Advertisment

ରାଜ୍ୟ ସରକାର ସାଜିଛି ସାବତ ମା': ସମ୍ବିତ ପାତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିଏମ୍ ଆବାସ ଯୋଜନା କେଳେଙ୍କାରୀକୁ ନେଇ ରାଜ୍ୟପାଳଙ୍କ ଫେରାଦ ହୋଇଛି ବିଜେପି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳର ଏକ ପ୍ରତିନିଧି ମଣ୍ଡଳ ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠିକ୍ ଭାବେ ରାଜ୍ୟରେ କାର୍ଯ୍ୟକାରୀ ହେଉନାହିଁ ଏବଂ ଦଳୀୟ ଭିତ୍ତିରେ ଘର ଦିଆଯାଉଥିବା ବିଜେପି ସଭାପତି ସମୀର ମହାନ୍ତି ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେହିପରି ରାଜ୍ୟପାଳଙ୍କୁ ଭେଟିବା ପରେ ବିଜେପିର ରାଷ୍ଟ୍ରୀୟ […]

ଅଦ୍ୟତନ ହୋଇଛି
ରାଜ୍ୟ ସରକାର ସାଜିଛି ସାବତ ମା': ସମ୍ବିତ ପାତ୍ର

sambit

Advertisment

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିଏମ୍ ଆବାସ ଯୋଜନା କେଳେଙ୍କାରୀକୁ ନେଇ ରାଜ୍ୟପାଳଙ୍କ ଫେରାଦ ହୋଇଛି ବିଜେପି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳର ଏକ ପ୍ରତିନିଧି ମଣ୍ଡଳ ଆଜି ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଠିକ୍ ଭାବେ ରାଜ୍ୟରେ କାର୍ଯ୍ୟକାରୀ ହେଉନାହିଁ ଏବଂ ଦଳୀୟ ଭିତ୍ତିରେ ଘର ଦିଆଯାଉଥିବା ବିଜେପି ସଭାପତି ସମୀର ମହାନ୍ତି ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Advertisment

ସେହିପରି ରାଜ୍ୟପାଳଙ୍କୁ ଭେଟିବା ପରେ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ୍ ପାତ୍ର କହିଛନ୍ତି, ସରକାରଙ୍କ କାମ ହେଉଛି ମା' ଭଳି ସମସ୍ତଙ୍କ କଥା ଚିନ୍ତା କରିବା। କିନ୍ତୁ ଓଡ଼ିଶା ସରକାର ଏଠି ସାବତ ମା' ସାଜିଛନ୍ତି। ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୨ ସୁଦ୍ଧା ସମସ୍ତଙ୍କୁ ଛାତ ଘର ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି, ସେଇଠି ଓଡ଼ିଶା ସରକାର ସାବତ ମା' ସାଜିକି ଗରିବଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରୁଛନ୍ତି। ଗରିବମାନେ କିପରି ନିଜର ଅଧିକାର ପାଇବେ, ସେଥିପାଇଁ ଆମେ ଆଜି ରାଜ୍ୟପାଳଙ୍କୁ ଭେଟିଛୁ। ରାଜ୍ୟପାଳଙ୍କ ସହ ଆଜି ଆମର ଯେଉଁ ଆଲୋଚନା ହୋଇଛି, ତାହା ସକାରାତ୍ମକ ରହିଛି।

ଶ୍ରୀ ପାତ୍ର ଆହୁରି କହିଛନ୍ତି, ଯେଉଁମାନେ ଦୁର୍ନୀତି ବିରୋଧରେ ସ୍ୱର ଉଠାଉଛନ୍ତି, ସେମାନଙ୍କୁ ଏଠି ହତ୍ୟା କରାଯାଉଛି। ସାଲେପୁରରେ ଆମର ଦୁଇ ନେତାଙ୍କୁ ହତ୍ୟା କରାଗଲା। ଏହି ହତ୍ୟା ବିରୋଧରେ ଯେଉଁ ଏଫଆଇଆର୍ ଦାଖଲ କରାଯାଇଛି, ସେଥିରେ ଆଇନ୍ ମନ୍ତ୍ରୀଙ୍କ ନାଁ ରହିଛି। ଯେଉଁ ରାଜ୍ୟରେ ଆଇନ୍ ମନ୍ତ୍ରୀ ହତ୍ୟାରେ ସମ୍ପୃକ୍ତ ରହିବେ ସେହି ରାଜ୍ୟରେ ଆଇନ୍ ବ୍ୟବସ୍ଥା କିଭଳି ରହିଥିବ ତାହା ସମସ୍ତଙ୍କୁ ଜଣା। ଓଡ଼ିଶା ଏବେ ଅନ୍ଧକାର ରାଜ୍ୟ ହେବାକୁ ବସିଲାଣି। ଏଥିପାଇଁ ଲୋକମାନଙ୍କୁ ରାଜରାସ୍ତାକୁ ଓହ୍ଲାଇବାକୁ ପଡ଼ିବ ବୋଲି ସମ୍ବିତ ପାତ୍ର କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe