ପୂର୍ବତନ ସାଂସଦ ଖାରବେଳ ସ୍ବାଇଁ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯିବା ସମୟରେ ଦେଖିବାକୁ ମିଳିଛି ଏକ ରୋଚକ ଦୃଶ୍ୟ। ଗତକାଲି ବାଲେଶ୍ୱର ଜିଲ୍ଲାପାଳଙ୍କ ଅଫିସକୁ ସ୍ବାଧୀନ ଭାବେ ନାମାଙ୍କନ ଭରିବାକୁ ଆସିଥିବା ଖାରବେଳ ସ୍ବାଇଁ, ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେଉଥିବା ବେଳେ ଜଣେ ସମର୍ଥକ ତାଙ୍କ ବେକରେ ଫୁଲମାଳ ପକାଇଦେଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଖାରବେଳ ସେହି ସମର୍ଥକଙ୍କୁ ଧକ୍କା ମାରିବା ସହ ଫୁଲମାଳକୁ ଫୋପାଡି ଦେଇଥିଲେ। ସୂଚନାଯୋଗ୍ୟ ଯେ, ଖାରବେଳ ସ୍ବାଇଁ ବାଲେଶ୍ୱର ଲୋକସଭା ପାଇଁ ଟିକେଟ୍ ଆଶାରେ ଥିଲେ, ହେଲେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ଟିକେଟ୍ ଦେବା ପରେ ସେ ସ୍ବାଧୀନ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ଖାରବେଳ କାହିଁକି ରାଗିଗଲେ ଶୁଣନ୍ତୁ ଏନେଇ କ'ଣ କହୁଛନ୍ତି ...
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
'ପରିସ୍ଥିତି ସୁଧାରିବାରେ ବିଫଳ'; ମଣିପୁର ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ଏନପିପି
ମଣିପୁରରେ ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କଲା ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)। ମୁଖ୍ୟମନ୍ତ୍ରୀ ବୀରେନ ସିଂହଙ୍କ ନେତୃତ୍ୱରେ ବିଜେପି ସରକାର ବର୍ତ୍ତମାନର ପରିସ୍ଥିତିର ମୁକାବିଲା କରିବାରେ ବିଫଳ ହୋଇଥିବା ଅଭିଯୋଗ କରିଛି ଏନପିପି।
Politics
ଦିଲ୍ଲୀ ରାଜନୀତି; କୈଳାଶ ଗଲେ ଅନିଲ ଆସିଲେ
ଅଶୋକ ଗେହଲଟ ଆପ୍ ଛାଡ଼ୁ ଛାଡ଼ୁ ଦଳରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ବିଧାୟକ ଅନିଲ ଝା।
Politics
ଇଡି-ସିବିଆଇ ଚାପରେ ଇସ୍ତଫା ଦେଇଛନ୍ତି କୈଳାଶ ଗେହଲଟ: ଆପ୍
ବିଧାନସଭା ନିର୍ବାଚନ ମଧ୍ୟରେ ଆପ୍ ଛାଡ଼ିଛନ୍ତି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ କୈଳାଶ ଗେହଲଟ।
Politics
ବର୍ଷିଲେ ବିଜେଡି ସାଂସଦ
ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଛଡ଼ା ବିଜେପି ସରକାରର ଆଉ କିଛି କାମ ନାହିଁ ବୋଲି କହିଛନ୍ତି ସାଂସଦ।