Advertisment

କୈଳାଶ କୁଲେସିକାଙ୍କ ବିସ୍ଫୋରକ ବୟାନ- ‘ବିଜେଡି ସହ ୫/୬ କୋଟିରେ ଡିଲ୍ କରିଛନ୍ତି ପ୍ରଭୁ ଜାନି’

କୁଲେସିକାଙ୍କ ଅଭିଯୋଗ ନେଇ ପ୍ରଭୁ ଜାନିଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅଦ୍ୟତନ ହୋଇଛି
Kailash Chandra Kulesika

Kailash Chandra Kulesika

Advertisment

ଦଳ ଛାଡ଼ିବା ପରେ ବିଜେଡିର ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛନ୍ତି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା। ବିଜେପି ଆଜି ତାଙ୍କୁ ଳକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିବା ପରେ ବିଜେଡିକୁ ନେଇ ପୁଣି ବିସ୍ଫୋରକ ବୟାନ ଦେଇଛନ୍ତି କୈଳାଶ କୁଲେସିକା। ସେ କହିଛନ୍ତି, ଟଙ୍କା ଦେଇ ବିଜେଡିରୁ ପ୍ରଭୁ ଜାନି ଟିକେଟ ନେଇଛନ୍ତି। ବିଜେଡି ସହ ୫/୬ କୋଟି ଟଙ୍କାର ଡିଲ୍ କରିଛନ୍ତି ପ୍ରଭୁ ଜାନି।

Advertisment

ସେ ଆହୁରି କହିଛନ୍ତି, ପ୍ରଭୁ ଜାନି ଲକ୍ଷ୍ମୀପୁରରେ ରୁହନ୍ତି ନାହିଁ। ଲକ୍ଷ୍ମୀପୁରରେ ବିଧାୟକ ହୋଇ ସେ କୋରାପୁଟରେ ରୁହନ୍ତି। ବିଜେଡି ମୋତେ କୋଟିଏ ଟଙ୍କା ସହ ପଦବୀ ଯାଚୁଥିଲା। କିନ୍ତୁ ମୋତେ ବାଧିଲା। ମୋତେ ଟଙ୍କା ଲୋଡା ନାହିଁ, ମୋତେ ମୈଦାନ ଲୋଡ଼ା। ମୁଁ ଲୋକଙ୍କ ସାଙ୍ଗରେ ରହିଛି, ସେମାନଙ୍କ ସେବା କରିବି। ମୁଁ ନିର୍ବାଚନ ଲଢ଼ିବି। ପଇସା ମୋହରେ ମୁଁ ପଡ଼ିବି ନାହିଁ। କାହିଁକି ନା ମୁଁ ସ୍ୱାଭିବାନୀ ଆଦିବାସୀ ପିଲା। ମୁଁ ଯଦି ବିଜେଡି ପାଖରୁ ଟଙ୍କା ନେଇ ଚୁପ ହୋଇ ରହିଯାଇଥାନ୍ତି, ତାହାହେଲେ ମୋ ମୁଣ୍ଡରେ କଳଙ୍କ ଲାଗିଥା’ନ୍ତା। ମୋତେ ଲୋକେ ବିକ୍ରି ହୋଇଯାଇଥିବା ନେତା କହିଥା’ନ୍ତେ। ଆଜି ଯେଉଁ ସମ୍ମାନ ମିଳିଲା, ମୋତେ ଏହି ସମ୍ମାନ ମିଳି ନଥା’ନ୍ତା ବୋଲି କୈଳାଶ କୁଲେସିକା କହିଛନ୍ତି।

ସେ କହିଛନ୍ତି,  ଟିକେଟ ପ୍ରତିଶ୍ରୁତିରେ ବିଜେଡିକୁ ଆସିଥିଲି। କିନ୍ତୁ ମୋତେ ଧୋକା ଦିଆଗଲା। ଗତ ନିର୍ବାଚନରେ ଅନିୟମିତତା କରି ୨୨୯ ଭୋଟରେ ମୋତେ ହରାଇଥିଲେ। ଏ ନେଇ ମୁଁ ମାମଲା ଦାଏର କରିଥିଲି। ବିଜେଡି କଥାରେ ପଡ଼ି ମାମଲା ପ୍ରତ୍ୟାହାର କରି ନେଲି। ନହେଲେ ମୁଁ ଜିତିଥା’ନ୍ତି। ଏଥି ସହିତ ଲକ୍ଷ୍ମୀପୁରରେ ବିଜେପି ପ୍ରଥମ ଥର ପାଇଁ ଜିତିବ ବୋଲି ସେ କହିଛନ୍ତି। ତେବେ କୁଲେସିକାଙ୍କ ଅଭିଯୋଗ ନେଇ ପ୍ରଭୁ ଜାନିଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Advertisment

ସୂଚନାଯୋଗ୍ୟ, ଟିକେଟ ପାଇବା ଆଶାରେ କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା। ବିଜେଡି ତାଙ୍କୁ ଟିକେଟ ଦେଇନଥିଲା। କୈଳାଶ କୁଲେସିକାଙ୍କ ବଦଳରେ ପ୍ରଭୁ ଜାନିଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ତେଣୁ କୈଳାଶ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ବିଜେପି ତାଙ୍କୁ ଲକ୍ଷ୍ମୀପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଛି। ସେ ୨୦୧୪ରେ କଂଗ୍ରେସ ଟିକେଟରେ ଏହି ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।  

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe