Advertisment

ବିଜେଡିରେ ମିଶିଲେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ

ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅରବିନ୍ଦ ଆଜି ବିଜେଡିରେ ଯୋଗ ଦେଇଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Aravind Mahapatra

Aravind Mahapatra

ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବିଜେଡିରେ ମିଶିଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର। ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅରବିନ୍ଦ ଆଜି ବିଜେଡିରେ ଯୋଗ ଦେଇଛନ୍ତି।  

Advertisment

କିଛିଦିନ ହେବ ଅରବିନ୍ଦ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା। ଆଜି ଏହି ଚର୍ଚ୍ଚାର ଅନ୍ତ ଘଟିଛି। ଅରବିନ୍ଦ ଆଜି ବିଜେଡିରେ ଯୋଗ ଦେଇଛନ୍ତି। 

ଅରବିନ୍ଦ ସୂଚନା ଓ ପ୍ରଯୁକ୍ତି ବିଦ୍ୟାରେ ଡିଗ୍ରୀ ଇଞ୍ଜିନିୟରିଂ କରିବା ପରେ ଯୁକ୍ତରାଷ୍ଟ୍ର ଆମେରିକାର ଏକ ଘରୋଇ ସଂସ୍ଥାର ଓଡ଼ିଶା ଶାଖାରେ କାମ କରୁଥିଲେ।  ୨୦୧୯ ନିର୍ବାଚନ ପରଠାରୁ ତାଙ୍କୁ ପାଟକୁରା ଓ ମହାକାଳପଡ଼ା ନିର୍ବାଚନମଣ୍ଡଳୀର ଏକାଧିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା। ଏଣୁ ପାଟକୁରାରୁ ଅରବିନ୍ଦ ରାଜନୈତିକ ଇନିଂସ ଆରମ୍ଭ କରିବେ ବୋଲି ଚର୍ଚ୍ଚା ହେଉଛି। 

Advertisment

ଅରବିନ୍ଦଙ୍କର ଜଣେ ସମର୍ଥକ କହିଛନ୍ତି, ଅରବିନ୍ଦଙ୍କୁ ପାଟକୁରା ବାସୀ ଚାହୁଁଛନ୍ତି। ଯଦି ଅରବିନ୍ଦ ପାଟକୁରାରେ ନିର୍ବାଚନ ଲଢ଼ନ୍ତି, ତାହାହେଲେ ସେ ଲକ୍ଷାଧିକ ଭୋଟରେ ବିଜୟ ହେବେ। ଅରବିନ୍ଦ ମହାପାତ୍ର କହିଲେ ପାରକୁରାକୁ ବୁଝାଏ।

ଅନ୍ୟପକ୍ଷରେ ଅରବିନ୍ଦଙ୍କ ବାପା ତଥା ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ କେନ୍ଦ୍ରାପଡ଼ାର ଜଣାଶୁଣା ଚେହେରା ଥିଲେ। ବିଜେଡି ଗଠନ ବେଳେ ବିଜୟ ମହାପାତ୍ରଙ୍କ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ହେଲେ ବିଜେଡି ସହ ସମ୍ପର୍କ ତିକ୍ତ ହେବା ପରେ ବିଜେପିରେ ମିଶିଥିଲେ ବିଜୟ। ହେଲେ ଏବେ ବିଜୟଙ୍କ ବିଜେପିର କୌଣସି ଦଳୀୟ କାର୍ଯକ୍ରମରେ  ଦେଖିବାକୁ ମିଳୁନାହିଁ।  ଆଜି ତାଙ୍କ ପୁଅ ବିଜେଡିରେ ମିଶିଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ତଳେ ନଳିନୀ ମହାନ୍ତିଙ୍କ ପୁଅ ତଥା ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ମିଶିଥିଲେ। କେନ୍ଦ୍ରାପଡ଼ାରେ ଦୁଇ ଜଣ ବରିଷ୍ଠ ନେତାଙ୍କ ପୁଅ ବିଜେଡିରେ ମିଶିବା ପରେ ରାଜନୀତି ତେଜିଛି।

BjD