Advertisment

କିଏ ହେବେ ମୁଖ୍ୟମନ୍ତ୍ରୀ? ଆରମ୍ଭ ହେଲା ବିଜେପି ବିଧାୟକ ଦଳ ବୈଠକ

ଏବେ ବୈଠକ ଚାଲିଛି ଓ ବୈଠକ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ। ମୁଖ୍ୟମନ୍ତ୍ରୀ ହେବା ରେସରେ ସବୁଠାରୁ ଆଗରେ ରହିଛନ୍ତି ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ।

Odisha

Odisha

Advertisment

କିଏ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ବିଜେପି ସରକାର ଗଠନ କରିବାକୁ ରାଜ୍ୟରେ ବହୁମତ ପାଇଥିଲେ ହେଁ ଏଯାଏ କିଏ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ସସପେନ୍ସ ଜାରି ରହିଛି। ଏହା ଉପରୁ ପରାଦ ହଟାଇବାକୁ ଆଜି ରାଜ୍ୟ ବିଜେପି ମୁଖ୍ୟାଳୟରେ ଆରମ୍ଭ ହୋଇଛି ବିଧାୟକ ଦଳ ବୈଠକ।

Advertisment

ବୈଠକରେ ସମସ୍ତ ନବ ନବନିର୍ବାଚିତ ବିଜେପି ବିଧାୟକମାନେ ରହିଛନ୍ତି। ସେମାନଙ୍କ ସହ ଦୁଇ କେନ୍ଦ୍ର ପର୍ଯ୍ୟବେକ୍ଷକ ରାଜନାଥ ସିଂହ, ଭୂପେନ୍ଦ୍ର ଯାଦବ ଉପସ୍ଥିତ ରହିଛନ୍ତି। ଏମାନଙ୍କ ବ୍ୟତୀତ ଓଡ଼ିଶାରୁ କେନ୍ଦ୍ରରେ ମନ୍ତ୍ରୀ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷବ ଓ ଜୁଏଲ ଓରାମ ବୈଠକରେ ଅଛନ୍ତି।

ନିର୍ବାଚିତ ସାଂସଦମାନେ ମଧ୍ୟ ବିଧାୟକ ଦଳ ବୈଠକରେ ଯୋଗ ଦେଇଛନ୍ତି। ସମସ୍ତେ ମିଳିତ ଭାବେ ବିଧାୟକ ଦଳ ନେତାଙ୍କୁ ବାଛିବେ। ଆସନ୍ତାକାଲି ବିଧାୟକ ଦଳର ନେତା ଜନତା ମୈଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

Advertisment

ବିଧାୟକ ଦଳର ବୈଠକ ପୂର୍ବରୂ ଭୁବନେଶ୍ୱରର ଏକ ହୋଟେଲରେ କେନ୍ଦ୍ର ପର୍ଯ୍ୟବେକ୍ଷକ ରାଜନାଥ ସିଂହଙ୍କୁ ଭେଟିଥିଲେ ରାଜ୍ୟ ବିଜେପିର କିଛି ନେତା। ସେମାନେ ମୁଖ୍ୟମନ୍ତ୍ରୀ ନାଁ ଉପରେ ଆଲୋଚନା କରିଥିଲେ। ଏହି ଆଲୋଚନା ପରେ ରାଜନାଥ ଓ ଭୂପେନ୍ଦ୍ର ଯାଦବ ବିଧାୟକ ଦଳ ବୈଠକରେ ଯୋଗ ଦେବାକୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ଏବେ ବୈଠକ ଚାଲିଛି ଓ ବୈଠକ ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରାଯିବ। ମୁଖ୍ୟମନ୍ତ୍ରୀ ହେବା ରେସରେ ସବୁଠାରୁ ଆଗରେ ରହିଛନ୍ତି ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ।

Odisha Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe