Advertisment

ରେକର୍ଡ କଲେ ଅମିତ ଶାହ, ୭ ଲକ୍ଷରୁ ଅଧିକ ଭୋଟରେ ଜିତିଲେ

ଭୋଟ ଗଣତି ଆରମ୍ଭରୁ ହିଁ ଅମିତ ଶାହ ଆଗରେ ରହିଥିଲେ। ଶେଷା ସେ ୭ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।

Amit shah

Amit shah

Advertisment

ଲୋକସଭା ନିର୍ବାଚନରେ ବିଜେପିର ନୈରାଶ୍ୟଜନକ ପ୍ରଦର୍ଶନ ସତ୍ତ୍ୱେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ରେକର୍ଡ କରିଛନ୍ତି। ସେ ଗୁଜରାଟର ଗାନ୍ଧିନଗର ଆସନରୁ ରେକର୍ଡ ୭ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି। ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ଆସନରୁ ସାଂସଦ ହେବାର ଗୌରବ ହାସଲ କରିଛନ୍ତି।

Advertisment

ଏଠାରେ କଂଗ୍ରେସ ସୋନାଲ ପଟେଲଙ୍କୁ ପ୍ରାର୍ଥୀ କରିଥିଲା। ହେଲେ ଭୋଟ ଗଣତି ଆରମ୍ଭରୁ ହିଁ ଅମିତ ଶାହ ଆଗରେ ରହିଥିଲେ। ଶେଷା ସେ ୭ ଲକ୍ଷରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି।

ଅମିତ ଶାହଙ୍କୁ ୧୦ ଲକ୍ଷରୁ ଅଧିକ ଭୋଟ ମିଳିଥିବା ବେଳେ ପଟେଲ ୨.୬୦ ଲକ୍ଷ ଭୋଟ ପାଇଛନ୍ତି। ୨୦୧୯ ଲୋକସଭା ନିର୍ବାଚନରେ ଅମିତ ଶାହ ଏଠାରେ ସିଜେ ଚାଭଡାଙ୍କୁ ପରାସ୍ତ କରିଥିଲେ। ଶାହଙ୍କୁ ୮,୯୪,୬୨୪ ଖଣ୍ଡ ଭୋଟ ମିଳିଥିଲା। ସେହିପରି ଚାଭଡା ୫,୫୭,୦୧୪ ଖଣ୍ଡ ଭୋଟ ପାଇଥିଲେ। 

Advertisment

ଗୁଜରାଟରେ ମୋଟ ୨୬ଟି ଲୋକସଭା ଆସନ ମଧ୍ୟରୁ ୨୫ଟିରେ ଗଣତି ଚାଲିଛି। ସୁରଟ ଆସନରୁ କଂଗ୍ରେସ ପ୍ରାର୍ଥୀ ନୀଲେଶ କୁମ୍ବନୀଙ୍କ ପ୍ରାର୍ଥୀ ପତ୍ର ଖାରଜ ହୋଇଯିବା ପରେ ଏଠାରୁ ବିଜେପି ପ୍ରାର୍ଥୀ ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ତେଣୁ ଆଜି ଅନ୍ୟ ୨୫ଟି ଆସନରେ ଗଣତି କରାଯାଉଛି।

ଗୁଜରାଟରେ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ମଧ୍ୟକେ ବିଜେପି, କଂଗ୍ରେସ-ଆପ୍(ସହଯୋଗୀ ଦଳ), ଏସପି, ବିଏସପି ଏବଂ ଅନ୍ୟାନ୍ୟ ଆଞ୍ଚଳିକ ଦଳ ମଧ୍ୟରେ ଟକ୍କର ହେଉଛି।

Election Results Lok Sabha Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe