Advertisment

Rajya Sabha Elections: ବିଜେପି ପକ୍କା ନେବ ୩ ! ଚର୍ଚ୍ଚାରେ ବିଜେଡିର ୬ ସେଟ୍ ଫର୍ମ

ଚର୍ଚ୍ଚାରେ ଅଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବର୍ତ୍ତମାନ ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ଶିଳ୍ପପତି ଦିଲୀପ ରାୟ। ହେଲେ କିଛି ଲୋକ ଏହାବି କହୁଛନ୍ତି ଦିଲ୍ଲୀ ନେଇଯିବ ୨ ଓଡ଼ିଶାକୁ ଦେବ କେବଳ ଗୋଟିଏ।

BJPBJD
Advertisment
  • ବିଜେପି ପକ୍କା ନେବ ୩ ! ଚର୍ଚ୍ଚାରେ ବିଜେଡିର ୬ ସେଟ୍ ଫର୍ମ
  • ବିଜେପି ୩ଟି ରାଜ୍ୟସଭା ମାରିନେବା ଚର୍ଚ୍ଚା ଜୋର
  • ସମୀର, ସୁଜିତ, ଦିଲୀପଙ୍କ ନାଁ ଚର୍ଚ୍ଚାର ସବୁଠାରୁ ଆଗରେ
  • ଓପନ ବାଲାଟ ହେଉଥିବାରୁ ବିଧାୟକମାନେ ଖୋଲା ଖୋଲି ଭୋଟ ଦେବେ !
  • ବିଜେଡି ୬ଟି ସେଟ ଫର୍ମ ନେଇଥିବାରୁ ଚର୍ଚ୍ଚା ବଢିଲା ୨ଟି ପ୍ରାର୍ଥୀ ଦେବକି ?
  • ଭକ୍ତ କହିଲେ ଦିଲ୍ଲୀ ଯାଉଛି ରାଜ୍ୟସଭା ନେଇ ଆଲୋଚନା କରିବି
  • ୪୮ ରୁ ୭୨ ଘଣ୍ଟା ମଧ୍ୟରେ ୩ ଦଳ କରିବେ ପାର୍ଥୀ ଘୋଷଣା !
Advertisment

ବିଧାନସଭାର ଗଣିତ ଯାହା କହୁଛି ବିଜେପିର ପଲ୍ଲା ଭାରି ରହିଛି। ଏହି ପରିପ୍ରେକ୍ଷିରେ ବିଜେପି ୩ଟି ରାଜ୍ୟସଭା ଆସନ ନେବା ଏକ ପ୍ରକାର ଥୟ ବୋଲି କୁହାଯାଉଛି। ଯଦି ଏମିତି ହୁଏ ତେବେ ଚର୍ଚ୍ଚାରେ ଅଛନ୍ତି ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ବର୍ତ୍ତମାନ ରାଜ୍ୟସଭା ସାଂସଦ ସୁଜିତ କୁମାର ଏବଂ ଶିଳ୍ପପତି ଦିଲୀପ ରାୟ। ହେଲେ କିଛି ଲୋକ ଏହାବି କହୁଛନ୍ତି ଦିଲ୍ଲୀ ନେଇଯିବ ୨ ଓଡ଼ିଶାକୁ ଦେବ କେବଳ ଗୋଟିଏ। ଓଡ଼ିଆ ଅସ୍ମିତା କହି ସରକାରକୁ ଆସିଥିବା ବିଜେପି ଏହା କରିବାକୁ ନ ଦେଇପାରେ। ଦଳର ପର୍ଲାମେଣ୍ଟାରି ବୋର୍ଡ ନିଷ୍ପତ୍ତି ନେବ କିଏ ଯିବ ରାଜ୍ୟସଭା। ତେବେ ସଂଖ୍ୟା ଗଣିତ ଯଦି ଦେଖାଯାଏ ତେବେ ବିଜେପି ପାଖରେ ୭୯ ଜଣ ବିଧାୟକ ଥିବା ବେଳେ ୩ ଜଣ ସ୍ୱାଧୀନ ବିଧାୟକକଙ୍କ ସମର୍ଥନ ରହିଛି ଟୋଟାଲ ହେଲା ୮୨ ଜଣ। ଏହା ପ୍ରିଫ୍ରେନସିଆଲ୍ ଭୋଟ ଉପରେ ନିର୍ଭର କରେ। ଫାଷ୍ଟ ପ୍ରିଫ୍ରେନସ୍ ଭୋଟ ୩୦ ରହିବା ଆବଶ୍ୟକ । ଏପିରି ଦେଖିବାକୁ ଗଲେ ବିଜେପି ପାଖରେ ୨ଟି ପ୍ରାର୍ଥୀଙ୍କ ପାଇଁ ୩୦,୩୦ କରି ୬୦ଟି ଭୋଟ ଅଛି। ତୃତୀୟ ଆସନ ପାଇଁ ଦରକାର ଆଉ ୮ଟି ଭୋଟ। ଯଦି ବିଜେଡିରୁ ସସପେଣ୍ଡ ହୋଇଥିବା ୨ ଜଣଙ୍କ ସମର୍ଥନ ମିଳେ ତେବେ ଦରକାର ଆଉ ୬ଟି ଭୋଟ। 

ଗୁରୁବାର ୬ ସେଟ୍ ପ୍ରାର୍ଥୀ ପତ୍ର ନେଇଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ଦଳର ପଏସି ନବୀନଙ୍କ ଉପରେ ନିଷ୍ପତ୍ତି ହସ୍ତାନ୍ତର କରିଛି। ନବୀନ ବାଛିବେ କିଏ ଯିବ ରାଜ୍ୟସଭା। ଦଳର ଷ୍ଟ୍ରେନ୍ତ ଦେଖିଲେ ବର୍ତ୍ତମାନ ୪୮ ଜଣ ସଦସ୍ୟ ଅଛନ୍ତି ବିଜେଡି ପାଖରେ। ଦଳ ଦୁଇ ଜଣଙ୍କୁ ସସପେଣ୍ଡ କରିଥିବାରୁ ସଂଖ୍ୟା କେବଳ ୪୮ରେ ରହିଛି।

Advertisment

ପ୍ରଥମ ପ୍ରିଫ୍ରେନସ୍ ଭୋଟ ବିଜେଡି ପାଖରେ ରହିଛି ୩୦ଟି, ଏତିକିରେ ଦଳ କେବଳ ଗୋଟିଏ ପ୍ରାର୍ଥୀ ଦେବାରେ ସକ୍ଷମ । ଦଳ ପାଖରେ ରହିବ ଆଉ ରହିବ ୧୮ ଖଣ୍ଡ ଭୋଟ। ଯଦି ନବୀନଙ୍କ ପଟ ପରିବର୍ତ୍ତନ ହୁଏ ସେ ଯଦି କଂଗ୍ରେସକୁ ସମର୍ଥନ କରନ୍ତି ଚତୁର୍ଥ ପ୍ରାର୍ଥୀକୁ ଦୁହେଁ ରାଜ୍ୟସଭା ପଠାଇପାରିବେ । କାରଣ କଂଗ୍ରେସ ପାଖରେ ୧୪ ଏବଂ ବାମ ଦଳର ଗୋଟିଏ ଭୋଟ ସହ ବିଜେଡିର ୧୮ ଭୋଟ ମିଶିଗଲେ ମୋଟ ହେବ ୩୩ ଟି ଖଣ୍ଡ ଭୋଟ। ସେପଟେ ଆଜି ପିସିସି ସଭାପତି ଦିଲ୍ଲୀ ଯିବା କହିବା ଏବଂ କଂଗ୍ରେସ ଗୋଟିଏ ପ୍ରାର୍ଥୀ ଦେବା କହିବା ପରେ ଚର୍ଚ୍ଚା ବଢିଯାଇଛି। କଂଗ୍ରେସ ଏବଂ ବିଜେଡି ଏକ ହେବା ଏକ ଦିବା ସ୍ୱପ୍ନ ବୋଲି କୁହାଯାଉଛି। କାରଣ ବିଜେଡିର ଯେଉଁ ଭଳି ସ୍ଥିତି ରହିଛି ଦଳ କେବେବି କଂଗ୍ରେସ ସହ ଯିବନି।

ତେବେ ୪୮ ରୁ ୭୨ ଘଣ୍ଟା ମଧ୍ୟରେ ୩ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିପାରନ୍ତି। କାରଣ ଆଗକୁ ହୋଲି, ଦୋଳ ଭଳି ଅନେକ ପର୍ବ ରହିଥିବା ବେଳେ ଗୋଟିଏ ରବିବାର ପଡୁଛି। ତେବେ ଏହା ହେବ ଓପେନ ବ୍ୟାଲେଟ୍। ପ୍ରାର୍ଥୀମାନେ କାହିକୁ ଭୋଟ ଦେଲେ ସେହି ଦଳର ପୋଲିଂ ଏଜେଣ୍ଟକୁ ଦେଖାଇବେ ନିଶ୍ଚେ ନ ହେଲେ ନାକଚ ହେବ । ସେମାନେ ପାର୍ଟିର କଥା ନ ମାନି ଅନ୍ୟ ଦଳକୁ ଦେଇପାରିବେ। ଏପରି କଲେ ସଂପୃକ୍ତ ଦଳ ବାଚସ୍ପତିଙ୍କୁ ନାକଚ କରିବା ପାଇଁ ଅନୁରୋଧ କରିପାରେ। ଏତକି ବେଳେ ବାଚସ୍ପତିଙ୍କ ଭୂମିକା ହେବ ଗୁରୁତ୍ୱପୂର୍ଣ୍ଣ।

ବ୍ୟୁରୋ ରିପୋର୍ଟ ଓଡ଼ିଶା ରିପୋର୍ଟର 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe