Advertisment

ନିମାପଡ଼ାରେ ଉତ୍ତେଜନା, ରାତିରେ ଥାନା ଘେରିଲେ ଶତାଧିକ BJP କର୍ମୀ

ରୁଦ୍ର ଏନେଇ ନିମାପଡ଼ା ଥାନାରେ ଅଭିଯୋଗ କରିବା ପରିବର୍ତ୍ତେ ଗୋପ ଥାନାରେ କରିଥିଲେ। ଅଭିଯୋଗକୁ ଭିତ୍ତିକରି ନିମାପଡ଼ା ଥାନା ପୁଲିସ୍‌ ତେରୁଣ୍ଡିଆ ପଞ୍ଚାୟତ ବିଜେପି ସଭାପତିଙ୍କୁ ଉଠାଇ ନେଇଥିଲା।

BJP

BJP

Advertisment

ରାତିରେ ନିମାପଡ଼ା ଥାନା ଘେରିଛନ୍ତି ଶତାଧିକ ବିଜେପି କର୍ମୀ। ପୁଲିସ୍‌ କବ୍‌ଜାରେ ଥିବା ବିଜେପି କର୍ମକର୍ତ୍ତାଙ୍କୁ ଛାଡ଼ିବାକୁ ଅଡ଼ି ବସିଛନ୍ତି। ଏ ସମ୍ପର୍କରେ ଜାଣିପାରି ଥାନାରେ ପହଞ୍ଚି ଅଲୋଚନା କରୁଛନ୍ତି ବିଜେପି ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡ଼ା। ଏବେ ମଧ୍ୟ ଉତ୍ତେଜନା ଲାଗି ରହିଛି।

Advertisment

ପିପିଲି ବିଧାୟକ ରୁଦ୍ର ମହାରଥୀ ଓ ତାଙ୍କର କିଛି ସମର୍ଥକ ଆଜି ସନ୍ଧ୍ୟା ବେଳେ ନିମାପଡ଼ା ନିର୍ବାଚନମଣ୍ଡଳୀକୁ ଯାଉଥିଲେ। ତେରୁଣ୍ଡିଆ ଗାଁର ଲୋକମାନେ ସେମାନଙ୍କୁ ଅଟକାଇଥିଲେ। କିନ୍ତୁ ପିପିଲି ବିଧାୟକ ଓ ତାଙ୍କ ସମର୍ଥକମାନେ ସେମାନଙ୍କ କଥା ଶୁଣିନଥିଲେ। ଯେଉଁଥିପାଇଁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ପରବର୍ତ୍ତୀ ସମୟରେ ଠେଲାପେଲା ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ଠେଲାପେଲ ଭିତରେ ଢ଼େଲା ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ଯେଉଁଥିରେ ଗାଡ଼ି ଭାଙ୍ଗିଥିବା ଜଣାପଡ଼ିଛି।

ରୁଦ୍ର ଏନେଇ ନିମାପଡ଼ା ଥାନାରେ ଅଭିଯୋଗ କରିବା ପରିବର୍ତ୍ତେ ଗୋପ ଥାନାରେ କରିଥିଲେ। ଅଭିଯୋଗକୁ ଭିତ୍ତିକରି ନିମାପଡ଼ା ଥାନା ପୁଲିସ୍‌ ତେରୁଣ୍ଡିଆ ପଞ୍ଚାୟତ ବିଜେପି ସଭାପତିଙ୍କୁ ଉଠାଇ ନେଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶତାଧିକ ବିଜେପି କର୍ମକର୍ତ୍ତା ଓ ସାଧାରଣ ଜନତା ନିମାପଡ଼ା ଥାନା ଘେରାଉ କରିଛନ୍ତି। ଖବର ପାଇ ଥାନାରେ ପହଞ୍ଚି ଆଲୋଚନା କରୁଛନ୍ତି ବିଜେପି ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡ଼ା। ଏବେ ଥାନା ବାହାରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଅଟକ ଥିବା ତେରୁଣ୍ଡିଆ ପଞ୍ଚାୟତ ବିଜେପି ସଭାପତିଙ୍କୁ ଛାଡ଼ିବାକୁ ଦାବି କରୁଛନ୍ତି।

Advertisment

ରିପୋର୍ଟ- କୋଣାର୍କରୁ ସଞ୍ଜୟ ପତି

BjD Bjp General Election 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe