/odisha-reporter/media/post_attachments/uploadimage/library/16_9/16_9_0/BJP_1716285614.jpg)
BJP
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ପରେ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ନେତା ତଥା ରାମାୟଣର ରାମ ଅରୁଣ ଗୋଭିଲ। ସେ ୪ଟି ସଭାରେ ଯୋଗଦେଇ ଲୋକ ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁଭୋଟ୍ ଭିକ୍ଷା କରିବେ। ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭାରେ ରାମ ଅରୁଣ ଗୋଭିଲ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
Advertisment
ସେହିପରି ଆସନ୍ତା ୨୩ ତାରିଖରେ ଓଡ଼ିଶା ଆସିବେ ପୁଣି ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। କରଞ୍ଜିଆ, ଧାମନଗର, ବଡ଼ଚଣା ଓ ବାଲିକୁଦାରେ ତାଙ୍କର ସଭା ହେବ। ସେହିଦିନ ଅର୍ଥାତ ୨୩ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ଯୋଗୀ ଆଦିତ୍ୟନାଥ। ଚିଲିକା ଓ ସାଲେପୁର କୁଳିଆରେ ହେବାକୁ ଥିବା ନିର୍ବାଚନୀ ସଭାରେ ଯୋଗୀ ଆଦିତ୍ୟନାଥ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବିଜେପିର ବଡ଼ ବଡ଼ ଷ୍ଟାର ପ୍ରଚାରକଙ୍କ ଗସ୍ତକୁ ନେଇ ଉତ୍ସାହିତ ଅଛନ୍ତି ବିଜେପି କର୍ମକର୍ତ୍ତା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
