Advertisment

୧୧ରୁ ୯ ଆସନ ପୋଛି ନେଲେ ବିଜେପି ଆଣ୍ଡ କୋ

କଂଗ୍ରେସ ୧ ଓ ଉଦ୍ଧବ ଠାକରେଙ୍କ ଶିବସେନେ ୧ଟି ଆସନ ପାଇଛନ୍ତି। ଶରଦ ପାୱାରଙ୍କ ଏନସିପି ପିଜାଣ୍ଟସ ଓ ୱାର୍କର୍ସ ପାର୍ଟିର ଜୟନ୍ତ ପାଟିଲଙ୍କୁ ସମର୍ଥନ କରିଥିଲେ ହେଁ ଦଳକୁ ହାରିବାକୁ ପଡ଼ିଛି।

NCP

NCP

Advertisment

ମହରାଷ୍ଟ୍ରରେ ବିଜେପି ନେତୃତ୍ୱାଧୀନ ମାହାୟୁତି ମେଣ୍ଟର ବଡ଼ ବିଜୟ। ରାଜ୍ୟ ବିଧାନ ପରିଷଦର ନିର୍ବାଚନରେ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଓ ଅଜିତ ପାୱାରଙ୍କ ଏନସିପିର ବାଜିମାତ। 

Advertisment

ଏହି ମେଣ୍ଟ ମୋଟ ୧୧ଟି ଆସନରୁ ୯ଟିରେ ବିଜୟୀ ହୋଇଛି। ମେଣ୍ଟ ପକ୍ଷରୁ ୯ ଜଣଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ସମସ୍ତ ଆସନରେ ଏମାନେ ବିଜୟୀ ହୋଇଛନ୍ତି। 

କଂଗ୍ରେସ ୧ ଓ ଉଦ୍ଧବ ଠାକରେଙ୍କ ଶିବସେନେ ୧ଟି ଆସନ ପାଇଛନ୍ତି। ଶରଦ ପାୱାରଙ୍କ ଏନସିପି ପିଜାଣ୍ଟସ ଓ ୱାର୍କର୍ସ ପାର୍ଟିର ଜୟନ୍ତ ପାଟିଲଙ୍କୁ ସମର୍ଥନ କରିଥିଲେ ହେଁ ଦଳକୁ ହାରିବାକୁ ପଡ଼ିଛି।

Advertisment

ମହାରାଷ୍ଟ୍ର ଲୋକସଭା ନିର୍ବାଚନରେ ମାହାୟୁତି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ମେଣ୍ଟ ବିଧାନ ପରିଷଦ ନିର୍ବାଚନରେ ବାଉନ୍ସ ବ୍ୟାକ କରିଛି। ବିଜେପି ପକ୍ଷରୁ ପଙ୍କଜା ମୁଣ୍ଡେଙ୍କ ସମେତ ୫ ଜଣଙ୍କୁ ପ୍ରାର୍ଥୀ କରାଯାଇଥିଲା। ସମସ୍ତେ ବିଜୟୀ ହୋଇଛନ୍ତି। ସିନ୍ଦେ ସେନା ୨ଟି ଓ ଅଜିତ ପାୱାରଙ୍କ ଏନସିପି ୨ଟି ଆସନରେ ପ୍ରାର୍ଥୀ ଦେଇଥିଲେ। ଏହି ୪ ଆସନରେ ମଧ୍ୟ ମେଣ୍ଟ ବାଜିମାତ କରିଛି।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ବିଧାନ ପରିଷଦ ଇଲେକସନକୁ ସେମି ଫାଇନାଲ ଭାବେ ବିବେଚନା କରାଯାଉଥିଲା। ଏଥିରେ ମାହାୟୁତିର ବିଜୟ ହୋଇଛି।

ରେଜଲ୍ଟ ଉପରେ ପ୍ରତିକ୍ରିୟା ଦେଇ ଅଜିତ ପାୱାର କହିଛନ୍ତି, “ଦଳ ବାହାରେ ୫ ଜଣ ବିଧାୟକ ଆମକୁ ସମର୍ଥନ ଦେଇଛନ୍ତି। ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି। ନିର୍ବାଚନ ବେଳେ ଅଭିଯୋଗ ଲାଗିବା ସ୍ୱାଭାବିକ ଘଟଣା। କିନ୍ତୁ ମୁଁ ସେସବୁକୁ ଖାତିର କରେନି। ମାହାୟୁତି ବିଧାନସଭା ନିର୍ବାଚନରେ ଭଲ ଏପରି ପୂର୍ଣ୍ଣ ସଫଳତା ପାଇବ।”

ଆଜି ୧୧ ବିଧାନ ପରିଷଦ ଆସନ ପାଇଁ ଭୋଟ ହୋଇଥିବା ବେଳେ ୧୨ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଥିଲେ। ଏପରି ରେଜଲ୍ଟ ଆସିବା ସ୍ୱାଭାବିକ ଥିଲା। କାରଣ ବିଧାନ ପରିଷଦର ସଦସ୍ୟମାନେ ବିଧାୟକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥାଆନ୍ତି। ଯେକୌଣସି ପାର୍ଟିର ୨୩ ଜଣ ବିଧାୟକ ରହିଛନ୍ତି, ସେହି ଦଳ ଗୋଟିଏ ବିଧାନ ପରିଷଦ ଆସନ ପାଇଁ ପ୍ରାର୍ଥୀ ଦେଇ ପାରିବ।

ବିଜେପି ପାଖରେ ୧୦୩ ବିଧାୟକ ଥିବା ବେଳେ ଦଳ ୫ ଜଣଙ୍କୁ ପ୍ରାର୍ଥୀ କରିଥିଲା। ଦଳ ୪ଟି ସିଟ୍‌ ଅନାୟଶରେ ଜିତିବାକୁ ଥିବା ବେଳେ ୫ମ ଆସନ ପାଇଁ ଆଉ ୧୨ଟି ଭୋଟ ଆବଶ୍ୟକ କରୁଥିଲା।

ସିନ୍ଦେ ସେନା ପାଖରେ ୩୭ ଜଣ ବିଧାୟକ ଥିଲେ। ଏହାର ଅର୍ଥ ୯ ବିଧାୟକ ଆବଶ୍ୟକ ରହୁଥିଲା। ଅଜିତ ପାୱାରଙ୍କ ପାଖରେ ୩୯ ଜଣ ଥିବା ବେଳେ ଏହା ୨ଟି ଆସନ ଜିତିବା ପାଇଁ ୭ଟି ଭୋଟ ପଛରେ ଥିଲା। ଏହାର ଅର୍ଥ ମେଣ୍ଟ ୯ଟି ଆସନ ପାଇଁ ନିଜର ବିଧାୟକଙ୍କ ବ୍ୟତୀତ ଆଉ ୨୮ଟି ଭୋଟ ଆବଶ୍ୟକ କରୁଥିଲା।

କଂଗ୍ରେସ ପାଖରେ ୩୭ ଜଣ ବିଧାୟକ ଥିବା ବେଳେ ଦଳ କେବଳ ଜଣଙ୍କୁ ପ୍ରାର୍ଥୀ କରିଥିଲା। ଏହାର ଅର୍ଥ ଦଳ ପାଖରେ ନିଜର ସହଯୋଗୀଙ୍କ ପାଇଁ ଅତିରିକ୍ତ ୧୪ ଜଣ ବିଧାୟକଙ୍କ ଭୋଟ ରହିଥିଲା। ଶରଦ ପାୱାରଙ୍କ ଏନସିନି ଜୟନ୍ତ ପାଟିଲଙ୍କୁ ସମର୍ଥନ କରୁଥିଲା। କିନ୍ତୁ ଦଳ ପାଖରେ ୧୩ ଜଣ ବିଧାୟକ ରହିଥିଲେ। ଉଦ୍ଧବ ଠାକରେଙ୍କ ପାଖରେ ୮ ଭୋଟ କମ ଥିଲେ ହେଁ ଦଳ ଜଣଙ୍କୁ ପ୍ରାର୍ଥୀ କରିଥିଲା।

ମହାରାଷ୍ଟ୍ର ବିଧାନସଭାରେ ସମାଜବାଦୀ ପାର୍ଟିର ୨ ଜଣ, ଓୱେସୀଙ୍କ ପାର୍ଟିର ୨ ଜଣ ଓ ସିପିଆଇଏମର ଜଣେ ଓ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି। ଏହି ୬ ଭୋଟ ପରେ ମଧ୍ୟ ମାହାୟୁତି କିମ୍ବା ମହା ବିକାଶ ଅଘାଡ଼ି ପୂର୍ଣ୍ଣ ବହୁମତ ପାଇବାର ସମ୍ଭାବନା ନଥିଲା। ତେଣୁ ବିଧାନ ପରିଷଦ ନିର୍ବାଚନରେ କ୍ରସ ଭୋଟିଂ ହୋଇଛି। ମହା ବିକାଶ ଅଘାଡ଼ିର ୫ ଜଣ ବିଧାୟକ ମାହାୟୁତିକୁ ଭୋଟ ଦେଇଛନ୍ତି।

Maharashtra Maharashtra Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe