାଯାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
