Advertisment

ମ୍ୟାଜିକ ଶେଷ: ଗେହଲଟଙ୍କୁ କଟାକ୍ଷ କଲେ କେନ୍ଦ୍ରମନ୍ତ୍ରୀ

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ କଟାକ୍ଷ କରିଛନ୍ତି। ରାଜ୍ୟ ଏବେ ମାଜିକସିଆନ ଶାସନରୁ ମୁକୁଳିଛି। ମ୍ୟାଜିକ ଶେଷ ହୋଇଛି ବୋଲି ଶେଖାୱତ କହିଛନ୍ତି।

Congress

Congress

Advertisment

ରାଜସ୍ଥାନରେ କଂଗ୍ରେସକୁ ଗାଦିଚ୍ୟୁତ କରି ବିଜେପି କ୍ଷମତା ଦଖଲ କରିବାକୁ ଯାଉଛି। ବର୍ତ୍ତମାନ ଚାଲିଥିବା ଭୋଟ ଗଣତିର ଟ୍ରେଣ୍ଡ ଅନୁଯାୟୀ ବିଜେପି ପ୍ରତିପକ୍ଷ କଂଗ୍ରେସ ଠାରୁ ଢେର ଆଗରେ ରହିଛି। ରାଜସ୍ଥାନରେ ବିଜେପି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସରକାରକୁ ମାତ ଦେବା ଏକପ୍ରକାରର ନିଶ୍ଚିତ ହୋଇଯାଇଛି। ଏସବୁ ଭିତରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ କଟାକ୍ଷ କରିଛନ୍ତି। ରାଜ୍ୟ ଏବେ ମାଜିକସିଆନ ଶାସନରୁ ମୁକୁଳିଛି। ମ୍ୟାଜିକ ଶେଷ ହୋଇଛି ବୋଲି ଶେଖାୱତ କହିଛନ୍ତି।

Advertisment

ସେ କହିଛନ୍ତି, “ମ୍ୟାଜିକ ରାଜସ୍ଥାନରେ ଶେଷ ହୋଇଛି। ରାଜସ୍ଥାନ ମ୍ୟାଜିକସିଆନ ଶାସନରୁ ମୁକୁଳିଛି। ଲୋକମାନେ ମହିଳାଙ୍କ ସମ୍ମାନ ଓ ଗରିବଙ୍କ କଲ୍ୟାଣ ପାଇଁ ଭୋଟ ଦେଇଛନ୍ତି।”

ଗେହଲଟଙ୍କ ଜନ୍ମ ଗୋଟିଏ ମ୍ୟାଜିକସିଆନ ପରିବାରରେ ହୋଇଥିଲା। ଗେହଲଟ ପ୍ରାରମ୍ଭିକ ଅବସ୍ଥାରେ ତାଙ୍କ ବାପାଙ୍କୁ ମ୍ୟାଜିକ ଶୋ’ର ସହଯୋଗ କରୁଥିଲେ। ତେଣୁ କେନ୍ଦ୍ରମନ୍ତ୍ରୀ ଏହାକୁ ନେଇ ତାଙ୍କୁ ତାଚ୍ଛଲ୍ୟ କରିଛନ୍ତି। ସେ ଆହୁରି କହିଛନ୍ତି, “କଂଗ୍ରେସର ଗ୍ୟାରେଣ୍ଟୀକୁ ଲୋକମାନେ ଗ୍ରହଣ କରିନାହାନ୍ତି। ସେମାନେ ଦୁର୍ନୀତିଗ୍ରସ୍ତ କଂଗ୍ରେସକୁ ଶାସନରୁ ଫିଙ୍ଗି ଦେଇଛନ୍ତି।”

Advertisment

ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ, ରାଜସ୍ଥାନର ୧୯୯ ବିଧାନସଭା ଆସନରୁ କଂଗ୍ରେସ ୭୦ ଓ ବିଜେପି ୧୧୪ ଆସନରେ ଲିଡ କରୁଛି। ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୧୦୦। ତେଣୁ ବିଜେପି ଏଠାରେ ବେଶ ସହଜରେ ସରକାର ଗଠନ କରିବ ବୋଲି କୁହାଯାଉଛି।

Bjp Congress Rajasthan Election Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe