Advertisment

‘ନବ ଦାସ ହତ୍ୟା ମାମଲାର କ୍ଲାଇମାକ୍ସ ଷ୍ଟୋରୀ ଥାଇଲାଣ୍ଡରେ ଲେଖା ଚାଲିଛି’

ନବ ଦାସ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟାରେ ଶୀଥିଳତାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର।

ଅଦ୍ୟତନ ହୋଇଛି
Lekhasri Samantsinghar

Lekhasri Samantsinghar

Advertisment

ନବ ଦାସ ହତ୍ୟା ମାମଲାରେ ତଦନ୍ତ ପ୍ରକ୍ରିୟାରେ ଶୀଥିଳତାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ଆଜି ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ନବ ଦାସ ହତ୍ୟା ମାମଲାକୁ ବାଟବଣା କରିବାକୁ ବିଜେଡି ଚେଷ୍ଟା ନ କରୁ। ଏହି ମାମଲାରେ ଯିଏ ବସି ସ୍କ୍ରିପ୍ଟ ଲେଖୁଛନ୍ତି, ଏହି ମୁଖ୍ୟ ସ୍କ୍ରିପ୍ଟ ରାଇଟର ନୂଆନୂଆ କଥା ବାହାର କରିପାରନ୍ତି। ନୂଆ ତଥ୍ୟ ଓ ନୂଆ ପ୍ରମାଣ ତିଆରି କରିପାରନ୍ତି। ଆଜି ବି ଥାଇଲାଣ୍ଡରେ ବସି ସେହି ବ୍ୟକ୍ତି କ୍ଲାଇମାକ୍ସ ଷ୍ଟୋରୀ ଲେଖୁଛନ୍ତି। ସେ ହେଉଛନ୍ତି କ୍ରାଇମବ୍ରାଞ୍ଚ ମୁଖ୍ୟ। ସେ ସତ କଥାରେ ରୁହନ୍ତୁ। ତାଙ୍କ ଦ୍ୱାରା ହେବନି ବୋଲି ଆମେ ଜାଣିଛୁ। ତଥାପି ଆମେ ଅନୁରୋଧ କରୁଛି ନବ ଦାସ ହତ୍ୟା ମାମଲା ପଛରେ କିଏ ଅଛି ତା’ ମଞ୍ଜିକୁ ବାହାର କରାଯାଉ। ମଞ୍ଜି ବାହାର କରିବାକୁ ସିବିଆଇ ତଦନ୍ତ ହେବା ନିହାତି ଆବଶ୍ୟକ ବୋଲି ଲେଖାଶ୍ରୀ କହିବା ସହ ପ୍ରଥମ ଦାବି ରଖିଛନ୍ତି।

Advertisment

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର-ଧନୁପାଲି ଆଇଆଇସି ମୁହାଁମୁହିଁ ଘଟଣାକୁ ବିଜେଡି ରାଜନୀତିକରଣ କରି ନବ ଦାସ ମାମଲାକୁ ବାଟବଣା କରୁଥିବା ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ଏନେଇ ଲେଖାଶ୍ରୀ କହିଛନ୍ତି, ଧନୁପାଲି ଆଇଆଇସି ଏସ୍‌ଓପି ଭାଙ୍ଗିଛନ୍ତି। ଏଲ୍‌ଓପିକୁ ଅପମାନିତ କରିଛନ୍ତି। ଏଲ୍‌ଓପିଙ୍କ ଉପରେ ହାତ ଉଠାଇଛନ୍ତି। ଗଣମାଧ୍ୟମକୁ ଏବାବଦରେ କହିଛନ୍ତି। ଏସବୁ ଆଇନର ଉଲ୍ଲଂଘନ। ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ଲେଖାଶ୍ରୀ କହିବା ସହ ଦ୍ୱିତୀୟ ଦାବି ରଖିଛନ୍ତି।

ସେହିପରି ଅରୁପ ପଟ୍ଟନାୟକ ଯିଏକି ଗଣମାଧ୍ୟମ ସାମ୍ନାରେ ଏଲ୍‌ଓପିଙ୍କୁ ହତ୍ୟାର ଧମକ ଦେଲେ ତାଙ୍କୁ ମଧ୍ୟ ତୁରନ୍ତ ଗିରଫ କରାଯାଉ ବୋଲି ଲେଖାଶ୍ରୀ କହିବା ସହ ତୃତୀୟ ଦାବି ରଖିଛନ୍ତି। ଏହି ଘଟଣାଗୁଡ଼ିକର ସତ୍ୟତା ଜଣା ନ ପଡ଼ିବା ପର୍ଯ୍ୟନ୍ତ ବିଜେପି ଲଢ଼େଇ ଜାରି ରଖିବ ବୋଲି ସେ କହିଛନ୍ତି।

Advertisment

ଏହା ଜବାବରେ ବିଜେଡି ବିଧାୟକ ସାରଦା ନାୟକ କହିଛନ୍ତି, ବିଜେପି କ’ଣ କହିବ ଓ କ’ଣ ଆଲୋଚନା କରିବ ? ଜଣଙ୍କ ମୃତ୍ୟୁକୁ ନେଇ ରାଜନୀତିକରଣ କରାନଯାଉ। ନବ ଦାସ ଆମ ଦଳର ଜଣେ ଟାଣୁଆ ନେତା ଥିଲେ। ତାଙ୍କର ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଗୁରୁତପୂର୍ଣ୍ଣ ବିଷୟ। ଆଇନକୁ ଠିକ୍ ବାଟରେ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ଏ ବାବଦରେ ଅଭିନୟ କରିବା ଜାଣନ୍ତିନି।

ଅନ୍ୟପଟେ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ଅଭିଯୋଗ ଆଣି ରାଜ୍ୟ ତମାମ ଆନ୍ଦୋଳନ ଜାରି ରଖିଛି ବିଜେପି। ଭୁବନେଶ୍ୱର ଜିଲ୍ଳା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ବରମୁଣ୍ଡା ଠାରେ ପ୍ରତିବାଦ ରାଲି ସହ ବିରୋଧ ପ୍ରଦର୍ଶନ କରିଛି। ରାଜ୍ୟ ସରକାରଙ୍କ ବିରୋଧରେ ନାରା ବାଜି ସହ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଛି ବିଜେପି ଯୁବ ମୋର୍ଚ୍ଚା। ଏଥିସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ଦଳ। ଆଗକୁ ଏହାକୁ ଆହୁରି ତୀବ୍ରତର କରାଯିବ ବୋଲି କହିଛି ବିଜେପି। ବିଜେପି ନେତା ବାବୁ ସିଂ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି। ଏହାକୁ ପ୍ରତିବାଦ ଜଣାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି।

BJP protestବିଜେପିର ବିକ୍ଷୋଭ

ବିଜେଡି ବିଧାୟକ ଦେବୀ ମିଶ୍ର ଲୋକ କଥାକୁ ପ୍ରୟୋଗ କରି କହିଛନ୍ତି, ଗୋଦରିଲୋ ନିଜ ଗୋଡ଼କୁ ଅନା। ଅଭିଯୋଗ କରୁଥିବା ଦଳ ନିଜ ଶାସିତ ରାଜ୍ୟ ଅବସ୍ଥା ପ୍ରଥମେ ଦେଖନ୍ତୁ। ଅପରାଧ ବଢ଼ୁଛି। ଏହାକୁ ବନ୍ଦ କରିବା ନିମନ୍ତେ କ’ଣ ପରାମର୍ଶ ଅଛି ଦିଅନ୍ତୁ। ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ପ୍ରତିବାଦ କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Odisha Politics Bjp Protest Naba Das Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe