କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ଓଡ଼ିଶାରୁ ପ୍ରାର୍ଥୀ ହେବାକୁ ଇଚ୍ଛୁକ ବୋଲି କହିଛନ୍ତି । ଓଡ଼ିଶାର କେଉଁଠୁ ଲଢ଼ିବେ ଢେଙ୍କାନାଳ କି ସମ୍ବଲପୁର ତାହା ସ୍ପଷ୍ଟ ହୋଇନି। ଢେଙ୍କାନାଳ ସାଂସଦ ମହେଶ ସାହୁ କିନ୍ତୁ ଏହି ଆସନରୁ ସେ ଲଢ଼ିବା ଫାଇନାଲ ବୋଲି କହିଲେ । ଏ ଯାଏଁ ନବୀନ ଘୋଷଣା କରିନାହାଁନ୍ତି କେଉଁ ଆସନରୁ କିଏ ଲଢ଼ିବେ । ହେଲେ ମହେଶ ବାବୁ ଖାଲି ଲଢ଼ିବେନି ଜିତିଯିବେ ବୋଲି କହିଲେଣି।