Advertisment

ଅମିତ ଶାହଙ୍କ ଦେଖାପାଇଲେନି ବରିଷ୍ଠ ବିଜେପି ନେତା, ସ୍ୱାଧୀନ ଭାବେ ଲଢ଼ିବେ ନିର୍ବାଚନ

ସେ ବିଜେପି ସଭାପତିଙ୍କ ଭାଇଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। କୌଣସି ଦଳରୁ ନୁହେଁ, ବରଂ ସେ ସ୍ୱାଧୀନ ଭାବେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଆଜି ଘୋଷଣା କରିଛନ୍ତି।

BJP

BJP

Advertisment

ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକା ବିଜେପିରେ ଦେଖାଯାଇଥିବା ଫାଟ ଏବେ ବିସ୍ଫୋରକ ରୂପ ନେଇଛି। ରାଜ୍ୟ ବିଜେପି ସଭାପତି ଓ ତାଙ୍କ ଭାଇଙ୍କ ବିରୋଧରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରିଛନ୍ତି ଦଳର ଜଣେ ବରିଷ୍ଠ ନେତା।

Advertisment

ସେ ବିଜେପି ସଭାପତିଙ୍କ ଭାଇଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। କୌଣସି ଦଳରୁ ନୁହେଁ, ବରଂ ସେ ସ୍ୱାଧୀନ ଭାବେ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଆଜି ଘୋଷଣା କରିଛନ୍ତି।

କର୍ଣ୍ଣାଟକାର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କେଏସ୍‌ ଈଶ୍ୱରପ୍ପା ଅନେକ ଆଶା ନେଇ ଦିଲ୍ଲୀ ଯାଇଥିଲେ। ସେଠାରେ ସେ ବିଜେପିର ଚାଣକ୍ୟ କୁହାଯାଉଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିବାକୁ ଚାହୁଁଥିଲେ।

Advertisment

କିନ୍ତୁ ତାଙ୍କୁ ଅମିତ ଶାହଙ୍କୁ ଦେଖା କରିବାର ସୁଯୋଗ ମିଳିନାହିଁ। ସେଠାରୁ ନିରାଶ ହୋଇ ଈଶ୍ୱରପ୍ପା ସିଧା ଶିବମୋଗାରେ ପହଞ୍ଚି ବିଜେପି ବିରୋଧରେ ଖୋଲାଖୋଲି ବିଦ୍ରୋହ ଘୋଷଣା କରିଛନ୍ତି।

ସେ କର୍ଣ୍ଣାଟକାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁରପ୍ପାଙ୍କ ପୁଅ ତଥା ଶିବମୋଗାର ସାଂସଦ ବିୱାଇ ରାଘଭେନ୍ଦ୍ରଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବୋଲି ବେଶ ଦମ୍ଭର ସହ କହିଛନ୍ତି। ସେ କହିଛନ୍ତି, “ଆଉ କିଛି କଥାବାର୍ତ୍ତା ନାହିଁ। ଲଢ଼େକୁ ଗୋଟିଏ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇବାକୁ ପଡ଼ିବ। ମୁଁ ଶିବମୋଗା ଆସନରୁ ନିର୍ବାଚନ ଲଢ଼ିବି।”

ତେବେ ଈଶ୍ୱରପ୍ପା ବିଜେପି ହାଇକମାଣ୍ଡଙ୍କ ଆଗରେ ଗୋଟିଏ ସର୍ତ୍ତ ରଖି କହିଛନ୍ତି ଯେ “ରାଜ୍ୟ ବିଜେପି ସଭାପତି ବିୱାଇ ବିଜୟେନ୍ଦ୍ରଙ୍କୁ ପଦରୁ ହଟା ଯାଉ। ଯଦି ସେ ପଦରୁ ହଟିବେ, ତା’ହେଲେ ଶିବମୋଗାରୁ ମୁଁ ନିର୍ବାଚନ ଲଢ଼ିବାକୁ ଯେଉଁ ନିଷ୍ପତ୍ତି ନେଇଛି, ତା’କୁ ପ୍ରତ୍ୟାହାର କରି ନେବି।”

ବିଏସ୍ ୟେଦ୍ୟୁରପ୍ପା ଓ ତାଙ୍କ ପୁଅମାନଙ୍କୁ ଟାର୍ଗେଟ କରି ସେ କହିଛନ୍ତି, “ଗୋଟିଏ ପରିବାର ରାଜ୍ୟ ବିଜେପିର ସବୁ କ୍ଷମତା ଦଖଲ କରିଛି। ଏପରି କ୍ଷମତା ଦଖଲ ହିନ୍ଦୁ କାର୍ଯ୍ୟକର୍ତ୍ତା ଓ ବିଜେପି କର୍ମୀଙ୍କୁ ଆଘାତ ଦେଉଛି।”

ଅମିତ ଶାହଙ୍କୁ ଭେଟିବା ପାଇଁ ଆଶା କରିଥିବା ଈଶ୍ୱରପ୍ପା ପୂର୍ବରୁ କହିଥିଲେ ଯେ ତାଙ୍କ ଲଢ଼େଇ ବିଜେପିକୁ ରାଜ୍ୟରେ ନିୟନ୍ତ୍ରଣ କରୁଥିବା ଗୋଟିଏ ପରିବାର ବିରୋଧରେ। ସେ କହିଥିଲେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହୁଛନ୍ତି ଯେ କଂଗ୍ରେସରେ ପରିବାରବାଦ ରହିଛି। ସେହିପରି ରାଜ୍ୟରେ ବିଜେପି ଗୋଟିଏ ପରିବାର ହାତରେ ରହିଛି। ଦଳ ଉକ୍ତ ପରିବାର କବଳରୁ ମୁକ୍ତ ହେବା ଉଚିତ। ଦଳୀୟ କର୍ମୀ ଆଘାତ ପାଇଛନ୍ତି। ମୁଁ କର୍ମୀଙ୍କୁ ଯନ୍ତ୍ରଣାକୁ ଲାଘବ କରିବା ପାଇଁ ଶିବମୋଗାରୁ ନିର୍ବାଚନ ଲଢ଼ିବି।”

କର୍ଣ୍ଣାଟକାର ୨୮ଟି ଲୋକସଭା ଆସନରେ ୨ଟି ପର୍ଯ୍ୟାୟରେ ଭୋଟ ହେବ। ଏପ୍ରିଲ ୨୬ ଓ ମେ’ ୭ରେ ରାଜ୍ୟବାସୀ ନିଜର ମତାଧିକାର ସାବ୍ୟସ୍ତ କରିବେ। ମେ’ ୭ରେ ଶିବମୋଗାରେ ମତଦାନ ହେବ।

Bjp Karnataka Lok Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe