Advertisment

ବିଜେପି ଟିକେଟ୍‌ରେ ଲୋକସଭା ନିର୍ବାଚନ ଲଢ଼ିବେ ମହମ୍ମଦ ଶାମି!

ଗତବର୍ଷ ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଶେଷ ହେବା ପରଠୁ ମହମ୍ମଦ ଶାମି ଆଉ ପଡ଼ିଆକୁ ଓହ୍ଲାଇ ନାହାନ୍ତି।

Shami

Shami

Advertisment

୨୦୨୪ ଲୋକସଭା ନିର୍ବାଚନରେ କ୍ରିକେଟର ମହମ୍ମଦ ଶାମିଙ୍କୁ ପ୍ରାର୍ଥୀ କରିପାରେ ବିଜେପି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶିତ ହୋଇଛି।

Advertisment

ମହମ୍ମଦ ଶାମିଙ୍କୁ ବିଜେପି ପଶ୍ଚିମବଙ୍ଗରୁ ପ୍ରାର୍ଥୀ କରିବାକୁ ଚିନ୍ତା କରୁଥିବା କୁହାଯାଉଛି। ପଶ୍ଚିମବଙ୍ଗ ତରଫରୁ ସେ ଘରୋଇ କ୍ରିକେଟ ଖେଳୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ନିର୍ବାଚନ ଲଢ଼ିବା ପାଇଁ ବିଜେପି ପକ୍ଷରୁ ମହମ୍ମଦ ଶାମିଙ୍କୁ ପ୍ରସ୍ତାବ ଦିଆଯାଇଛି। ତେବେ ଏଯାଏ ଶାମି କିଛି ନିଷ୍ପତ୍ତି ନେଇ ନାହାନ୍ତି।

Advertisment

ନିକଟରେ ଶାମିଙ୍କ ଗୋଇଠିରେ ଅସ୍ତ୍ରୋପଚାର ହୋଇଛି। ସେଥିପାଇଁ ସେ ଲଣ୍ଡନରେ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶାମିଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିଲେ।

ଗତବର୍ଷ ଦିନିକିଆ ବିଶ୍ୱକପ୍‌ ଶେଷ ହେବା ପରଠୁ ମହମ୍ମଦ ଶାମି ଆଉ ପଡ଼ିଆକୁ ଓହ୍ଲାଇ ନାହାନ୍ତି। ବିଶ୍ୱକପ୍‌ କ୍ରିକେଟ୍‌ରେ ସେ ୭ଟି ମ୍ୟାଚ୍ ଖେଳି ୨୪ଟି ୱିକେଟ୍ ନେଇଥିଲେ।

ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ଟିମ୍ ଇଣ୍ଡିଆର ଖେଳାଳିମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭେଟିଥିଲେ ଓ ନିରୁତ୍ସାହିତ ନହେବା ପାଇଁ କହିଥିଲେ। ସେହି ସମୟରେ ସେ ମହମ୍ମଦ ଶାମିଙ୍କୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ। ଡ୍ରେସିଂ ରୁମ୍‌ର ଏହି ଭିଡିଓ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଥିଲା। ଶାମି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଥିଲେ। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶାମିଙ୍କ ଜନ୍ମଭୂମି ଅମରୋହାରେ ତାଙ୍କ ନାଁରେ ଏକ କ୍ରିକେଟ୍ ଷ୍ଟାଡିୟମ ନିର୍ମାଣ କରିବାକୁ ଘୋଷଣା କରିଥିଲେ।

Bjp Mohammad Shami
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe