Advertisment

'ଓଡ଼ିଶାରେ ଆୟୁଷ୍ମାନକୁ କାହିଁକି ଯୋଡୁ ନାହାନ୍ତି ରାଜ୍ୟ ସରକାର'

ଓଡ଼ିଶାରେ ଆୟୁଷ୍ମାନ ଯୋଜନାରେ ୭୨୫୧ ୱେଲନେସ୍‌ ସେଣ୍ଟର ରହିଛି। କିନ୍ତୁ ସେହି ଯୋଜନାକୁ ଗ୍ରହଣ କରୁନାହାନ୍ତି ରାଜ୍ୟ ସରକାର।

author-image
Manoj Swain
ଅଦ୍ୟତନ ହୋଇଛି

ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀଙ୍କ ସଂଖ୍ୟା ବଢ଼ିଛି, ସ୍ଵାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିଛି। ରାଜ୍ୟ ସରକାର କହୁଛନ୍ତି, ଓଡ଼ିଶାରେ ସ୍ଵାସ୍ଥ୍ୟ ସେବା ବିଶ୍ଵ ସ୍ତରୀୟ। ଓଡ଼ିଶାରେ ଆୟୁଷ୍ମାନ ଯୋଜନାରେ ୭୨୫୧ ୱେଲନେସ୍‌ ସେଣ୍ଟର ରହିଛି। କିନ୍ତୁ ସେହି ଯୋଜନାକୁ ଗ୍ରହଣ କରୁନାହାନ୍ତି ରାଜ୍ୟ ସରକାର। ସ୍ୱାସ୍ଥ୍ୟ ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁବେଳେ ପ୍ରାଥମିକତା ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ କୋଭିଡ୍‌ ଭଳି ମହାମାରୀର ମୁକାବିଲା ହୋଇପାରିଲା। ଆଜି ଏଭଳି ପ୍ରଶ୍ନ ପଚାରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ।

Advertisment
Bjp Pradeep Panigrahi Odisha