Advertisment

ପ୍ରସନ୍ନଙ୍କୁ ଜବାବ ଦେଲେ ସମୀର: କହିଲେ- ଆପଣ ହତୋତ୍ସାହିତ ହୋଇ ପଡ଼ିଛନ୍ତି

ଶୋସାଲ୍‌ ମିଡିଆ ‘X’ ଶ୍ରୀ ମହାନ୍ତି ଲେଖିଛନ୍ତି, ପ୍ରସନ୍ନ ଭାଇ, ଆପଣ ଓ ଆପଣଙ୍କ ଦଳ ପରାଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି। ଓଡ଼ିଆ ଲୋକଙ୍କ ନିଷ୍ପତ୍ତିକୁ ଆପଣ ଅହଙ୍କାର କାରଣରୁ ସ୍ୱୀକାର କରିପାରୁନାହାନ୍ତି।

BJD

BJD

Advertisment

ରାଜ୍ୟରେ ଚାଲିଥିବା ବିଜେପି ସରକାରକୁ କଟାକ୍ଷ କରିଥିଲେ ବରିଷ୍ଠ ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ। ପଦଯାତ୍ରା ବେଳେ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ କହୁ କହୁ କହିଥିଲେ, ରାଜ୍ୟରେ ଗୋଟିଏ ନୁହେଁ, ୪ଟି ସରକାର ଚାଲିଛି। ପ୍ରସନ୍ନ ଆଚାର୍ଯ୍ୟଙ୍କ ସେହି କଟାକ୍ଷର ଆଜି ଜବାବ ଦେଇଛନ୍ତି ପୂର୍ବତନ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

Advertisment

ଶୋସାଲ୍‌ ମିଡିଆ ‘X’ ଶ୍ରୀ ମହାନ୍ତି ଲେଖିଛନ୍ତି, ପ୍ରସନ୍ନ ଭାଇ, ଆପଣ ଓ ଆପଣଙ୍କ ଦଳ ପରାଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି। ଓଡ଼ିଆ ଲୋକଙ୍କ ନିଷ୍ପତ୍ତିକୁ ଆପଣ ଅହଙ୍କାର କାରଣରୁ ସ୍ୱୀକାର କରିପାରୁନାହାନ୍ତି। ବିଜେପିର ଲୋକ କଲ୍ୟାଣକାରୀ ଯୋଜନାରେ ଇର୍ଷାନ୍ୱିତ ହୋଇ ଆପଣ ଏଭଳି ମନ୍ତବ୍ୟ ଦେଉଛନ୍ତି। ଚଳିତ ନିର୍ବାଚନ ସମୟରେ ଆପଣଙ୍କ ଦଳ ଆପଣଙ୍କୁ କୋଣଠେସା କରି ଟିକେଟ ଦେଉନଥିଲା? ଏ କଥାକୁ ଆପଣ ଭୁଲି ଯାଉଛନ୍ତି। ଯଦି ନବୀନ ବାବୁ ଏତେ ଜନପ୍ରିୟ ଓ ଲୋକ ପ୍ରିୟ, ତାହାହେଲେ ସିଏ ଗତ ସାଧାରଣ ନିର୍ବାଚନରେ କଣ୍ଟାବାଞ୍ଜିରୁ ୧୬୩୪୪ ଭୋଟ୍‌ରେ ପରାସ୍ତ ହୋଇଥିଲେ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି?

ସେ ଆହୁରି ଲେଖିଛନ୍ତି, ପ୍ରସନ୍ନ ଭାଇ, ଦୀର୍ଘ ୨୪ ବର୍ଷ ଧରି ଲୋକଙ୍କୁ ପ୍ରତାରିତ କରିବା ତଥା ପ୍ରତିଶ୍ରୁତି ପୂରଣ ନକରିବା ପରାଜୟର କାରଣ ନୁହେଁ କି? ଆପଣଙ୍କ ଦଳର ସଭାପତି କ୍ରମାଗତ ଭାବେ ନିଜର ଆସ୍ଥା ଓ ବିଶ୍ୱାସ ଓଡ଼ିଶାବାସୀଙ୍କଠାରୁ ହରାଇ ବସିଛନ୍ତି। ଏହି କଥାକୁ ଆପଣ କାହିଁକି ଗ୍ରହଣ କରୁନାହାନ୍ତି? ଚଳିତ ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ସେ(ନବୀନ) କେତେ ଭୋଟ ବ୍ୟବଧାନରେ ଜିତିଛନ୍ତି? ଆପଣ ନବୀନ ବାବୁଙ୍କୁ ପଚାରିଲେ ଭଲ ହୁଅନ୍ତା ବୋଲି ସମୀର ମହାନ୍ତି କହିଛନ୍ତି।

Advertisment

ସମୀର ଆହୁରି ଲେଖିଛନ୍ତି, ପ୍ରସନ୍ନ ଭାଇ, ବିଗତ କିଛି ବର୍ଷ ଧରି ଆପଣଙ୍କ ଦଳରେ ମନ୍ତ୍ରୀ ଓ ବିଧାୟକମାନଙ୍କ ସ୍ଥିତି କ’ଣ ଥିଲା? ଏହା ଆପଣ ଅନୁଭବ କରିଥିବେ। ବର୍ତ୍ତମାନ ଯେତେବେଳେ ବିଜେପି ରାଜ୍ୟରେ ରାଜନୈତିକ ସଂସ୍କୃତି ଓ ପରମ୍ପରାକୁ ପାଳନ କରିବା ସହ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠା କରି ଶାସନଭାର ସମ୍ଭାଳିଛି, ତାହା ଆପଣଙ୍କୁ କାହିଁକି କଷ୍ଟ ଦେଉଛି ବୋଲି ସମୀର କହିଛନ୍ତି।

ସୂଚନାରୁ ପ୍ରକାଶ, ଦୁଇ ଦିନ ତଳେ ସମ୍ୱଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍‌ ଲୁହାପଙ୍କ ପଞ୍ଚାୟତ ହେମାମୁରାରେ ଆୟୋଜିତ ପଦଯାତ୍ରାରେ ଶ୍ରୀ ଆଚାର୍ଯ୍ୟ ଯୋଗଦେଇ ରାଜ୍ୟ ବିଜେପି ସରକାରକୁ ସମାଲୋଚନା କରିଥିଲେ। ସେ କହିଥିଲେ, ଏଠି ଗୋଟିଏ ସରକାର ନୁହେଁ, ୪ଟି ସରକାର ଚାଲିଛି। କିନ୍ତୁ ଆମର ଗୋଟିଏ ସରକାର ନବୀନ ପଟ୍ଟନାୟକ। ସିଏ ଯାହା କହୁଥିଲେ ଆମେ ମାନୁଥିଲୁ। ହେଲେ ଏଠି ଗୋଟିଏ ସରକାର ନୁହେଁ, ୪ଟି ସରକାର। ଦିଲ୍ଲୀରେ ଜଣେ ବ୍ୟକ୍ତି ଅଛନ୍ତି। ସିଏ ଗୋଟିଏ ଅର୍ଡର ଦେଉଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ହିସାବରେ ଗୋଟିଏ ଅର୍ଡର ଦେଉଛନ୍ତି। ଆଉ ଅନ୍ୟ ଦୁଇ ଜଣଙ୍କ ନାଁ କହିବିନି। ସେମାନେ ମୋର ବନ୍ଧୁ। ତେଣୁ ଗୋଟିଏ ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ୪ ଜଣଙ୍କ କଥା ଶୁଣିବାକୁ ପଡ଼ୁଛି ବୋଲି ଶ୍ରୀ ଆଚାର୍ଯ୍ୟ କହିଥିଲେ।

BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe