Advertisment

ମଦ୍ରାସା ପିଲାଙ୍କୁ ସରକାରଙ୍କ ଅଣଦେଖା! ବିଜେପି ନେତାଙ୍କ ‘ସାଉଦ ପଳାଅ’ ବୟାନକୁ ନେଇ ବିବାଦ

ସଂସ୍କୃତରେ ଟପ୍ପର ଓ ରାଜ୍ୟ ବୋର୍ଡ ସ୍କୁଲଗୁଡ଼ରେ ଭଲ ମାର୍କ ରଖୁଥିବା ପିଲାଙ୍କ ପାଇଁ ସରକାର ଆର୍ଥିକ ପୁରସ୍କାରର ବ୍ୟବସ୍ଥା କରିଥିଲେ ହେଁ ମଦ୍ରାସାର ମେଧାବୀଙ୍କୁ ଅଣଦେଖା କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି।

Madrasa

Madrasa

Advertisment

ବିବାଦରେ ଉତ୍ତର ପ୍ରଦେଶ ସରକାର। ରାଜ୍ୟ ସରକାର ମଦ୍ରାସାରେ ପଢ଼ୁଥିବା ମେଧାବୀ ଶିକ୍ଷାର୍ଥୀଙ୍କ ପାଇଁ କୌଣସି ପୁରସ୍କାର ବ୍ୟବସ୍ଥା କରି ନଥିବାରୁ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ସଂସ୍କୃତରେ ଟପ୍ପର ଓ ରାଜ୍ୟ ବୋର୍ଡ ସ୍କୁଲଗୁଡ଼ରେ ଭଲ ମାର୍କ ରଖୁଥିବା ପିଲାଙ୍କ ପାଇଁ ସରକାର ଆର୍ଥିକ ପୁରସ୍କାରର ବ୍ୟବସ୍ଥା କରିଥିଲେ ହେଁ ମଦ୍ରାସାର ମେଧାବୀଙ୍କୁ ଅଣଦେଖା କରିଥିବା ବିରୋଧୀ ଅଭିଯୋଗ କରିଛନ୍ତି।

Advertisment

ବିରୋଧୀ କଂଗ୍ରେସ ଓ ସମାଜବାଦୀ ପାର୍ଟି କହିଛନ୍ତି ଯେ ସମସ୍ତ ଧର୍ମକୁ ସମାନ ସୁରକ୍ଷା ମିଳିବା ଦରକାର। କିନ୍ତୁ ଯୋଗୀ ଆଦିତ୍ୟନାଥ ସରକାର ମଦ୍ରାସା ପିଲାଙ୍କୁ ଅଣଦେଖା କରିଥିବାରୁ ଉଭୟ ଦଳ ସମାଲୋଚନା କରିଛନ୍ତି।

ସାଲେମପୁର ସାଂସଦ ତଥା ସପା ନେତା ରାମଶଙ୍କର ରାଜଭର କହିଛନ୍ତି, “ଆପଣମାନେ ସମସ୍ତେ ଦେଖିଥିବେ ଯେ ଉତ୍ତର ପ୍ରଦେଶ ସରକାର ସଂସ୍କୃତ ସ୍କୁଲ ଓ ୟୁପି ବୋର୍ଡ ସ୍କୁଲର ମେଧାବୀ ପିଲାମାନଙ୍କୁ ସରକାର ପୁରସ୍କାର ଓ ସମ୍ମାନ ବାଣ୍ଟୁଛନ୍ତି। କାହିଁକି ସରକାର ସବକା ସାଥ ସବକା ବିକାଶ ନାରା ଦେଉଛନ୍ତି? ମଦ୍ରାସା ବୋର୍ଡର ପିଲାମାନଙ୍କୁ କାହିଁକି ସରକାର ସ୍ୱାଗତ କରୁନାହାନ୍ତି? କାହିଁକି ସେମାନଙ୍କୁ ପୁରସ୍କାର ଦିଆଯାଉ ନାହିଁ।”

Advertisment

ରାମଶଙ୍କରଙ୍କ କଥାରେ ଏକମତ ହୋଇ କଂଗ୍ରେସର ରାଜ୍ୟସଭା ସାଂସଦ ପ୍ରମୋଦ ତିୱାରୀ କହିଛନ୍ତି, ସମ୍ବିଧାନ ସମସ୍ତ ଧର୍ମ ଓ ଭାଷକୁ ସୁରକ୍ଷିତ କରିଛି। ଆମେ କାହାର ବିବୃତି ଶୁଣି ନାହୁଁ। କିନ୍ତୁ ମୁଁ ଚାହୁଁଛି ଯେ ସମସ୍ତ ଭାଷା ଉପଯୁକ୍ତ ଢଙ୍ଗରେ ବିକଶିତ ହେଉ। ସମସ୍ତ ଧର୍ମକୁ ସମାନ ସୁରକ୍ଷା ମିଳୁ ବୋଲି ସେ କହିଛନ୍ତି।

ତେବେ ବିଜେପି ନେତା ମୋହଶିନ ରାଜା ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏଥିସହ ସେ ପୁରସ୍କାର ପାଇବାକୁ ହେଲେ ସାଉଦି ଚାଲି ଯିବାକୁ ପରାମର୍ଶ ଦେଇଛନ୍ତି।

ସେ କହିଛନ୍ତି, “ଧାର୍ମିକ ଶିକ୍ଷାର ବିଶା ପାଇଁ କୌଣସି ପ୍ରକାରର ପୁରସ୍କାର ମିଳି ନଥାଏ। ଯଦି ସେମିତି କିଛି ପୁରସ୍କାର ଦିଆଯିବ, ତା’ହେଲେ ସାଉଦି ଆରବ ପଳାଅ। ସେଠାରୁ ପୁରସ୍କାର ଆଣ।”

ନିକଟରେ ୟୁପି ସରକାର ଘୋଷଣା କରିଛନ୍ତି ଯେ ୧୦ ଓ ଦ୍ୱାଦଶ ଶ୍ରେଣୀରେ ଟପ୍ପର ହେଉଥିବା ପିଲାଙ୍କୁ ୧ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ମିଳିବ। ସେହିପରି ସଂସ୍କୃତ ଶିକ୍ଷା ପରିଷଦ, ସିବିଏସ୍‌ଇ ଓ ସିଆଇଏସ୍‌ସିଇ ପରୀକ୍ଷାରେ ଭଲ ମାର୍କ ରଖିଲେ ମଧ୍ୟ ସରକାର ସେମାନଙ୍କୁ ସମ୍ମାନୀତ କରିବେ। ଏହି ସବୁ ପୁରସ୍କାର ପାଇଁ ସରକାର ୪.୭୩ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି।

Uttar Pradesh Madrassa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe