Advertisment

ଟିକେଟ ଦେଲାନି ବିଜେପି, ଇମୋସନାଲ ହେଲେ ବରୁଣ ଗାନ୍ଧି

ଟିକେଟ ନ ପାଇ ନିରାଶ ହୋଇଥିବା ବରୁଣ ଗାନ୍ଧି ଆଜି ପିଲିଭିଟ୍‌ବାସୀଙ୍କ ପାଇଁ ବେଶ ଇମୋସନାଲ ହୋଇ ଗୋଟିଏ ଚିଠି ଲେଖିଛନ୍ତି।

Varun Gandhi

Varun Gandhi

Advertisment

ଉତ୍ତର ପ୍ରଦେଶର ପିଲିଭିଟ୍‌ରୁ ଏଥର ବିଜେପି ବରୁଣ ଗାନ୍ଧିଙ୍କୁ ଟିକେଟ ଦେଇନାହିଁ। ଟିକେଟ ନ ପାଇ ନିରାଶ ହୋଇଥିବା ବରୁଣ ଗାନ୍ଧି ଆଜି ପିଲିଭିଟ୍‌ବାସୀଙ୍କ ପାଇଁ ବେଶ ଇମୋସନାଲ ହୋଇ ଗୋଟିଏ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି, “ପିଲିଭିଟ୍‌ ସାଂସଦ ଭାବେ ମୋ କାର୍ଯ୍ୟକାଳ ସମ୍ଭବତଃ ଶେଷ ହୋଇପାରେ।

Advertisment

କିନ୍ତୁ ପିଲିଭିଟ୍‌ ସହିତ ମୋର ସମ୍ପର୍କ ଜୀବନର ଶେଷ ନିଃଶ୍ୱାସ ଯାଏ ରହିବ। ସାଧାରଣ ଲୋକଙ୍କ ସ୍ୱର ଉଠାଇବା କାମ ଜାରି ରଖିବା ପାଇଁ ମୁଁ ଆପଣମାନଙ୍କ ଆଶୀର୍ବାଦ ଚାହୁଁଛି। ଲୋକଙ୍କ ସ୍ୱର ଉଠାଇବା ପାଇଁ ମୋତେ ଯାହା ବି ମୂଲ୍ୟ ଦେବାକୁ ପଡ଼ିଲେ ମଧ୍ୟ ମୁଁ ପଛଘୁଞ୍ଚା ଦେବି ନାହିଁ। ମୁଁ ଆପଣମାନଙ୍କର ଥିଲି, ରହିଛି ଓ ଆଗକୁ ମଧ୍ୟ ରହିବି।”

ପିଲିଭିଟ ସହ ନିଜର ପିଲା ବେଳର ସମ୍ପର୍କ କଥା ମଧ୍ୟ ବରୁଣ ଗାନ୍ଧି ଚିଠିରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, “୧୯୮୩ରେ ୩ ବର୍ଷର ପିଲାଟିଏ ତା’ ମା’ର ହାତ ଧରି ଏଠାକୁ ଆସିଥିବା କଥା ମୋର ମନେ ଅଛି। ଏହି ମାଟି ଦିନେ ତା’ର କର୍ମକ୍ଷେତ୍ର ଓ ଏଠାକାର ଲୋକମାନେ ତା’ର ପରିବାର ପାଲଟି ଯିବେ ବୋଲି ସେ କେମିତି ସେବେଠାରୁ ଜାଣିଥିଲା?

Advertisment

ବିଗତ ବର୍ଷ ଗୁଡ଼ିକରେ ପିଲିଭିଟ୍‌ର ମହାନ ଲୋକମାନେ ମୋତେ ସମର୍ଥନ କରିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି। ସାଂସଦ ଭାବେ ମୋ କାର୍ଯ୍ୟକାଳ ଶେଷ ହୋଇଥିଲେ ହେଁ ପିଲିଭିଟ ସହ ସମ୍ପର୍କ ଜାରି ରହିବ। ଯଦି ସାଂସଦ ଭାବେ ନ ହୋଇପାରିଲା, ତା’ହେଲେ ଜଣେ ପୁଅ ହିସାବରେ ଏଠାକାର ଲୋକଙ୍କ ସେବା ଜାରି ରଖିବି। ପୂର୍ବଭଳି ପିଲିଭିଟ୍‌ ପାଇଁ ମୋ ଦ୍ୱାର ସବୁବେଳେ ଖୋଲା ରହିବ।” 

ବିଜେପି ପିଲିଭିଟ୍‌ରେ ବରୁଣ ଗାନ୍ଧିଙ୍କ ବଦଳରେ ଜିତିନ ପ୍ରସାଦଙ୍କୁ ଟିକେଟ ଦେଇଛି। 

Uttar Pradesh Varun Gandhi Lok Sabha Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe