କଟକ, ଜଗତସିଂହପୁର ଓ ଯାଜପୁର ଲୋକସଭା ଆସନରେ ବିଜେପି ଆଗୁଆ

କଟକ, ଜଗତସିଂହପୁର ଓ ଯାଜପୁର ଲୋକସଭା ଆସନରେ ବିଜେଡିକୁ ପଛରେ ପକାଇ ଆଗରେ ଅଛି ବିଜେପି ।

Representational Image

  • Published: Tuesday, 04 June 2024
  • , Updated: 04 June 2024, 11:21 AM IST

ଏଥର ବିଧାନସଭା ପରି ଲୋକସଭାରେ ବି ଟ୍ରେଣ୍ଡ କରୁଛି ବିଜେପି। କଟକ, ଜଗତସିଂହପୁର ଓ ଯାଜପୁର ଲୋକସଭା ଆସନରେ ବିଜେଡିକୁ ପଛରେ ପକାଇ ଆଗରେ ଅଛି ବିଜେପି ।

କଟକରେ ବିଜେଡି ପ୍ରାର୍ଥୀ ସତୃପ୍ତ ମିଶ୍ରଙ୍କୁ ପଛରେ ପକାଇ ବିଜେପି ପ୍ରାର୍ଥୀ ଭତ୍ତୃହରି ମହତାବ ଆଗରେ ଅଛନ୍ତି। ଜଗତସିଂହପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ବିଭୁପ୍ରସାଦ ତରାଇ ଆଗୁଆ ଅଛନ୍ତି। ସେହିପରି ଯାଜପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ରବୀନ୍ଦ୍ର ବେହେରା ଆଗରେ ଅଛନ୍ତି।

ଏହା ପୂର୍ବରୁ ହୋଇଥିବା ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, କଳାହାଣ୍ଡି, କେନ୍ଦ୍ରାପଡ଼ା, ବ୍ରହ୍ମପୁର , ସମ୍ବଲପୁର ଲୋକସଭା ଆସନରେ ବିଜେଡିକୁ ପଛରେ ପକାଇ ଆଗେଇ ଚାଲିଛି ବିଜେପି।

Related story