TMC
ବେଙ୍ଗଲ ବିଧାନସଭାର ବିରୋଧୀ ଦଳ ନେତା ତଥା ବିଜେପିର ଫାୟାର ବ୍ରାଣ୍ଡ ନେତା ଭାବେ ପରିଚିତ ଶୁଭେନ୍ଦୁ ଅଧିକାରୀ ବିଚ୍ ରାସ୍ତାରେ ନିଜ ରାଗ ଉପରୁ ନିୟନ୍ତ୍ରଣ ହରାଇଛନ୍ତି। ସେ ଗାଡ଼ିରେ ଯାଉଥିବା ବେଳେ ଟିଏମସିର ଜଣେ ସମର୍ଥକ ଜୟ ବଙ୍ଗଲାର ନାରା ଦେଇଥିଲେ। ବାସ୍ ଏଥିରେ ରାଗି ଯାଇ ଶୁଭେନ୍ଦୁ ଅଧିକାରୀ ନିଜ ଗାଡ଼ିରୁ ବାହାରି ଉକ୍ତ ଟିଏମସି ସମର୍ଥକଙ୍କୁ ଧମକ ଦେଇଛନ୍ତି। ତାଙ୍କ ଦେହର ଚମଡ଼ାକୁ ସେ ଜୀବନ୍ତ ଉଠାଇ ଦେବେ ବୋଲି ଧମକ ଦେବାର ଭିଡିଓ ସାମ୍ନାକୁ ଆସିଛି।
ହୁଗଲୀ ଜିଲ୍ଲାରେ କନ୍ୟା ସୁରକ୍ଷା ଯାତ୍ରା ସମୟରେ ଏପରି ଘଟଣା ଘଟିଛି। ରାଧାନଗରରେ ଆୟୋଜିତ ଶୋଭାଯାତ୍ରାରେ ଯୋଗ ଦେବା ପାଇଁ ଅଧିକାରୀ ଯାଉଥିବା ବେଳେ ଟିଏମସି ସମର୍ଥକ ଶେଖ ମୌଦୁଲ ଜୟ ବଙ୍ଗଲା ନାରା ଦେଇଥିଲେ। ଏହାକୁ ଶୁଣି ଶୁଭେନ୍ଦୁ ଅଧିକାରୀ ଗାଡ଼ି ଅଟକାଇବା ସହ ସେଥିରୁ ବାହାରି ଏହାର ଜବାବରେ ଜୟ ଶ୍ରୀରାମ କହିଥିଲେ। ଟିଭିରେ ଶୁଭେନ୍ଦୁ ଅଧିକାରୀ ବିବାଦୀୟ କଥା କହୁଥିବାରୁ ଏହାର ପ୍ରତିବାଦରେ ମୌଦୁଲ ଏପରି କରିଥିବା କହିଛନ୍ତି।
ତେବେ ଜୟ ଶ୍ରୀରାମ ପରେ ସ୍ଥିତି ସାମାନ୍ୟ ବିବାଦୀୟ ହୋଇଥିଲା। କାରଣ ଶ୍ରୀ ଅଧିକାରୀ ଟିଏମସି ସମର୍ଥକ ମୌଦୁଲଙ୍କୁ ରୋହିଙ୍ଗ୍ୟା କହିଥିଲେ। ତାଙ୍କ ଅଙ୍ଗରକ୍ଷୀମାନେ ମୌଦୁଲଙ୍କୁ ଧକ୍କା ମାରିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ସ୍ଥାନୀୟ ଟିଏମସି ନେତା ସ୍ୱପ୍ନ ନନ୍ଦି ଘଟଣାକୁ ନିନ୍ଦା କରିଛନ୍ତି। ଆକ୍ରମଣ ବିରୋଧରେ ସ୍ଥାନୀୟ ଟିଏମସି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
୧.୨ ମିନିଟର ଭିଡିଓକୁ ଟିଏମସି ତା’ ଏକ୍ସ ଆକାଉଣ୍ଟରେ ଶେୟାର କରିଛି। ଏହାକୁ ଶେୟାର କରି ଦଳ ଲେଖିଛି ଯେ “ବିଜେପିକୁ ଦୋହଲାଇ ଦେବା ପାଇଁ କେବଳ ୨ଟି ଶବ୍ଦ- ଜୟ ବଙ୍ଗଲା ହିଁ ଯଥେଷ୍ଟ।”
ଭିଡିଓରେ ଦେଖିବାକୁ ମିଳୁଛି ଯେ ଶ୍ରୀ ଅଧିକାରୀ ନିଜ ଗାଡ଼ିରୁ ବାହାରି ମୌଦୁଲଙ୍କୁ ଜୟ ଶ୍ରୀ ରାମ କହିବା ସେ ମୁଁ ହିନ୍ଦୁ ପୁଅ ବୋଲି ଜଣାଇଥିଲେ। ଏହାର ଜବାବରେ ମୌଦୁଲ ଜୟ ବଙ୍ଗଲା କହିଥିଲେ। ଶ୍ରୀ ଅଧିକାରୀ ପୁଣି ରାଗି ଯାଇଥିଲେ। ସେ ଯେତେ ରାଗୁଥିଲେ ମୌଦୁଲ ସେତେଥର ଜୟ ବଙ୍ଗଲା କହୁଥିଲେ। ଶେଷରେ ଶ୍ରୀ ଅଧିକାରୀ ତାଙ୍କ ଅଙ୍ଗରକ୍ଷୀମାନଙ୍କୁ ମୌଦୁଲଙ୍କୁ ହଟାଇବାକୁ କହିଥିଲେ।
ଏହାପରେ ଅଧିକାରୀ ରାଗ ତମତମ ହୋଇ ଗାଡ଼ିକୁ ଯାଇଥିଲେ। ଏହି ସମୟରେ ସେ କହିଥିଲେ ଯେ “ମୁଁ ତୁମ ମମତାଙ୍କୁ ହରାଇଛି।” ୨୦୨୧ ବିଧାନସଭା ନିର୍ବାଚନରେ ମମତାକୁ ନନ୍ଦିଗ୍ରାମରେ ଶୁଭେନ୍ଦୁ ହରାଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/TMC_1753963703.jpg)