Advertisment

‘ନବୀନ ବାବୁ ଶର୍ଟ ଭିଡିଓ ନ ଛାଡ଼ି ଖୋଲା ମଞ୍ଚକୁ ଆସନ୍ତୁ’

ଶର୍ଟ ଭିଡିଓରେ ମୁଖ୍ୟମନ୍ତ୍ରୀ କହୁଛନ୍ତି ନା ତାହା AI, କିଛି ସ୍ପଷ୍ଟ ହୋଇ ପାରୁନି ବୋଲି କହିଛନ୍ତି ବିଜେପି ନେତା ସମୀର ମହାନ୍ତି ।

author-image
Niharika Rout
ଅଦ୍ୟତନ ହୋଇଛି
Samir Mohanty

Samir Mohanty

ନବୀନ ବାବୁ ସଭା ସମିତିରେ ଗୋଟିଏ ମିନିଟରେ ସ୍କ୍ରିପ୍ଟେଡ୍ ଲେଖା ପଢ଼ି ଦେଉଛନ୍ତି । ହେଲେ ଶର୍ଟ ଭିଡିଓରେଅତି ପ୍ରାଞ୍ଜଳ ଭାବେ ସବୁ ଘଟଣାକୁ ପରିପ୍ରକାଶ କରୁଛନ୍ତି। ତେଣୁ ଶର୍ଟ ଭିଡିଓରେ ସେ କହୁଛନ୍ତି ନା ତାହା AI, କିଛି ସ୍ପଷ୍ଟ ହୋଇ ପାରୁନି ବୋଲି କହିଛନ୍ତି ବିଜେପି ନେତା ସମୀର ମହାନ୍ତି । ତେଣୁ ଶର୍ଟ ଭିଡିଓ କରିବା ଛାଡ଼ି ମୁଖ୍ୟମନ୍ତ୍ରୀ ଆଲୋଚନା ପାଇଁ ଖୋଲା ମଞ୍ଚକୁ ଆସନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ସମୀର ମହାନ୍ତି।

Advertisment

ଗଣମାଧ୍ୟମକୁ ସେ କହିଛନ୍ତି, ଶର୍ଟ ଭିଡିଓରେ ନବୀନ ବାବୁ ନିଜେ କହୁଛନ୍ତି ନା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା AI କହୁଛି । ଯଦି ଶର୍ଟ ଭିଡିଓରେ ନବୀନ ବାବୁ କହୁଥା’ନ୍ତେ, ତା’ହେଲେ ସଭା ସମିତିରେ ବି କୁହନ୍ତେ। କିନ୍ତୁ ସଭାରେ ଗୋଟିଏ ମିନିଟରେ ସ୍କ୍ରିପ୍ଟେଡ୍ ଲେଖା ପଢ଼ି ଦେଉଛନ୍ତି। ନବୀନ ବାବୁଙ୍କ ଶାରୀରିକ ଅସୁସ୍ଥତା ଯୋଗୁଁ ଏକଥା ସମ୍ଭବ ହୋଇ ପାରୁନି ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ସମୀର ମହାନ୍ତି।

ତାଙ୍କୁ ଯିଏ ରିମୋଟ୍ ଧରି ଚଳାଉଛନ୍ତି, ଏକଥା ସବୁ ଜାଣିଛନ୍ତି । ତେଣୁ 'AI ମାଧ୍ୟମରେ ନବୀନ ବାବୁଙ୍କ ଶର୍ଟ ଭିଡିଓ କରାଯାଇ ସୋଶାଲ ମିଡିଆରେ ଛଡ଼ା ଯାଉଛି। ମାତ୍ର ରାଜ୍ୟବାସୀ ସତ କ’ଣ ଜାଣି ସାରିଲେଣି ବୋଲି କହିଛନ୍ତି ସମୀର ମହାନ୍ତି।

Advertisment

ଏଥିସହ ସେ କହିଛନ୍ତି, ରତ୍ନ ଭଣ୍ଡାର ଚାବି ହଜିବା କ୍ଷେତ୍ରରେ ନବୀନ ବାବୁ ଚୁପ୍‌। କମିଶନ ବସିଲା, କିନ୍ତୁ ରିପୋର୍ଟ ସାର୍ବଜନୀନ ହେଲାନି। ଏଠାକାର ଚାଷୀ ଧାନର ସହାୟକ ମୂଲ୍ୟ ପାଉ ନାହାନ୍ତି। ବାହାର ରାଜ୍ୟର ଏଜେଣ୍ଟ ପଶି ଧାନ ନେଇ ଯାଉଛନ୍ତି । ରାଜ୍ୟରେ କଟନୀଛଟନୀ ହେଉଥିବା ବେଳେ ଚାଷୀ ନିଜ ଧାନର MSP ବି ପାଉନାହିଁ। କେବଳ ସେତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କ ସିଞ୍ଚନ ଯୋଜନାର ଲାଭ ବି ଚାଷୀ ପାଇ ପାରୁନି।

ଓଡ଼ିଆ ସଂସ୍କୃତି, ଐତିହ୍ୟ କଥା କହୁଛନ୍ତି ରାଜ୍ୟ ସରକାର। ଓଡ଼ିଶାର ଅସ୍ମିତା କଥା କହି ଭୋଟ ମାଗୁଛନ୍ତି। ହେଲେ ୮ ବର୍ଷ ହେଲାଣି ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର କାହିଁକି ଦେଉ ନାହାନ୍ତି। ଯେଉଁ ବିଷୟରେ ଆଲୋଚନା ହେଉଛି, ତାହାର ସ୍ପଷ୍ଟ ଉତ୍ତର ରଖନ୍ତୁ। ଗୁମାସ୍ତାଙ୍କ ଲେଖାକୁ ଟେକନୋଲୋଜି ମାଧ୍ୟମରେ ପଢ଼ି ଶର୍ଟ ଭିଡିଓ କରି ଗଣମାଧ୍ୟମରେ ନ ଛାଡ଼ନ୍ତୁ । ତା’ ପରିବର୍ତ୍ତେ ଆଲୋଚନା ପାଇଁ ମଞ୍ଚକୁ ଆସନ୍ତୁ ବୋଲି ସେ ଆହ୍ୱାନ ଦେଇଛନ୍ତି ।

Bjp Samir Mahanti 2024 General Election Loksabha Election 2024 Odisha Assembly Election 2024