Advertisment

BJD କୁକୁର ଭଳିଆ ହାରିବ, ପାଣ୍ଡିଆନ୍‌ ଦୌଡ଼ି ତାମିଲ୍‌ନାଡୁ ପଳାଇବ: ଖାରବେଳ ସ୍ୱାଇଁ

ସର୍ଭେକୁ ସେ କହିଛନ୍ତି, ନିକଟରେ ହୋଇଥିବା ସର୍ଭେରୁ ଜଣାପଡ଼ୁଛି, ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କମି ଚାଲିଛି। ନିର୍ବାଚନ ବେଳକୁ ନବୀନବାବୁଙ୍କ ଲୋକପ୍ରିୟତା ୩୦%କୁ ଖସିଯିବ।

ଅଦ୍ୟତନ ହୋଇଛି
BJP

BJP

Advertisment

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଘନଘନ ଆସୁଛି ସର୍ଭେ ରିପୋର୍ଟ। କିଏ ବିଜେଡି ଜିତିବ ବୋଲି କହୁଛି ତ ଆଉ କିଏ ବିଜେପି ସପକ୍ଷରେ ମତ ରଖୁଛି। ଯାହାକୁ ନେଇ ଜନତା ଦ୍ୱନ୍ଦ୍ୱରେ ପଡ଼ିଥିବା ବେଳେ ଆଜି ବିସ୍ଫୋରକ ବୟାନ୍‌ ଦେଇଛନ୍ତି ବରିଷ୍ଠ ବିଜେପି ନେତା ମହାମେଘବାହନ ଐର ଖାରବେଳ ସ୍ୱାଇଁ। ସେ କହିଛନ୍ତି, ନିର୍ବାଚନରେ ବିଜେଡି କୁକୁର ଭଳିଆ ହାରିବ। ଆଉ ପାଣ୍ଡିଆନ୍‌ ଦୌଡ଼ି ଦୌଡ଼ି ତାମିଲ୍‌ନାଡୁ ପଳାଇବ।

Advertisment

ବିଜେପି ଓ ବିଜେଡି ମେଣ୍ଟ ନେଇ ଖାରବେଳ ସ୍ୱାଇଁ କହିଛନ୍ତି, ଯଦି ମେଣ୍ଟ ହେବ ବୋଲି ଭାବୁଛନ୍ତି, ତାହେଲେ ପ୍ରଫୁଲ୍ଲ ସାମଲଙ୍କ ଘର ଉପରେ କାହିଁକି ଚଢ଼ଉ ହେଲା? ନବୀନ ପଟ୍ଟନାୟକ ଏଥର କୁକୁର ଭଳିଆ ହାରିବେ। ହାରିଗଲ ପରେ ଏଠୁ ଦୌଡ଼ିକି ସେ ପଳାଇବେ। ତାଙ୍କୁ BJD ବାଲା ପିଟିବେ। ପାଣ୍ଡିଆନର କ’ଣ ହେବ, ମୁଁ କଳ୍ପନା କରି ପାରୁନି। ସେ ମଧ୍ୟ ଦୌଡ଼ି ତାମିଲନାଡୁ ପଳେଇବ। ଲେଖିକି ରଖନ୍ତୁ, ନିର୍ବାଚନ ପରେ ଏହା ହିଁ ହେବ। ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତିର ଅର୍ଥ ହେଉଛି, ରାଜ୍ୟରେ BJPର ସରକାର ହେବ। ଆଉ ପ୍ରଧାନମନ୍ତ୍ରୀ ଚାହୁଁଛନ୍ତି ଓଡ଼ିଶାରେ ବିଜେପି ସରକାର ହେଉ ବୋଲି ଶ୍ରୀ ସ୍ୱଇଁ କହିଛନ୍ତି।

ସର୍ଭେକୁ ସେ କହିଛନ୍ତି, ନିକଟରେ ହୋଇଥିବା ସର୍ଭେରୁ ଜଣାପଡ଼ୁଛି, ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା କମି ଚାଲିଛି। ନିର୍ବାଚନ ବେଳକୁ ନବୀନବାବୁଙ୍କ ଲୋକପ୍ରିୟତା ୩୦%କୁ ଖସିଯିବ। ଏଥର ନିର୍ବାଚନରେ ବିଜୁ ଜନତା ଦଳ କୁକୁର ଭଳିଆ ହାରିବ। ୨୦-୩୦ରୁ ଅଧିକ ସିଟ ପାଇବେ ନାହିଁ। BJDର ଯେଉଁ MLA ଜିତିବେ, ନିଜ ଯୋଗ୍ୟତା ଅନୁସାରେ ଜିତିବେ। ନବୀନ ବାବୁଙ୍କ ନାଁରେ ଆଉ ଭୋଟ ନାହିଁ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

Advertisment

କେଉଁଠି ନିର୍ବାଚନ ଲଢିବେ ପ୍ରଶ୍ନରେ ଶ୍ରୀ ସ୍ୱାଇଁ କହିଛନ୍ତି, ଏଥର ମୁଁ କନ୍ଧମାଳରୁ ନିର୍ବାଚନ ଲଢିବି ନାହିଁ। କନ୍ଧମାଳ ସହ ମୋର କିଛି ସମ୍ପର୍କ ନାହିଁ। ସେଠାରେ ମୁଁ କାହାକୁ ଚିହ୍ନିନି। ୨ ବର୍ଷ ହେଲା ମୁଁ ଆଉ କନ୍ଧମାଳ ଯାଉନି। ବହୁ ପୂର୍ବରୁ ମନା ମଧ୍ୟ କରିଦେଇଛି। ଏଥର ବାଲେଶ୍ଵରରୁ ନିର୍ବାଚନ ଲଢ଼ିବାକୁ ଚାହୁଁଛି। ବାଲେଶ୍ଵରରେ ମୋ ବିରୋଧରେ ବିଜେଡି ଓ କଂଗ୍ରେସରେ ପ୍ରାର୍ଥୀ ମିଳୁ ନାହାନ୍ତି। ଯଦି ଦଳ ପ୍ରତାପ ଷଡ଼ଙ୍ଗୀକୁ ଟିକେଟ ଦେବ, ସେ ଲଢ଼ିବେ ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

BjD Bjp Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe