Advertisment

ବୁଥ୍‌ରେ ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ଆକ୍ରମଣ

ବିଜୁ ଜନତା ଦଳ ଜିନ୍ଦାବାଦ ନାରା ଦେଇ ତାଙ୍କ ଉପରେ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି ବିଧାୟକ ପ୍ରାର୍ଥୀ।

author-image
Jitendra Garnayak
ଅଦ୍ୟତନ ହୋଇଛି
Narasingha Bhatra

Narasingha Bhatra

ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ନବରଙ୍ଗପୁର ଜିଲ୍ଲା ଝରିଗାଁ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ ଏକ ବୁଥ୍‌ରେ ବିଜେଡି କର୍ମୀମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ନରସିଂହ ଭତ୍ରା ଝରିଗାଁ ଥାନାରେ ଏତଲା ଦେଇଛନ୍ତି।

Advertisment

ଶ୍ରୀ ଭତ୍ରା ତାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି ଯେ, ଦେଉଳକୋନା ଗାଁର ୨୦୪ ନମ୍ବର ବୁଥ୍‌ରେ ଅନିୟମିତତା ହେଉଥିବା ତଥା ବୁଥ୍ କ୍ୟାପଚରିଂ ପାଇଁ ପ୍ରୟାସ କରାଯାଉଥିବା କଥା ଶୁଣି ସେ ସେଠାକୁ ଯାଇଥିଲେ। ସେହି ସମୟରେ ଦୁର୍ବୃତ୍ତମାନେ ବିଜୁ ଜନତା ଦଳ ଜିନ୍ଦାବାଦ କହି ତାଙ୍କ ବିଧାନସଭା ପ୍ରାର୍ଥୀ ପରିଚୟ ପତ୍ର ଓ ସେ ପିନ୍ଧିଥିବା ସୁନା ଚେନ୍‌କୁ ଟାଣି ନେଇଥିଲେ। ସେମାନେ ଅସଭ୍ୟ ଭାଷାରେ ଗାଳି କରିବା ସହିତ ତାଙ୍କୁ ଲାତ, ଗୋଇଠା ଓ ବିଧା ମାରି ତଳେ ପକାଇ ତାଙ୍କ ବେକକୁ ଚିପି ଜୀବନରେ ମାରି ଦେବା ପାଇଁ ପ୍ରୟାସ କରିଥିଲେ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ବୁଥ୍‌କୁ ଯାଇ ପୋଲିଂ କେତେ ହୋଇଛି ବୋଲି ପଚାରିଥିଲି। ସେମାନେ (ଦାୟିତ୍ୱରେ ଥିବା ଲୋକେ) ମୋତେ ସେ ସଂପର୍କରେ ଉତ୍ତର ଦେଇଥିଲେ।  ତଦାରଖ କରି ମୁଁ ବାହାରକୁ ଆସିବା ପରେ କିଛି ମଦ୍ୟପ ବ୍ୟକ୍ତି କାହିଁକି ମୁଁ ବୁଥ୍ ଭିତରକୁ ପଶିଲି ବୋଲି ପ୍ରଶ୍ନ କରିଥିଲେ। କେମିତି ଭୋଟ୍ ଚାଲିଛି ତାହା ପଚାରିବାର ଅଧିକାର ମୋର ଅଛି ବୋଲି ମୁଁ ସେମାନଙ୍କୁ କହିଥିଲି। କିନ୍ତୁ ସେମାନେ କିଛି ନ ଶୁଣି ଧକ୍କା ମାରି ବାହାରକୁ ନେଇ ଯାଇଥିଲେ। ଗାଳି କରିବା ସହିତ ସେମାନେ ମୋତେ ପିଟି ଥିଲେ। ପ୍ରାୟ ୨୦/୩୦ ଜଣ ଏଥିରେ ସଂପୃକ୍ତ ଥିଲେ।

Advertisment

ଅନ୍ୟପକ୍ଷରେ ବ୍ରହ୍ମପୁରରେ ୨ ବିଜେପି ଏଜେଣ୍ଟଙ୍କୁ ଆକ୍ରମଣ ହୋଇଥିଲା। ମହମଡ଼ାନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସେମାନଙ୍କୁ ଆକ୍ରମଣ କରାଯାଇଛି। ସେମାନେ ବୁଥରେ ଥିବାବେଳେ କିଛି ଦୁର୍ବୃତ୍ତ ସେମାନଙ୍କୁ ଆକ୍ରମଣ କରିଥିଲେ। ବିପକ୍ଷ ଦଳ ସେମାନଙ୍କୁ ଆକ୍ରମଣ କରିଥିବା ସେମାନେ ଅଭିଯୋଗ କରିଥିଲେ।

Bjp 2024 General Election Loka Sabha Election 2024 Odisha Assembly Election 2024