ବିଜେପିର ଫୋକସରେ ଏବେ ମହିଳା ଭୋଟ ବ୍ୟାଙ୍କ। ବିଜେଡି ନିଜର ବୋଲି ଦାବି କରୁଥିବା ମହିଳା ଭୋଟ ବ୍ୟାଙ୍କକୁ ଭାଙ୍ଗିବା ପାଇଁ ବିଜେପିର ବଡ଼ ଯୋଜନା। ଆଗାମୀ ଦିନରେ ଦେଶର ଦୁଇଟି ସ୍ଥାନରେ ବିଜେପି ବିଶାଳ ମହିଳା ସମାବେଶ କରିବାକୁ ଯାଉଛି। ଆଉ ତା’ ଭିତରୁ ଓଡ଼ିଶାରେ ହେବ ଗୋଟିଏ। ମହିଳାଙ୍କ ଭୋଟ ଯେଭଳି ବିଜେପିକୁ ଆସିବ ସେ ନେଇ ଉଦ୍ୟମ ଆରମ୍ଭ କରିଦେଇଛି କେନ୍ଦ୍ର ବିଜେପି।