ପିଏମ୍ ଆବାସ ଯୋଜନାର ‘କୋ-ବ୍ରାଣ୍ଡିଂ’ କୁ ବିଜେପିର ବିରୋଧ, ରାଜ୍ୟପାଳଙ୍କୁ ଫେରାଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଆବାସ)ର କୋ-ବ୍ରାଣ୍ଡିଂକୁ ବିରୋଧ କରି ରାଜ୍ୟ ବିଜେପି ଆଜି ରାଜ୍ୟପାଳଙ୍କୁ ଫେରାଦ ହୋଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା ଓ ବିଧାୟକମାନେ ରାଜଭବନ ଯାଇ ପିଏମଆବାସ ଯୋଜନା ଅର୍ଥକୁ ରାଜ୍ୟ ସରକାର ନିଜସ୍ୱ ଯୋଜନା ବିଜୁ ପକ୍କା ଘରର ଫଳକ ଲଗାଇ ହଡ଼ପ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ରାଜଭବନ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବାପରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି […]

bjp

bjp

Ranjit Kumar Jena
  • Published: Thursday, 28 January 2021
  • Updated: 28 January 2021, 07:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଆବାସ)ର କୋ-ବ୍ରାଣ୍ଡିଂକୁ ବିରୋଧ କରି ରାଜ୍ୟ ବିଜେପି ଆଜି ରାଜ୍ୟପାଳଙ୍କୁ ଫେରାଦ ହୋଇଛି। ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା ଓ ବିଧାୟକମାନେ ରାଜଭବନ ଯାଇ ପିଏମଆବାସ ଯୋଜନା ଅର୍ଥକୁ ରାଜ୍ୟ ସରକାର ନିଜସ୍ୱ ଯୋଜନା ବିଜୁ ପକ୍କା ଘରର ଫଳକ ଲଗାଇ ହଡ଼ପ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ରାଜଭବନ ଯାଇ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବାପରେ ବିଜେପି ରାଜ୍ୟ ସଭାପତି ଶ୍ରୀ ମହାନ୍ତି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି। ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ବ୍ରାଣ୍ଡିଂ କରିବା ଦୁର୍ଭାଗ୍ୟଜନକ। କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍ ପ୍ରୋଗ୍ରାମକୁ କୋ-ବ୍ରାଣ୍ଡିଂ ନକରି ଫଳକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସ୍ପଷ୍ଟ ଭାବେ ଲେଖିବା ଆବଶ୍ୟକ। ଡିସେମ୍ବର ୨୧ତାରିଖରେ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ଦେଇଥିବା ଚିଠିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କୋ ବ୍ରାଣ୍ଡିଂ କରିବା ନିମନ୍ତେ କହିଛନ୍ତି।

ପୂର୍ବରୁ ଏହି ଯୋଜନାକୁ ସମ୍ପୂର୍ଣ୍ଣ ହଡ଼ପ କରି କେବଳ ବିଜୁ ପକ୍କାଘର ଷ୍ଟିକର ମରାଯାଉଥିବାକୁ ବିଜେପି ବିରୋଧ କରିଥିଲା। ଏବେ ସଂଶୋଧିତ ନିର୍ଦ୍ଦେଶନାମା ଜାରି କରି ପିଏମଆବାସ ଯୋଜନା କୋ-ବ୍ରାଣ୍ଡିଂ କରିବା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ତୁରନ୍ତ ଏପରି ନିଷ୍ପତ୍ତିରୁ ଓହରିବା ଉଚିତ୍‌। ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କାଘର ଯୋଗାଇ ଦେବାକୁ କେନ୍ଦ୍ର ସରକାର ପିଏମଆବାସ ଯୋଜନାରେ ୬୦ ପ୍ରତିଶତ ଅର୍ଥ ଦେଉଛନ୍ତି। କିନ୍ତୁ ରାଜ୍ୟ ସରକାର ଏହି ଯୋଜନାର କୋ-ବ୍ରାଣ୍ଡିଂ କରୁଛନ୍ତି।

ରାଜ୍ୟ ସରକାର କେବଳ ବିଜେଡି ସମର୍ଥିତ ପରିବାରକୁ ଚିହ୍ନଟ କରି ଘର ଦେଉଥିବାରୁ ଗରିବ ହିତାଧିକାରୀ ବଂଚିତ ହେଉଛନ୍ତି। ପୂର୍ବରୁ ରାଜ୍ୟ ସରକାର ୧୨.୭୫ ଲକ୍ଷ ହତାଧିକାରୀଙ୍କ ଘରକୁ ଜିଓ ଟ୍ୟାଙ୍ଗି କରିଥିଲେ। ବିରୋଧୀ ବିଜେପି ଓ ସାଧାରଣ ଲୋକଙ୍କ ପ୍ରତିବାଦ ପରେ ଏହା ୬ ଲକ୍ଷରେ ପହଂଚିଥିଲା। ଏଥିରୁ ସ୍ପଷ୍ଟ ଯେ, ଦଳୀୟ ଭିତିରେ ଶାସକ ବିଜେଡି ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ବଂଟନ କରିଥିଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ୨୦୧୬-୧୭ରେ ୪,୭୭୬.୦୯ କୋଟି, ୨୦୧୭-୧୮ରେ ୫,୮୧୦.୩୩ କୋଟି, ୨୦୧୮-୧୯ରେ ୪,୫୭୭.୩୫ କୋଟି, ୨୦୨୦-୨୧ରେ ୩,୦୫୬.୭୫ କୋଟି ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି । କିନ୍ତୁ ରାଜ୍ୟ ସରକାର ଏଠି କେନ୍ଦ୍ରୀୟ ଯୋଜନାକୁ ନିଜ ନାଁରେ ବ୍ରାଣ୍ଡିଂ କରୁଛନ୍ତି।

ସେହିପରି ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଛନ୍ତି ଯେ, ରାଜ୍ୟ ସରକାର ଯେତେ ଟଙ୍କା ଦେଲେ ମଧ୍ୟ କେନ୍ଦ୍ର ସରକାର ଟାର୍ଗେଟ୍ କରିଥିବା ଯୋଜନାକୁ ଏଭଳି ଭାବେ କଦର୍ଥ କରିପାରିବେ ନାହିଁ। କେନ୍ଦ୍ର ସରକାର ପିଏମଆବାସ ପାଇଁ ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅର୍ଥ ଦେଉଛନ୍ତି। ତେଣୁ ରାଜ୍ୟ ସରକାର ନିଜସ୍ୱ ବିଜୁ ପକ୍କାଘର ପାଇଁ ସ୍ୱତନ୍ତ୍ର ଅର୍ଥ ଆବଣ୍ଟନ କରି ପିଏମଆବାସ ଯୋଜନାର ସଠିକ୍ କାର୍ଯ୍ୟକାରୀ କରିବା ଉଚିତ୍ ବୋଲି ସେ କହିଛନ୍ତି।

ଏହି ପ୍ରତିନିଧି ଦଳରେ ବରିଷ୍ଠ ବିଧାୟକ ବିଷ୍ଣୁ ସେଠୀ,ମୋହନ ମାଝୀ, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, କୁସୁମ ଟେଟେ,ବୁଧାନ ମୁର୍ମୁ, ନବଚରଣ ମାଝୀ, ସୁକାନ୍ତ ନାୟକ, ଜୟନ୍ତ ଷଡ଼ଙ୍ଗୀ, ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ଭୃଗୁ ବକ୍ସିପାତ୍ର, ପ୍ରଭାତୀ ପରିଡ଼ା, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର, ଲେଖାଶ୍ରୀ ସାମନ୍ତସିଂହାର, ଅନୀତା ଶୁଭଦର୍ଶିନୀ, ସୋନାଲି ସାହୁଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story