Advertisment

ବିଜେପି ସହିତ ଯୋଡ଼ିହେଲେ ଏଚ୍‌ଡି କୁମାର ସ୍ୱାମୀ, କହିଲେ- କଂଗ୍ରେସ ବିରୋଧରେ ଲଢ଼ିବେ

ବିଜେପି ସପକ୍ଷରେ ରହି କର୍ଣ୍ଣାଟକରେ ବିରୋଧୀ ଭୂମିକା ନେବ ଜେଡି(ଏସ୍)।

ଅଦ୍ୟତନ ହୋଇଛି
JD(S) leader HD Kumaraswamy and PM Modi

JD(S) leader HD Kumaraswamy and PM Modi

Advertisment

ବିଜେପି ସପକ୍ଷରେ ରହି କର୍ଣ୍ଣାଟକରେ ବିରୋଧୀ ଭୂମିକା ନେବ ଜେଡି(ଏସ୍)। ଏନେଇ ଆଜି ଦଳୀୟ ସୁପ୍ରିମୋ ତଥା କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ଘୋଷଣା କରିଛନ୍ତି। ସାଧାରଣ ନିର୍ବାଚନକୁ ଖୁବ୍‌ କମ୍‌ ସମୟ ରହିଥିବା ବେଳେ କୁମାରସ୍ୱାମୀ ତାଙ୍କ ଶେଷ ନିଷ୍ପତ୍ତି ଶୁଣାଇଛନ୍ତି। ରାଜ୍ୟର ହିତ ପାଇଁ ସେ ବିଜେପି ସହ ରହି କାମ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି।

Advertisment

ତେବେ ଲୋକସଭା ନିର୍ବାଚନ ନେଇ ସେ କିଛି ବି ସ୍ପଷ୍ଟ କରିନାହାନ୍ତି। ଏଥିପାଇଁ ଢେର ସମୟ ରହିଛି ବୋଲି ପ୍ରକାଶ କରିଛନ୍ତି। ଗୁରୁବାର ରାତିରେ ଦଳୀୟ ସାଧାରଣ ପରିଷଦ ବୈଠକ ପରେ କୁମାରସ୍ୱାମୀ ଏହା କହିଛନ୍ତି। ଯାହାପରେ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଜେଡି(ଏସ୍) ଏନ୍‌ଡିଏର ସହଯୋଗୀ ହୋଇପାରେ ବୋଲି ଅନୁମାନ କରାଯାଉଛି।

ଦଳୀୟ ନେତା ତଥା ୧୦ ଜଣିଆ ବିଧାନସଭା ସଦସ୍ୟ, ଦଳୀୟ ନେତୃ ମଣ୍ଡଳି ତଥା ବିଭିନ୍ନ ବର୍ଗଙ୍କ ମତାମତ ପରେ କଂଗ୍ରେସର କୁକର୍ମ ବିରୋଧରେ ସ୍ୱର ଉତ୍ତୋଳନ କରିବାକୁ ସେ ନିଷ୍ପତ୍ତି ନେଇଥିବା କହିଛନ୍ତି।

Advertisment

ସେ କହିଛନ୍ତି, ଲୋକସଭା ନିର୍ବାଚନ ନିମନ୍ତେ ଆହୁରି ୧୧ ମାସ ବାକି ରହିଛି। ଦଳ ପକ୍ଷରୁ ଏନେଇ ଶେଷ ନିଷ୍ପତ୍ତି ନେବାକୁ ତାଙ୍କୁ ଅନୁମତି ମଧ୍ୟ ମିଳିଛି।

ସୂଚନା ଥାଉକି, ୨୨୪ ସିଟ୍‌ ନିମନ୍ତେ ହୋଇଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୩୫ ସିଟ୍‌ରେ ବିଜୟୀ ହୋଇଥିବା ବେଳେ ବିଜେପି ୬୬ ଓ ଜେଡି(ଏସ୍) ୧୯ ସିଟ୍‌ରେ ବିଜୟୀ ହୋଇଥିଲା।

Bjp Karnataka Power Politics JDS
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe