Advertisment

ସଂଯୁକ୍ତାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବିଜେପି ବିଧାୟକ ପ୍ରାର୍ଥୀ

ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପବିତ୍ର ରାଉତ।

Sanjukta Satapathy

Sanjukta Satapathy

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ମିଶନ ଶକ୍ତି ମହିଳା ମହାସଂଘର ସଭାନେତ୍ରୀ ସଂଯୁକ୍ତା ଶତପଥୀଙ୍କ ନାଁରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ଆଳିର ବିଜେପି ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା ଆଣିଛନ୍ତି ଏହି ଅଭିଯୋଗ। ସେ କେନ୍ଦ୍ରାପଡ଼ା ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ବେଳେ ସଂଯୁକ୍ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Advertisment

ସଂଯୁକ୍ତା ରାଜକନିକା ବ୍ଲକ ମିଶନ ଶକ୍ତି ମହିଳା ମହାସଂଘର ସଭାନେତ୍ରୀ ଥିବା ବେଳେ କିପରି ବିଜେଡିର ବିଧାୟକ ପ୍ରାର୍ଥୀ ପ୍ରତାପ ଦେବଙ୍କ ସହ ମଞ୍ଚରେ ରହି ନିର୍ବାଚନ ପ୍ରଚାର କରୁଛନ୍ତି ବୋଲି କୃଷ୍ଣଚନ୍ଦ୍ର ପ୍ରଶ୍ନ କରିଛନ୍ତି। ସେହିପରି ମିଶନ ଶକ୍ତିର ରାଜକନିକା ବ୍ଲକ ସଂଯୋଜକ ସୁଶାନ୍ତ ମଲ୍ଲିକ ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଆଳି ଶାଖାର କର୍ମଚାରୀ ରାକେଶ ରାୟ ମଧ୍ୟ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ସେ ଅଭିଯୋଗ କରିଛନ୍ତି।

କୃଷ୍ଣଚନ୍ଦ୍ର ପଣ୍ଡା କହିଛନ୍ତି, ସଂଯୁକ୍ତା ଶତପଥୀ ସିଆରପି ଓ ଏମ୍‌ବିକେ ମାନଙ୍କର ଆପଏଣ୍ଟିଂ ଅଥରିଟି। କିନ୍ତୁ ସେ ବିଜେଡିର ସମସ୍ତ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ନିକଟରେ ତାଙ୍କୁ ବିଜେଡିର ମିଶ୍ରଣ ପର୍ବଗୁଡ଼ିକୁ ଦେଖିବାକୁ ମିଳିଥିଲା। ସେ ବିଜେଡିର କାର୍ଯ୍ୟକ୍ରମଗୁଡ଼ିକରେ ଉପସ୍ଥିତ ରହି ଲୋକମାନଙ୍କୁ ପ୍ରଭାବିତ କରୁଛନ୍ତି। ଯଦି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ତା’ହେଲେ ନିର୍ବାଚନ କମିଶନଙ୍କୁ ଜଣାଇବୁ ଓ ବାଧ୍ୟ ହେବୁ ଆନ୍ଦୋଳନ କରିବାକୁ।

Advertisment

ଅନ୍ୟପକ୍ଷରେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ ଅମୂଳକ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପବିତ୍ର ରାଉତ। ସେ କହିଛନ୍ତି, ସଂଯୁକ୍ତା ଶତପଥୀ ସରକାରୀ ଚାକିରିଆ ନୁହନ୍ତି। ତାଙ୍କର ସରକାରଙ୍କ ସହିତ କିଛି ସଂପର୍କ ନାହିଁ। ସେ ଜଣେ ସାଧାରଣ ମହିଳା ଓ ଆମ ଦଳର ସଭାନେତ୍ରୀ ଅଛନ୍ତି।

ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ଅଭିଯୋଗ ନେଇ ସଂଯୁକ୍ତା ଶତପଥୀ, ସୁଶାନ୍ତ ମଲ୍ଲିକ ଓ ରାକେଶ ରାୟଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ। 

BjD Bjp 2024 General Election Odisha Assembly Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe